ଦିଲ୍ଲୀରେ ବ୍ୟାପୁଛି ସିଏଏ ବିରୋଧୀ ଆନ୍ଦୋଳନ; ସ୍ଥିତି ଉପରେ ନଜର ରଖିବା ପାଇଁ ଦିଲ୍ଲୀ ପୁଲିସ୍‌ ନେଲା ଡ୍ରୋନ୍‌ର ସହାୟତା

ଦିଲ୍ଲୀରେ ବ୍ୟାପୁଛି ସିଏଏ ବିରୋଧୀ ଆନ୍ଦୋଳନ; ସ୍ଥିତି ଉପରେ ନଜର ରଖିବା ପାଇଁ ଦିଲ୍ଲୀ ପୁଲିସ୍‌ ନେଲା ଡ୍ରୋନ୍‌ର ସହାୟତା

Inshorts

ନୂଆଦିଲ୍ଲୀ: ନାଗରିକତା (ସଂଶୋଧନ) ଆଇନ୍‌ (ସିଏଏ)କୁ ବିରୋଧ କରି ରାଜଧାନୀ ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ଆନ୍ଦୋଳନ କ୍ରମେ ତୀବ୍ର ହେଉଥିବା ବେଳେ ଏହା ପୁଲିସ୍‌ ପାଇଁ ଚିନ୍ତାର କାଣର ପାଲଟିଛି। ସ୍ଥିତି ନିୟନ୍ତ୍ରଣ କରି ପରିସ୍ଥିତିକୁ ଆୟତ୍ତାଧୀନ କରିବା ପ୍ରଶାସନ ପାଇଁ କାଠିକର ପାଠ ହୋଇପଡ଼ିଛି। ଏପରିସ୍ଥିତିରେ ଆନ୍ଦୋଳନ ଓ ଆନ୍ଦୋଳନକାରୀଙ୍କ ଉପରେ ନଜର ରଖିବା ପାଇଁ ଶେଷରେ ଡ୍ରୋନ୍‌ ମୁତୟନ କରିଛି ଦିଲ୍ଲୀ ପୁଲିସ୍‌।

ଆନ୍ଦୋଳନକୁ ନିୟନ୍ତ୍ରଣ କରିବାକୁ ଉତ୍ତର-ପୂର୍ବ ଦିଲ୍ଲୀର ଦିଲ୍ଲୀର ୧୪ ଥାନା ମଧ୍ୟରୁ ୧୨ଟି ଥାନା ଅଞ୍ଚଳରେ ୧୪୪ ଧାରା ଜାରି କରା ଯାଇଥିଲେ ମଧ୍ୟ ଏହା ଆନ୍ଦୋଳନକାରୀଙ୍କୁ ଆନ୍ଦୋଳନ କରିବାରୁ ନିବୃତ୍ତ କରାଇପାରି ନାହିଁ। ଫଳରେ ଉତ୍ତର-ପୂର୍ବ ଦିଲ୍ଲୀରେ ଆନ୍ଦୋଳନ ଓ ଆନ୍ଦୋଳନକାରୀଙ୍କ ଉପରେ ନଜର ରଖିବା ପାଇଁ ଶେଷରେ ୫ଟି ଡ୍ରୋନ୍‌କୁ ଦିଲ୍ଲୀ ଆକାଶରେ ମୁତୟନ କରିଛି ଦିଲ୍ଲୀ ପୁଲିସ୍‌। ଏଥିସହ ଆନ୍ଦୋଳନ ପ୍ରଭାବିତ ଅଞ୍ଚଳରେ ଦିଲ୍ଲୀ ପୁଲିସ୍‌ ଫ୍ଲାଗ୍‌ମାର୍ଚ୍ଚ କରିବା ସହ ସମସ୍ତ ସୋସିଆଲ ମିଡିଆ ପୋଷ୍ଟିଂକୁ ତନ୍ନତନ୍ନ କରି ଯାଞ୍ଚ କରୁୁଥିବା ଜାଣିବା ପାଇଁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe