ନୂଆଦିଲ୍ଲୀ: ଟ୍ରାକ୍ଟର୍ ରାଲି ନିମନ୍ତେ ବେରିକେଡ୍ ଭାଙ୍ଗିବାରୁ ଗାଜିଆବାଦ ସୀମାନ୍ତର କୃଷକମାନଙ୍କ ଉପରେ ପୁଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିବା ସହ ସିଂଘୁ ସୀମାନ୍ତରେ ଲାଠି ଚାଳନା କରିଛି। ରାଜପଥରେ ସାଧାରଣତନ୍ତ୍ର ଦିବସ ପାଳନ ଉତ୍ସବ ଶେଷ ହେବା ପରେ ଟ୍ରାକ୍ଟର୍ ରାଲି ପାଇଁ ୩୭ ସର୍ତ୍ତ ସହ ପୁଲିସ କୃଷକମାନଙ୍କୁ ଅନୁମତି ଦେଇଥିଲା।
/sambad/media/post_attachments/wp-content/uploads/2021/01/police-farmers.jpg)
ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ରାଜିନାମା ଅନୁସାରେ, ନିର୍ଦ୍ଧାରିତ ସମୟାନୁସାରେ ସେମାନେ ରାଲି ଆରମ୍ଭ କରିବା କଥା। କିନ୍ତୁ, ସେମାନେ ବଳପୂର୍ବକ ଦିଲ୍ଲୀରେ ପ୍ରବେଶ କରି ସମ୍ପ୍ରତି ଶାନ୍ତିପୂର୍ଣ୍ଣ ଭାବେ ମୁବାରକ ଚୌକରେ ବସିଛନ୍ତି। ରୁଟ୍ ଅନୁସାରେ, ସେମାନେ ବାଓ୍ଵନା ଆଡ଼କୁ ଅଗ୍ରସର ହେବା କଥା। କିନ୍ତୁ, ଏବେ ସେମାନେ ଆଉଟର୍ ରିଙ୍ଗ୍ ରୋଡ୍ ଦେଇ ଯିବାକୁ ଜିଦି ଧରିଛନ୍ତି।
Image Courtesy of NDTVସେପଟେ କେତେକ କୃଷକ ମୋଟରସାଇକେଲ୍ ଚଢ଼ି ଆସୁଥିବା ବେଳେ ଅନ୍ୟ କେତେକ ଘୋଡ଼ାଚଢ଼ି ଆସୁଛନ୍ତି ଏବଂ ଆହୁରି ଅନେକ ଟ୍ରାକ୍ଟର୍ ଉପରେ ବସି ସ୍ଲୋଗାନ୍ ଦେବା ସହ ବିପ୍ଳବାତ୍ମକ ଗୀତ ଗାଉଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଖାଦ୍ୟ ଓ ପାଣି ବୋତଲ ବାଣ୍ଟୁଛନ୍ତି।
କେତେକ ଅଞ୍ଚଳରେ ପ୍ରତିବାଦକାରୀ କୃଷକମାନଙ୍କ ଉପରେ ଫୁଲ ପାଖୁଡ଼ା ପକାଉଛନ୍ତି।
Follow Us