ପ୍ରଶାନ୍ତ କିଶୋରଙ୍କ ବଡ଼ ଘୋଷଣା, ୨୦ରୁ ‘ବାତ୍ ବିହାରକି’ ଅଭିଯାନର ଶୁଭାରମ୍ଭ

ପ୍ରଶାନ୍ତ କିଶୋରଙ୍କ ବଡ଼ ଘୋଷଣା, ୨୦ରୁ ‘ବାତ୍ ବିହାରକି’ ଅଭିଯାନର ଶୁଭାରମ୍ଭ

image source--navbharattimes

ନୂଆଦିଲ୍ଲୀ: ରାଜନୈତିକ ରଣନୀତିକାରରୁ ରାଜନେତା ବନିଥିବା ପ୍ରଶାନ୍ତ କିଶୋର ଆଜି ପାଟନାରେ ବଡ଼ ଘୋଷଣା କରିଛନ୍ତି। ଜେଡି(ୟୁ)ରୁ ବହିଷ୍କୃତ ହୋଇଥିବା ପ୍ରଶାନ୍ତ କିଶୋର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ବିଜେପିକୁ ଟାର୍ଗେଟ୍ କରିଛନ୍ତି।
ପ୍ରଶାନ୍ତ କିଶୋର କହିଛନ୍ତି ଯେ ନୀତିଶ କୁମାର ଗଡ୍‌ସେ ବିଚାରର ଲୋକଙ୍କ ପକ୍ଷ ନେଉଛନ୍ତି। ଗାନ୍ଧି ଓ ଗଡ୍‌ସେ ଏକାଠି କେମିତି ଯାଇପାରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାଛଡ଼ା ନୀତିଶ କୁମାର ବିହାରର ବିକାଶ କରିବାରେ ଅସଫଳ ହୋଇଛନ୍ତି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।
ବିହାର ୨୦୦୫ ମସିହାରେ ସବୁଠାରୁ ଗରିବ ରାଜ୍ୟ ଥିଲା। ଆଜି ମଧ୍ୟ ତାହା ଅଛି। ଏବେ ଦେଶରେ କେହି ନୀତିଶଙ୍କ ଶାସନ ମଡେଲ ବାବଦରେ ଚର୍ଚ୍ଚା କରୁନାହାନ୍ତି।

publive-image image source--jagran

ସେ ପ୍ରଥମେ ‘ବାତ୍ ବିହାରକି’ ଅଭିଯାନର ଶୁଭାରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି। ଏଥିରେ ବିହାରର ବିକାଶ ଚାହୁଁଥିବା ଯୁବବର୍ଗକୁ ଅଧିକାଧିକ ସଂଖ୍ୟାରେ ଯୋଗ ଦେବା ଲାଗି ଆହ୍ବାନ ଦେଇଛନ୍ତି। ଏହି ଅବସରରେ ପ୍ରଶାନ୍ତ କିଶୋର କହିଛନ୍ତି ଯେ ଆଗାମୀ ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ଏହି ଅଭିଯାନରେ ୧୦ ଲକ୍ଷ ଯୁବକଯୁବତୀଙ୍କୁ ସାମିଲ କରିବାର ଯୋଜନା ରହିଛି। ଆଗାମୀ ୨୦ ତାରିଖରୁ ‘ବାତ୍ ବିହାରକି’ ଅଭିଯାନର ଶୁଭାରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି। ପ୍ରଶାନ୍ତ କିଶୋର ଆହୁରି ମଧ୍ୟ କହିଛନ୍ତି ଯେ ସେ ନିର୍ବାଚନ ଲଢ଼ିବେ ନାହିଁ, ମାତ୍ର ପଞ୍ଚାୟତସ୍ତରରୁ ଯୁବକଯୁବତୀମାନଙ୍କୁ ମନୋନୀତ କରାଯାଇ ସେମାନଙ୍କୁ ଆଗକୁ ଅଣାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe