ରାଜନୈତିକ ବଂଶବାଦ ଗଣତନ୍ତ୍ରର ବଡ଼ ଶତ୍ରୁ: ମୋଦୀ

ମନମୋହନଙ୍କ ବୟାନ ଉଲ୍ଲେଖ କରି ବିରୋଧୀଙ୍କୁ ଘେରିଲେ ମୋଦୀ

Image Courtesy of India Today

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପରୋକ୍ଷରେ କଂଗ୍ରେସ ଦଳକୁ ଆକ୍ଷେପ କରି କଡ଼ା ସମାଲୋଚନା କରିଛନ୍ତି। ବିଶେଷ କରି ରାଜନୈତିକ ବଂଶବାଦକୁ ସେ କଟାକ୍ଷ କରି ଏହା ଗଣତନ୍ତ୍ରର ସବୁଠୁ ବଡ଼ ଶତ୍ରୁ ବୋଲି କହିଛନ୍ତି। ସଂସଦର କେନ୍ଦ୍ରୀୟ ପ୍ରକୋଷ୍ଠରେ ଆୟୋଜିତ ଦ୍ବିତୀୟ ଜାତୀୟ ଯୁବ ସଂସଦ ମହୋତ୍ସବରେ ଉଦ୍‌ବୋଧନ ଦେଇ ମୋଦୀ କହିଥିଲେ ଯେ ନିଜ ସଂଜ୍ଞାକୁ ପାଥେୟ କରି ନିର୍ବାଚନ ଜିତୁଥିବା ନେତାମାନଙ୍କ ଦିନ ସୀମିତ ହୋଇଗଲାଣି। ତଥାପି କିଛି ନେତା ଅଛନ୍ତି ଯେଉଁମାନେ ନିଜ ପରିବାରକୁ ରାଜନୀତି ବଳରେ ସୁରକ୍ଷିତ ଦେବାକୁ ଚାହାନ୍ତି। ଏଭଳି ରାଜନୈତିକ ପରିବାରବାଦ ଦେଶ ପାଇଁ ଏବେ ଆହ୍ବାନ ପାଲଟିଛି ଏବଂ ତାହାର ମୂଳୋତ୍ପାଟନ ଜରୁରୀ ହୋଇପଡ଼ିଛି ବୋଲି ସେ କହିଛନ୍ତି। କାରଣ ଏପରି ରାଜନୈତିକ ବଂଶରେ ଜନ୍ମିତ ଓ ପ୍ରତିପାଳିତ ପିଢ଼ିର ଧାରଣା ଯେ ସେମାନଙ୍କ ପୂର୍ବ ପିଢ଼ି ଯେପରି ଦୁର୍ନୀତିକୁ ଆପଣାର କରିପାରିଥିଲେ, ସେମାନେ ମଧ୍ୟ କରିପାରିବେ। ଏପରି ଅନେକ ଜୀବନ୍ତ ଉଦାହରଣକୁ ସେମାନେ ଦେଖି ଆସିଥିବେ। ସୁତରାଂ ଏଭଳି ବ୍ୟକ୍ତିବିଶେଷଙ୍କର ଆଇନ କାନୁନ ପ୍ରତି ସମ୍ମାନବୋଧ ନଥାଏ କି ଭୟ ମଧ୍ୟ ନଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe