ରାଜେନୈତିକ ଚାନ୍ଦାକୁ ସ୍ୱଚ୍ଛ କରିବ ନିର୍ବାଚନୀ ବଣ୍ଡ୍‌: ଜେଟ୍‌ଲି

Advertisment
ରାଜେନୈତିକ ଚାନ୍ଦାକୁ ସ୍ୱଚ୍ଛ କରିବ ନିର୍ବାଚନୀ ବଣ୍ଡ୍‌: ଜେଟ୍‌ଲି

New Delhi: Union Finance Minister Arun Jaitley addressing media after the 22nd meeting of the Goods and Services Tax (GST) Council, in New Delhi on Friday. PTI Photo by Atul Yadav(PTI10_6_2017_000240A)

ନୂଆଦିଲ୍ଲୀ: ରାଜନୈତିକ ଦଳଗୁଡ଼ିକୁ ମିଳୁଥିବା ଆର୍ଥିକ ସହାୟତା ବା ଚାନ୍ଦାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ କରିବା ଦିଗରେ ନିର୍ବାଚନୀ ବଣ୍ଡ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି କହିଛନ୍ତି। ବର୍ତ୍ତମାନର ବ୍ୟବସ୍ଥାରେ ରାଜନୈତିକ ଦଳ ଗୁଡ଼ିକ କେଉଁଠୁ କେଉଁ ଆକାରରେ ନଗଦ ଚାନ୍ଦା ପାଉଛନ୍ତି ତାହା ବିଷୟରେ କୌଣସି ତଥ୍ୟ ମିଳିପାରୁ ନଥିବାରୁ ଏହା ସମ୍ପୂର୍ଣ୍ଣ ଅସ୍ୱଚ୍ଛ ବୋଲି ଜେଟ୍‌ଲି ତାଙ୍କ ଫେସବୁକ୍‌ ପୋଷ୍ଟରେ ଲେଖିଛନ୍ତି। ତେଣୁ ଏହି ପ୍ରକ୍ରିୟାକୁ କିଭଳି ସ୍ୱଚ୍ଛ ଓ ପାରଦର୍ଶୀ କରାଯିବ ସେନେଇ ଦେଶବାସୀ ନିଜ ନିଜର ମତ ରଖିପାରିବେ ବୋଲି ସେ କହିଛନ୍ତି। ନିର୍ବାଚନୀ ବଣ୍ଡ ଏକ ବୈପ୍ଳବିକ ପ୍ରୟାସ ବୋଲି ମତଦେଇ ଜେଟଲି କହିଛନ୍ତି ଯେ ଏହା ଦ୍ୱାରା ରାଜନୈତିକ ଦଳଗୁଡ଼ିକୁ ମିଳୁଥିବା ଚାନ୍ଦା ସମ୍ପର୍କରେ ସରକାରଙ୍କୁ ତଥ୍ୟ ମିଳିପାରିବ। ଏହି ବଣ୍ଡ୍‌ ବିଷୟରେ କେନ୍ଦ୍ର ସରକାର ୨୦୧୭-୧୮ ବଜେଟ ଓ ଗତ ୨ ତାରିଖରେ ଲୋକସଭାରେ ମଧ୍ୟ କହିଥିଲେ। ଷ୍ଟେଟବ୍ୟାଙ୍କର କିଛି ନିର୍ଦ୍ଧିଷ୍ଟ ଶାଖାରେ ଏହି ବଣ୍ଡ୍‌ ଉପଲବ୍ଧ ହେବ। ୧ ହଜାରରୁ ନେଇ ୧କୋଟି ଯାଏଁ ଏହି ବଣ୍ଡ୍‌କୁ କ୍ରେତା କିଣିପାରିବେ। କିନ୍ତୁ ଏହି ବଣ୍ଡର ବୈଧତା ୧୫ ଦିନ ରହିବ। ଯଦିଓ ବଣ୍ଡ୍‌ରେ କ୍ରେତା ଓ ଗ୍ରହୀତାଙ୍କ ନାମ ଉଲ୍ଲେଖ ରହିବ ନାହିଁ, ତଥାପି ବ୍ୟାଙ୍କ୍‌ଗୁଡ଼ିକରେ ସେମାନଙ୍କର ତଥ୍ୟ ରହିବ। ଫଳରେ ଆଉ ଲୁଚାଛପା ଉପାୟରେ ରାଜନୈତିକ ଚାନ୍ଦା ଆଦାୟ ହୋଇପାରିବ ନାହିଁ ବୋଲି ଜେଟଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe