ମାଳଦ୍ବୀପରେ ରାଜନୈତିକ ସଙ୍କଟ ଜଟିଳ: ପ୍ରସିକ୍ୟୁଟର ଜେନେରାଲ୍‌ଙ୍କୁ ଛୁରି ଭୁସି ହତ୍ୟା

Advertisment
ମାଳଦ୍ବୀପରେ ରାଜନୈତିକ ସଙ୍କଟ ଜଟିଳ: ପ୍ରସିକ୍ୟୁଟର ଜେନେରାଲ୍‌ଙ୍କୁ ଛୁରି ଭୁସି ହତ୍ୟା

ମାଲେ: ମାଳଦ୍ବୀପରେ ସଂପ୍ରତି ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ଭାରତ ବିରୋଧୀ ଆଭିମୁଖ୍ୟ ପାଇଁ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ବିରୋଧୀ ଦଳ ନିଷ୍ପତ୍ତି ନେଇଥିବା ବେଳେ ଆଜି ଦେଶର ପ୍ରସିକ୍ୟୁଟର ଜେନେରାଲ୍‌ ହୁସେନ୍‌ ସାମିମଙ୍କୁ ଅତି ଜଘନ୍ୟ ଭାବେ ଛୁରି ଭୁସି ହତ୍ୟା କରାଯାଇଛି। ହତ୍ୟା ସମ୍ପର୍କରେ ଏମ୍‌ଡିପ ନେତା ତଥା ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନାସିଦ କହିଛନ୍ତି ଯେ ଏହି ହତ୍ୟା ଜନଗହଳିପୂର୍ଣ୍ଣ ଅଂଚଳରେ ହୋଇଛି, ଏଣୁ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ସ୍ପଷ୍ଟ ଜଣାପଡ଼ୁଛି। ସାମ୍ବିଧାନିକ ଗୁରତ୍ବପୂର୍ଣ୍ଣ ପଦବୀରେ ଥିବା ଜଣେ ଅଧିକାରୀଙ୍କୁ ଏଭଳି ହତ୍ୟା ଦେଶର ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ଆକ୍ରମଣ ବୋଲି ସେ କହିଛନ୍ତି। । ସୂଚନାଯୋଗ୍ୟ, ପ୍ରମୁଖ ବିରୋଧୀ ଦଳ ମାଳଦ୍ବୀପ ଡେମୋକ୍ରାଟିକ୍‌ ପାର୍ଟି (ଏମ୍‌ଡିପି) କ୍ଷମତାରେ ଥିବା ଥିବା ବେଳେ ସାମିମଙ୍କୁ ଦେଶର ପ୍ରସିକ୍ୟୁଟର ଜେନେରାଲ୍‌ ଭାବେ ନିଯୁକ୍ତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe