ଏଏମ୍‌ୟୁରେ ପୁଲିସ ଚଢ଼ାଉ: ପିଏଚ୍‌ଡି ଛାତ୍ର ହିଜବୁଲ୍‌ରେ ଯୋଗ ଦେଇଥିବା ସନ୍ଦେହ

Advertisment
ଏଏମ୍‌ୟୁରେ ପୁଲିସ ଚଢ଼ାଉ: ପିଏଚ୍‌ଡି ଛାତ୍ର ହିଜବୁଲ୍‌ରେ ଯୋଗ ଦେଇଥିବା ସନ୍ଦେହ

ଆଲିଗଡ଼: ଆଲିଗଡ଼ ମୁସଲିମ ୟୁନିଭର୍ସିଟି (ଏଏମ୍‌ୟୁ)ର ଜଣେ ପିଏଚ୍‌ଡି ଛାତ୍ର ମନନ୍‌ ଓ୍ଵାନି ହିଜବୁଲ୍‌ ମୁଜାହିଦ୍ଦିନ୍‌ରେ ଯୋଗ ଦେଇଥିବା ଅଭିଯୋଗରେ ଆଜି ୟୁପି ପୁଲିସ ଏଏମ୍‌ୟୁରେ ଚଢ଼ାଉ କରିଛିା ଜମ୍ମୁ କଶ୍ମୀରର ମନନ୍‌ଙ୍କୁ ନିକଟରେ ଏକ ଫଟୋରେ ଏକେ ୪୭ ବନ୍ଧୁକ ଧରିଥିବାର ଦେଖିବାକୁ ମିଳିଥିଲା ଏବଂ ଏହି ଫଟୋଟି ସୋସିଆଲ ମିଡିଆରେ ପୋଷ୍ଟ୍‌ କରାଯାଇ ସେ ଆତଙ୍କବାଦୀ ଗୋଷ୍ଠୀରେ ଯୋଗ ଦେଇଛନ୍ତି ବୋଲି ଖବର ପ୍ରସାରିତ ହୋଇଥିଲାା କିନ୍ତୁ କୁପଓ୍ଵାରା ପୁଲିସ ମନନ୍‌ ଆତଙ୍କବାଦୀ ଗୋଷ୍ଠୀରେ ଯୋଗ ଦେଇଛନ୍ତି କି ନା’ ସେନେଇ ସ୍ପଷ୍ଟ କରିନଥିବାବେଳେ କଶ୍ମୀର ଆଇଜିଙ୍କ କହିବା ଅନୁଯାୟୀ ମନନ୍‌ଙ୍କ ଫଟୋକୁ କେହି ଫଟୋସପ୍‌ରେ ଏଡିଟ୍‌ କରି ଏଭଳି ଗୁଜବ ସୃଷ୍ଟି କରିଛି ଏବଂ ସେମାନଙ୍କ ପକ୍ଷରୁ ମନନ୍‌ଙ୍କୁ ଠାବ କରିବାପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଥିଲୋା ଜମ୍ମୁ କଶ୍ମୀରର ଅହମଦ ଓ୍ଵାନିଙ୍କ ପୁଅ ମନନ୍‌ ଓ୍ଵାନି ଗତ ଜାନୁଆରୀ ୫ ତାରିଖରେ ଆତଙ୍କବାଦୀ ଗୋଷ୍ଠୀରେ ଯୋଗ ଦେଇଥିବା କୁହାଯାଉଛିା ମନନ୍‌ଙ୍କ ଭାଇ ମୁବାସିର ଅହମଦଙ୍କ କହିବା ଅନୁଯାୟୀ ଗତ ଜାନୁଆରୀ ୪ ତାରିଖରୁ ତାଙ୍କ ଭାଇ ମନନ୍‌ଙ୍କ ସହ ତାଙ୍କ ପରିବାର ସଦସ୍ୟଙ୍କର ଯୋଗାଯୋଗ ହୋଇପାରିନିା ମନନ୍‌ଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ରହିଛିା ତେବେ ୫ ତାରିଖରେ ମନନ୍‌ଙ୍କ ପରିବାର ସଦସ୍ୟ ପୁଲିସରେ ନିଖୋଜ ରିପୋର୍ଟ ଦାଖଲ କରିଥିଲୋ ମନନ୍‌ ଜଣେ ମେଧାବୀ ଛାତ୍ରା ସେ କଶ୍ମୀର ୟୁନିଭର୍ସିଟିରୁ ଜିଓଲୋଜି ଏବଂ ଆର୍ଥ ସାଇନ୍ସରେ ବ୍ୟାଚେଲର ଡିଗ୍ରୀ ଶେଷ କରିବାପରେ ଏଏମ୍‌ୟୁରୁ ଜିଓଲୋଜିରେ ମାଷ୍ଟର ଡିଗ୍ରୀ ଏବଂ ଏମ୍‌ଫିଲ୍‌ କରିଥିଲୋ ଏବେ ସେ ‘ ଷ୍ଟ୍ରକଚରାଲ ଆଣ୍ଡ ଜିଓ-ମର୍ଫୋଲୋଜିକାଲ ଷ୍ଟଡି ଅଫ ଲୋଲାଭ୍‌ ଭ୍ୟାଲି, କଶ୍ମୀର’ ଉପରେ ପିଏଚ୍‌ଡି କରୁଥିଲୋ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe