ଚେନାବ ନଦୀର ଜଳସ୍ତର ହ୍ରାସ ପାଇବା ପରେ ସୁନା, ରୁପା ଓ ମୁଦ୍ରା ଖୋଜିବା ଆରମ୍ଭ କରିଥିଲେ ଲୋକେ; ସତର୍କ କଲା ପୁଲିସ

Advertisment

ଜମ୍ମୁକଶ୍ମୀର ପୁଲିସ ଗତସୋମବାର ଅଖନୁର ସେକ୍ଟରରେ ଥିବା ଚେନାବ ନଦୀ ଭିତରକୁ ପ୍ରବେଶ ସହିତ ଚାଲିଚାଲି ଅତିକ୍ରମ ନକରିବା ପାଇଁ ଲୋକଙ୍କୁ ଲାଉଡସ୍ପିକର ମାଧ୍ୟମରେ ସତର୍କ କରାଇଛି।

ଜମ୍ମୁକଶ୍ମୀର ପୁଲିସ ଗତସୋମବାର ଅଖନୁର ସେକ୍ଟରରେ ଥିବା ଚେନାବ ନଦୀ ଭିତରକୁ ପ୍ରବେଶ ସହିତ ଚାଲିଚାଲି ଅତିକ୍ରମ ନକରିବା ପାଇଁ ଲୋକଙ୍କୁ ଲାଉଡସ୍ପିକର ମାଧ୍ୟମରେ ସତର୍କ କରାଇଛି।

ewr

ନୂଆଦିଲ୍ଲୀ: ଜମ୍ମୁକଶ୍ମୀର ପୁଲିସ ଗତସୋମବାର ଅଖନୁର ସେକ୍ଟରରେ ଥିବା ଚେନାବ ନଦୀ ଭିତରକୁ ପ୍ରବେଶ ସହିତ ଚାଲିଚାଲି ଅତିକ୍ରମ ନକରିବା ପାଇଁ ଲୋକଙ୍କୁ ସତର୍କ କରାଇଛି।

କାରଣ ନଦୀର ଜଳ ପ୍ରବାହ ସର୍ବନିମ୍ନ ସ୍ତରରେ ପହଞ୍ଚିବା ପରେ ଶହଶହ ଗ୍ରାମବାସୀ ନଦୀରେ ଏକାଠି ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ କିଛି ଲୋକ ପାଣି ଭିତରେ ସୁନା ଏବଂ ରୁପା ଅଳଙ୍କାର ଏବଂ ମୁଦ୍ରା ଖୋଜୁଥିବାର ଦେଖିବାକୁ ମିଳିଥିଲା।

ଏହି ଘଟଣାକୁ ନେଇ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ, ରାମବନ ଏବଂ ରିଆସି ଜିଲ୍ଲାର ବଗଲିହାର ଏବଂ ସଲାଲ ଡ୍ୟାମରୁ ନଦୀକୁ ପାଣି ପ୍ରବାହ ଉପରେ ପ୍ରତିବନ୍ଧକ ଯୋଗୁଁ ଜଳସ୍ତର ହ୍ରାସ ପାଇଛି। ପହଲଗାମ ଆକ୍ରମଣ ପରେ କେନ୍ଦ୍ର ସରକାର ଏପ୍ରିଲ ୨୨ରେ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାର ଘୋଷଣା କରିଥିଲେ। ଏହି ଚୁକ୍ତି ୧୯୬୦ମସିହାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ସିନ୍ଧୁ ଓ ତାହାର ଶାଖା ନଦୀର ପାଣି ବ୍ୟବହାରକୁ ନିୟନ୍ତ୍ରଣ କରି ଆସୁଛି।

ଗତ ସୋମବାର ପରିସ୍ଥିତି ଏପରି ଉପୁଜିଥିଲା ଯେ ଚେନାବ ନଦୀର ଜଳସ୍ତର ଯାହା ସାଧାରଣତଃ ଗ୍ରୀଷ୍ମ ଋତୁରେ ୩୫-୪୦ ଫୁଟ ପର୍ଯ୍ୟନ୍ତ  ପ୍ରବାହିତ ହେଉଥିବା ବେଳେ ସେଠାରେ ଏବେ ଜଳ ଶୁଖି କାଦୁଅ ଦେଖାଯାଉଛି। ଏହି ଜଳସ୍ତର ହ୍ରାସ ପାଇବା ପରେ ଚେନାବ ନଦୀର ଭିଡିଓ ତିଆରି କରିବା ପାଇଁ ଶହ ଶହ ଲୋକ  ନଦୀ କୂଳରେ ଭିଡ଼ ଜମାଇଥିଲେ।

କେବଳ ଏତିକି ନୁହେଁ ଏମାନଙ୍କ ମଧ୍ୟରୁ କିଛିଲୋକ ନଦୀର ଜଳସ୍ତର କମିଯିବା ପରେ ପାଣି ଭିତରେ ସୁନା ଏବଂ ରୂପା ଅଳଙ୍କାର ଏବଂ ମୁଦ୍ରା ଖୋଜିବା ଆରମ୍ଭ କରି ଦେଇଥିଲେ। ଅପରାହ୍ନରେ ଜଳସ୍ତର ପୁଣି ବଢ଼ିବା ଆରମ୍ଭ ହେବାରୁ ବିପଦକୁ ଦୃଷ୍ଟିରେ ରଖି ଅଧିକାରୀଙ୍କ ନେତୃତ୍ୱରେ ପୁଲିସ ଦଳ ଲୋକମାନଙ୍କୁ ସ୍ଥାନାନ୍ତର କରିବାକୁ ଘଟଣାସ୍ଥଳରେ ଯାଇ ପହଞ୍ଚିଥିଲେ। ଲାଉଡସ୍ପିକର ମାଧ୍ୟମରେ ପୁଲିସ ଲୋକମାନଙ୍କୁ ଚାଲିଚାଲି ନଦୀ ପାର ନ ହେବାକୁ ଚେତାବନୀ ଦେଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe