ଟିକା ରାଜନୀତିରୁ ମୁକ୍ତ ରହିବାକୁ ଭେଷଜ କମ୍ପାନିମାନଙ୍କ ଶପଥ

Advertisment
ଭାରତରେ ଖୁବ୍‌ ଶୀଘ୍ର ‘ସ୍ପୁଟନିକ୍‌-ଭି’ ପରୀକ୍ଷଣ, ନଭେମ୍ବର ସୁଦ୍ଧା ଆମେରିକାରେ ମିଳିଯିବ ଫାଇଜର ଟିକା

The Indian Express

ଵାସିଂଟନ: ଆଗାମୀ ନଭେମ୍ବର ୩ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦେଶବାସୀଙ୍କୁ ଏକ କୋଭିଡ୍‌ ଟିକା ଉପହାର ଦେବେ ବୋଲି ରାଷ୍ଟ୍ରପତି ‌ଡୋନାଲ୍‌ଡ ଟ୍ରମ୍ପ ଘୋଷଣା କରିସାରିଛନ୍ତି। କମ୍ପାନିଗୁଡ଼ିକ କିନ୍ତୁ ଏ ଦିଗରେ ପଛଘୁଞ୍ଚା ଦେଉଛନ୍ତି। ଏଭଳି ସ୍ଥିତିରେ ଗତ ମଙ୍ଗଳବାର ଆନ୍ତର୍ଜାତିକ ଔଷଧ ନିର୍ମାତା ଫାଇଜର, ଆଷ୍ଟ୍ରାଜେନେକା, ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ ଏବଂ ମଡର୍ଣ୍ଣା ସମେତ ବିଶ୍ବର ପ୍ରମୁଖ ୯ଟି ଟିକା ପ୍ରସ୍ତୁତକାରୀ କମ୍ପାନି ଏକ ମିଳିତ ଶପଥ ପାଠରେ ଏକ ସର୍ବସମ୍ମତ ବକ୍ତବ୍ୟ ଜାରି କରିଛନ୍ତି। ସେଥିରେ ସେମାନେ ସେମାନଙ୍କ ଦ୍ବାରା ବିକଶିତ ଟିକାର ସମ୍ପୂର୍ଣ୍ଣ ନିରାପତ୍ତା ଓ କାର୍ଯ୍ୟଦକ୍ଷତାରେ ସନ୍ତୁଷ୍ଟ ନହେଲା ଯାଏ ତାହାର ସାର୍ବଜନୀନ ବ୍ୟବହାର ନିମନ୍ତେ ତରବରିଆ ଭାବେ ଆବଶ୍ୟକ ଅନୁମତି ପାଇଁ ଆବେଦନ କରିବେନି ବୋଲି କହିଛନ୍ତି। ପ୍ରଥମତଃ ଅଭୂତପୂର୍ବ ରାଜନୈତିକ ଚାପ କାରଣରୁ ତରବରିଆ ଭାବେ ଟିକା ଛାଡ଼ିଲେ ଅଘଟଣ ଆଶଙ୍କା ରହିଛି। ଦ୍ବିତୀୟତଃ ସାଧାରଣ ଜନତାଙ୍କ ଭାବାବେଗକୁ ଗୁରୁତ୍ବ ଦେଇ କମ୍ପାନିମାନେ ଏଭଳି ଶପଥ ନେଇଥିବା ଚର୍ଚ୍ଚା ହେଉଛି। ସମ୍ପ୍ରତି ଭେଷଜ କମ୍ପାନିମାନେ ନିଜ ନିଜ ଦ୍ବାରା ବିକଶିତ ଟିକାଗୁଡ଼ିକର ଦୀର୍ଘକାଳୀନ ତଥା ବିକ୍ଷିପ୍ତ ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe