ହନିଟ୍ରାପ୍‌ ପ୍ରସଂଗ‌କୁ ନେଇ କମ୍ପିଲା କର୍ଣ୍ଣାଟକ ବିଧାନସଭା

କର୍ଣ୍ଣାଟକ ବିଧାନସଭାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ବିରୋଧରେ ହନଟ୍ରାପ ଦୁର୍ନୀତି ଅଭିଯୋଗ ଆସିବା ପରେ ତାହାକୁ ନେଇ ବିବାଦ ଉପୁଜିଛି। ଏହି ମାମଲାରେ ୪୮ ଜଣ ବରିଷ୍ଠ ମନ୍ତ୍ରୀ ସାମିଲ୍‌ ଥିବା ଅଭିଯୋଗ ହୋଇଛି।

 Deccan Hୀୂଜerald

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ବିରୋଧରେ ହନଟ୍ରାପ ଦୁର୍ନୀତି ଅଭିଯୋଗ ଆସିବା ପରେ ତାହାକୁ ନେଇ ବିବାଦ ଉପୁଜିଛି। ଏହି ମାମଲାରେ ୪୮ ଜଣ ବରିଷ୍ଠ ମନ୍ତ୍ରୀ ସାମିଲ୍‌ ଥିବା ଅଭିଯୋଗ ହୋଇଛି।

 କର୍ଣ୍ଣାଟକ ସମବାୟ ମନ୍ତ୍ରୀ କେ ଏନ୍‌ ରାଜନ୍ନ ଆଜି ବିଧାନସଭାରେ ବିସ୍ଫୋରକ ଦାବି କରିଛନ୍ତି ।  ତାଙ୍କ ଉପରେ ହନିଟ୍ରାପ୍‌ ଉଦ୍ୟମ ହୋଇଥିବା ଅଭିଯୋଗ କରିଛନ୍ତି । ‌କେବଳ ସେ ନୁହନ୍ତି ରାଜ୍ୟର ଅନ୍ୟ ମନ୍ତ୍ରୀ ନେତାଙ୍କ ସମେତ କେନ୍ଦ୍ରୀୟ ନେତୃବୃନ୍ଦ ମଧ୍ୟ ଏହାର ଶିକାର ହୋଇଛନ୍ତି ।  ହନିଟ୍ରାପ୍‌ରେ ୪୮ ଜଣ ନେତା ଫସିଛନ୍ତି ବୋଲି ସେ ବିବୃତି ଦେଇଛନ୍ତି । 

ଉକ୍ତ ଘଟଣାର ତଦନ୍ତ ପାଇଁ ଦାବି କରିବା ପରେ ଗୃହ ମନ୍ତ୍ରୀ ଜି ପରମେଶ୍ବର ଉକ୍ତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ବଜେଟ୍‌ ଅଧିବେଶନ ଆଲୋଚନା ସମୟରେ ବିଜୟପୁରା ବିଧାୟକ ବସନଗୌଡ଼ା ପାଟିଲ  ଏହି ପ୍ରସଙ୍ଗ ଉଠାଇଥିଲେ ଏବଂ କହିଥିଲେ ଯେ ରାଜ୍ୟରେ ସମବାୟ ମନ୍ତ୍ରୀଙ୍କୁ ହନିଟ୍ରାପ୍‌ କରିବାପାଇଁ ଉଦ୍ୟମ ହୋଇଥିଲା । 

ସେହିଭଳି ବିଜେପି ନେତା ତଥା ବିରୋଧୀ ଦଳ ନେତା ଆର୍‌ ଅଶୋକା ଏହି ଘଟଣାର ତଦନ୍ତ ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ବାରା ହେବା ଆବଶ୍ୟକ ବୋଲି କହିଛନ୍ତି।  ସରକାର ଏଭଳି  ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରିବା ଉଚିତ ବୋଲି ସେ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe