ଗୁଜରାଟରେ କେଜ୍ରିୱାଲଙ୍କୁ ଅଟକାଇଲା ପୁଲିସ: ପଞ୍ଜାବ ଷ୍ଟାଇଲ୍ ପ୍ରଚାର

Advertisment

ଅଟୋ ଡ୍ରାଇଭରଙ୍କ ଘରେ ନୈଶ ଭୋଜନ କଲେ

ଅଟୋ ଡ୍ରାଇଭରଙ୍କ ଘରେ ନୈଶ ଭୋଜନ କଲେ

ସୁରଟ ରୋଡ୍‌ସୋରେ କେଜ୍ରିୱାଲଙ୍କୁ ପଥର ମାଡ଼

India Posts English

ଅହମଦାବାଦ: ଆମ୍‌ ଆଦ୍‌ମୀ ପାର୍ଟିର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ରାସ୍ତାରେ ଅହମଦାବାଦ ପୁଲିସ ଅଟକାଇଛି। ଜଣେ ଅଟୋ ଡ୍ରାଇଭରଙ୍କ ଆମନ୍ତ୍ରଣକ୍ରମେ ସେ ତାଙ୍କ ଘରକୁ ଏକ ଅଟୋରେ ଯିବା ସମୟରେ ପୁଲିସ ତାଙ୍କୁ କିଛି ସମୟ ପାଇଁ ଆଗକୁ ବଢ଼ିବାକୁ ଦେଇ ନଥିଲା। ସୁରକ୍ଷା ଜନିତ କାରଣ ଦର୍ଶାଇ ପୁଲିସ ତାଙ୍କୁ ଛାଡ଼ି ନଥିଲା। ତେବେ କିଛି ସମୟ ପରେ ପୁଲିସ ତାଙ୍କୁ ଯିବାକୁ ଅନୁମତି ଦେଇଥିଲା। ହୋଟେଲରୁ ରାତି ପ୍ରାୟ ୭ଟା ୩୦ ମିନିଟରେ ସେ ଅଟୋ ଡ୍ରାଇଭରଙ୍କ ଘରକୁ ଯାତ୍ରା ଆରମ୍ଭ କରିଥିଲେ। ସହରର ଘଟଲୋଡ଼ିଆ ଅଞ୍ଚଳରେ ରହୁଥିବା ଅଟୋ ଡ୍ରାଇଭର ଆଜି ଅପରାହ୍ଣରେ ଆୟୋଜିତ ଅଟୋ ଡ୍ରାଇଭରଙ୍କ ଏକ ସଭାରେ ତାଙ୍କୁ ରାତିରେ ଭୋଜନ ପାଇଁ ଅନୁରୋଧ କରିଥିଲେ। କେଜ୍ରିୱାଲ ତାଙ୍କ ଆମନ୍ତ୍ରଣକୁ ଗ୍ରହଣ କରିଥିଲେ।

ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ କଡ଼ା ଟକ୍କର ଆରମ୍ଭ ହୋଇଛି। ଏଥର ବିଜେପି ଏବଂ ଆପ୍‌ ମଧ୍ୟରେ ଜୋରଦାର ଲଢ଼େଇ ହେବା ନେଇ ଅନୁମାନ କରାଯାଉଛି। କେଜ୍ରିୱାଲ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ଅପରାହ୍ଣରେ ଅହମଦାବାଦରେ ଅଟୋ ରିକ୍ସା ଡ୍ରାଇଭରଙ୍କୁ ଉଦ୍‌ବୋଧନ ଦେଇଥିଲେ। ଏହି ସମୟରେ ଜ‌ଣେ ଅଟୋ ରିକ୍ସା ଡ୍ରାଇଭର ମୁଖ୍ୟମନ୍ତ୍ରୀଙ୍କୁ ନୈଶ ଭୋଜନ ପାଇଁ ଆମନ୍ତ୍ରଣ କରିଥିଲେ। ମୁଖ୍ୟମନ୍ତ୍ରୀ ସଙ୍ଗେସଙ୍ଗେ ରାଜି ହୋଇଯାଇଥିଲେ। ଅଟୋ ଡ୍ରାଇଭର ଜଣଙ୍କ କେଜ୍ରିୱାଲଙ୍କୁ କହିଥିଲେ, ମୁଁ ତୁମର ସବୁଠୁ ବଡ଼ ପ୍ରଶଂସକ। ପଂଜାବରେ ଅଟୋ ଡ୍ରାଇଭରଙ୍କ ଘରେ ଆପଣ ନୈଶ ଭୋଜନ କରୁଥିବାର ମୁଁ ଦେଖିଥିଲି। ତେବେ ଆପଣ କ’ଣ ମୋ ଘରକୁ ନୈଶ ଭୋଜନ ପାଇଁ ଆ‌ସିବେ କି ବୋଲି ଅହମଦାବାଦର ଅଟୋ ଡ୍ରାଇଭର ବିକ୍ରମ ଲଲ୍‌ତାନୀ କେଜ୍ରିୱାଲଙ୍କୁ ପଚାରିଥିଲେ। କେଜ୍ରିୱାଲ କହିଥିଲେ, ନିଶ୍ଚିତ ଆସିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe