ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ୧୦ ମାସ ବାକି ଅଛି। ବିହାର ବିଧାନସଭା ନିର୍ବାଚନ ପାଇଁ ୧୦ ମାସ ବାକି ଅଛି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ବିହାର ଏନଡିଏରେ ରାଜନୈତିକ ଶୀତଳ ଯୁଦ୍ଧ ଆରମ୍ଭ ହୋଇଛି। ଏନେଇ କଳ୍ପନାଜଳ୍ପନା ଜାରି ରହିଛି। ପରିସ୍ଥିତି ଏପରି ଯେ, ଏନଡିଏର ସହଯୋଗୀ ଦଳର ନେତାଙ୍କ ମତାମତ ଆସିବା ଆରମ୍ଭ କରିଛି। ନୀତୀଶ କୁମାରଙ୍କ ନାମନେଇ ଜେଡିୟୁ ଆଶା ବାନ୍ଧିଛି। ଅନ୍ୟପକ୍ଷରେ, ଏଲଜେପି ନେତା ଚିରାଗ ପାସୱାନଙ୍କ ବିଷୟରେ ଏକ ପୃଥକ ଆଲୋଚନା ଆରମ୍ଭ ହୋଇଛି।

Advertisment

ଦାବି ମାଧ୍ୟମରେ ଚାପ ରାଜନୀତି ଏନଡିଏରେ ଆରମ୍ଭ ହୋଇସାରିଛି। ପ୍ରଥମେ ଆସନ ଚାପ ରାଜନୀତି ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ କିଏ ମୁଖ୍ୟମନ୍ତ୍ରୀ ହେବେ ତାହାର ଚାପ ରାଜନୀତି ଶିଖରରେ ପହଞ୍ଚିଛି। ବିଜେପି, ଜେଡିୟୁ ଏବଂ ଏଲଜେପି (ଆର)ର କିଛି ଜଣାଶୁଣା ନେତା ଏହି ଚାପ ରାଜନୀତିରେ ଯୋଗ ଦେଇଥିବା ନେଇ ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏଲଜେପି ରାମ ବିଳାସର ସାଂସଦ ଅରୁଣ ଭାରତୀ ମୁଖ୍ୟମନ୍ତ୍ରୀ ହେବା ପାଇଁ ଏକ ନୂତନ ଦାବି କରିଛନ୍ତି।

ଏଲଜେପି ସାଂସଦ ଅରୁଣ ଭାରତୀ କହିଛନ୍ତି ଯେ, ସେମାନଙ୍କ ଜାତୀୟ ସଭାପତି ଚିରାଗ ପାସୱାନ ବିହାର ଏବଂ ବିଶେଷକରି ବିହାର ଜନସାଧାରଣଙ୍କ ପାଇଁ ରାଜନୀତିରେ ପ୍ରବେଶ କରିଛନ୍ତି। କ୍ୟାବିନେଟ ମନ୍ତ୍ରୀ ଚିରାଗ ପାସୱାନ ସ୍ପଷ୍ଟ କରିଛନ୍ତି ଯେ, ବିହାର ହେଉଛି ତାଙ୍କର ପ୍ରାଥମିକତା। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ ଏହା ମଧ୍ୟ କହିଛନ୍ତି, ସାଂସଦ ହେବା ଅପେକ୍ଷା ତାଙ୍କ ପାଇଁ ଜଣେ ବିଧାୟକ ହେବା ଅଧିକ ଗୁରୁତ୍ୱପୂର୍ଣ୍ଣ। ବିଧାୟକ ହୋଇ ସେ ନିଜ ରାଜ୍ୟରେ ରହି ବିହାରରେ କାମ କରିବାକୁ ସମର୍ଥ ହେବେ। ଦଳ ଖୁବ ଶୀଘ୍ର ଏହା ଉପରେ ନିଷ୍ପତ୍ତି ନେବ।

ସାଂସଦ ଅରୁଣ ଭାରତୀ କହିଛନ୍ତି, ଯଦି ଦଳ ନିଷ୍ପତ୍ତି ନିଏ, ତେବେ ଚିରାଗ ପାସୱାନ ୨୦୨୫ରେ ନ ହେଲେ ୨୦୩୦ରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏଥିପାଇଁ ଦଳର ସଂସଦୀୟ ବୋର୍ଡକୁ ନିଷ୍ପତ୍ତି ନେବାକୁ ପଡ଼ିବ।

ତେବେ ଦଳ ଭିତରେ ଏହା ସ୍ପଷ୍ଟ ହୋଇଛି ଯେ, ଆଗାମୀ ସମୟରେ,୨୦୩୦ ଅବା ୨୦୩୫ ହେଉ, ଆମର ରାଷ୍ଟ୍ରୀୟ ସଭାପତି ବିହାରର ନେତୃତ୍ୱ ନେବା ଉଚିତ୍। ଏହା ମଧ୍ୟ ଆମ ଦଳର ଚିନ୍ତାଧାରା। ଆମର ଦୃଷ୍ଟିକୋଣ ମଧ୍ୟ 'ବିହାର ପ୍ରଥମ, ବିହାରୀ ପ୍ରଥମେ'। ଆମର ପ୍ରତିଷ୍ଠାତା ରାମ ବିଳାସ ପାସୱାନଙ୍କର ମଧ୍ୟ ସମାନ ଇଚ୍ଛା ଥିଲା ଯେ ଆମ ଦଳକୁ ବିହାରରେ ମଧ୍ୟ ପ୍ରତିନିଧିତ୍ୱ କରାଯାଉ।

ମହାରାଷ୍ଟ୍ରରେ ଏକନାଥ ସିନ୍ଦେଙ୍କୁ ବିଜେପି କିପରି ପୃଥକ କରି ଦେବେନ୍ଦ୍ର ଫଡନାଭିସ୍‌ଙ୍କୁ ସିଏମ୍ କରିଛି। ୨୦୨୫ମସିହାରେ ବିହାରରେ ନୀତୀଶ କୁମାରଙ୍କ ସ୍ଥାନରେ ବିଜେପି ଏହାର ମୁଖ୍ୟମନ୍ତ୍ରୀ ଦେବ କି ବୋଲି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାମ୍ବାଦିକ ପ୍ରଶ୍ନ କରିଥିଲେ।

ତେବେ ଶାହ ଏହି ପ୍ରଶ୍ନର ସିଧାସଳଖ ଉତ୍ତର ଦେଇ ନାହାନ୍ତି। ସେ କହିଛନ୍ତି ଯେ, ଏସବୁ ସଂସଦୀୟ ବୋର୍ଡ ଦ୍ୱାରା ସ୍ଥିର ହୋଇଥାଏ। ମୁଁ ଆପଣମାନଙ୍କର ଉଦ୍ଦେଶ୍ୟ ବୁଝିପାରୁଛି। ଆପଣମାନେ ଏକ ହେଡଲାଇନ୍ ଖୋଜୁଛନ୍ତି। କିନ୍ତୁ ମୁଁ ବିଜେପିର ଜଣେ ଶୃଙ୍ଖଳିତ ସୈନିକ। ମୁଁ ଏକ ଖୋଲା ପ୍ଲାଟଫର୍ମରେ ଦଳର ରଣନୀତି ବିଷୟରେ ଆଲୋଚନା କରିପାରିବି ନାହିଁ।

ଅଧିକ ପଢ଼ନ୍ତୁ: ମନ୍ଥରାଙ୍କ ଭଳି କାମ କରନ୍ତୁ ନାହିଁ : ମନ୍ତ୍ରୀଙ୍କ ଉତ୍ତର ଶୁଣି ହସିଲେ ଯୋଗୀ

ବର୍ତ୍ତମାନ ଅମିତ ଶାହଙ୍କ ଏହି ମନ୍ତବ୍ୟରୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବିଜେପିରୁ ଆସିବେ କି ନାହିଁ ସେ ନେଇ ରାଜନୈତିକ ଆଲୋଚନା ତୀବ୍ର ହୋଇଛି।

ଜନତା ଦଳ(ୟୁ)ର ମୁଖପାତ୍ର ନୀରଜ କୁମାର ଅମିତ ଶାହଙ୍କ ବିବୃତି ନେଇ କହିଛନ୍ତି ଯେ ନିରବତା କାହାର ଲକ୍ଷଣ? "ମୌନଂ ସ୍ବୀକୃତି: ଲକ୍ଷ୍ମଣମ୍" ଅର୍ଥାତ୍ ନୀରବତା ଏକ ସ୍ବୀକୃତି ସଙ୍କେତ। ଏବେ ନୀରଜଙ୍କ ମନ୍ତବ୍ୟ ନେଇ ରାଜ୍ୟ ରାଜନୀତିରେ ବିଧାନସଭା ନିର୍ବାଚନ ପୂର୍ବରୁ ଉଷ୍ଣତା ବୃଦ୍ଧି ପାଇବା ସହ ବିହାର ଏନଡିଏରେ ରାଜନୈତିକ ଶୀତଳ ଯୁଦ୍ଧ ମଧ୍ୟ ଜାରି ରହିଛି।

ଅଧିକ ପଢ଼ନ୍ତୁ: ଗେଟୱେ ଅଫ୍ ଇଣ୍ଡିଆ ନିକଟରେ ବଡ଼ ଦୁର୍ଘଟଣା: ଡଙ୍ଗା ଓଲଟି ଯାତ୍ରୀ ନିଖୋଜ