ବାଂଲାଦେଶରେ ରାଜନୈତିକ ଅସ୍ଥିରତା ବଢ଼ିଲା: ୟୁନୁସଙ୍କ ଘର-କାର୍ଯ୍ୟାଳୟର ସୁରକ୍ଷା ବୃଦ୍ଧି, ପ୍ରତିବାଦ ନିଷେଧ

ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମହମ୍ମଦ ୟୁନୁସଙ୍କ ବାସଭବନ ଏବଂ ତାଙ୍କ ସଚିବାଳୟ ସମେତ ଢାକାର ଶକ୍ତି କେନ୍ଦ୍ରରେ ରାଲି ଏବଂ ପ୍ରତିବାଦ ଉପରେ ନିଷେଧ କରିଛି। ଫଳରେ ମଧ୍ୟବର୍ତ୍ତୀକାଳୀନ ସରକାର ବିରୁଦ୍ଧରେ ପ୍ରତିବାଦ ବୃଦ୍ଧି ପାଉଛି...

Political unrest increases in Bangladesh: Security increased at Yunus's home and office, protests banned

Political unrest increases in Bangladesh: Security increased at Yunus's home and office, protests banned Photograph: (sambad.in)

ଢାକା: ବାଂଲାଦେଶର ରାଜଧାନୀ ଢାକାରେ ରାଲି ଏବଂ ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ବିଶେଷକରି ଢାକାର ସେହି ଅଞ୍ଚଳରେ ପ୍ରତିବାଦ ଉପରେ ପ୍ରତିବନ୍ଧକ ଲଗାଯାଇଛି ଯେଉଁଠାରେ ବଡ଼ ନେତାଙ୍କ ଘର ଏବଂ ପ୍ରମୁଖ ସରକାରୀ ବିଭାଗର କାର୍ଯ୍ୟାଳୟ ଅବସ୍ଥିତ। ଏହି ନିଷ୍ପତ୍ତି ଏପରି ସମୟରେ ନିଆଯାଇଛି ଯେତେବେଳେ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାର ବିରୁଦ୍ଧରେ ପ୍ରତିବାଦ ବୃଦ୍ଧି ପାଉଛି।

ୟୁନୁସ ସରକାର କିଛି ସମୟ ଧରି ବିରୋଧୀ ଦଳ, ସରକାରୀ କର୍ମଚାରୀ, ଶିକ୍ଷକ ଏବଂ ସେନା ପକ୍ଷରୁ ଅସନ୍ତୋଷର ସମ୍ମୁଖୀନ ହେଉଛି। ୟୁନୁସଙ୍କ କାର୍ଯ୍ୟଶୈଳୀ ଉପରେ ତାଙ୍କର ପୁରୁଣା ସମର୍ଥକମାନେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ଡେଲି ଷ୍ଟାର ରିପୋର୍ଟ ଅନୁଯାୟୀ, ଢାକା ମେଟ୍ରୋପଲିଟାନ୍ ପୁଲିସ ରାଜଧାନୀରେ ସାଧାରଣ ସଭା, ଶୋଭାଯାତ୍ରା ଏବଂ ରାଲି ଉପରେ ପ୍ରତିବନ୍ଧକ ଲଗାଇଛି। ୟୁନୁସ ସରକାରଙ୍କ ଅଧ୍ୟାଦେଶ ବିରୁଦ୍ଧରେ ସରକାରୀ କର୍ମଚାରୀଙ୍କ ସପ୍ତାହ ଧରି ଚାଲିଥିବା ପ୍ରତିବାଦ ମଧ୍ୟରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଯାହା ଦ୍ବାରା ସେମାନଙ୍କୁ ୧୪ ଦିନ ମଧ୍ୟରେ କୌଣସି ପ୍ରକ୍ରିୟା ବିନା କଦାଚାର ପାଇଁ ବହିଷ୍କାର କରିବାର ଅନୁମତି ପ୍ରଦରନ କରିଥାଏ।
 

ଢାକା ମେଟ୍ରୋପଲିଟାନ୍ ପୁଲିସ ସୋମବାର ମହମ୍ମଦ ୟୁନୁସଙ୍କ ସରକାରୀ ବାସଭବନ, ଯମୁନା ଗେଷ୍ଟ ହାଉସ୍, ବାଂଲାଦେଶ ସଚିବାଳୟ ଏବଂ ଆଖପାଖ ଅଞ୍ଚଳକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ସିଲ୍ କରିଦେଇଛି। ୟୁନୁସ ସରକାରଙ୍କ ଅଧ୍ୟାଦେଶ ବିରୋଧରେ ସରକାରୀ କର୍ମଚାରୀ ଏବଂ ଢାକା ସଚିବାଳୟର ଅଧିକାରୀମାନେ ସପ୍ତାହେ ଧରି ପ୍ରତିବାଦ କରିଆସୁଛନ୍ତି। ସରକାରୀ କର୍ମଚାରୀମାନେ ଏହି ଅଧ୍ୟାଦେଶକୁ ଏକ କଳା ଆଇନ ବୋଲି କହିଛନ୍ତି ଏବଂ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି।

ଡିଏମପି କମିସନର ଏସଏମ ସଜ୍ଜତ ଅଲି କହିଛନ୍ତି ଯେ, ସାର୍ବଜନୀନ ଶୃଙ୍ଖଳା ଏବଂ ମହମ୍ମଦ ୟୁନୁସଙ୍କ ସୁରକ୍ଷା ପାଇଁ କେନ୍ଦ୍ରୀୟ ଢାକା ଅଞ୍ଚଳରେ ପ୍ରତିବାଦ ଏବଂ ରାଲିକୁ ନିଷିଦ୍ଧ କରାଯାଇଛି। ଗତ ମାସରେ, ମଧ୍ୟବର୍ତ୍ତୀକାଳୀନ ସରକାର ପ୍ରମୁଖ ସରକାରୀ ପ୍ରତିଷ୍ଠାନଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ସୀମା ସୁରକ୍ଷା ବାଂଲାଦେଶ (ବିଜିବି) ଏବଂ ପୁଲିସ ସ୍ୱାଟ୍ ୟୁନିଟ୍ ସମେତ ଅର୍ଦ୍ଧସାମରିକ ବାହିନୀକୁ ନିୟୋଜିତ କରିଥିଲେ।

ଅଧିକ ପଢ଼ନ୍ତୁ: ଗ୍ରେଟା ଥନବର୍ଗଙ୍କ ମିସନ ଗାଜାକୁ ବିଫଳ କଲା ଇସ୍ରାଏଲ: ସମସ୍ତ କର୍ମୀଙ୍କୁ ଦେଶାନ୍ତର କରିବ

ସୂଚନାଯୋଗ୍ୟ, ମହମ୍ମଦ ୟୁନୁସ୍ ଗତ ବର୍ଷ ୮ ଅଗଷ୍ଟରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରର ଦାୟିତ୍ୱ ଗ୍ରହଣ କରିଥିଲେ। ତେବେ ଏବେ ଗତ କିଛି ସପ୍ତାହ ଧରି ୟୁନୁସ୍ ସରକାର ବିରୋଧର ସମ୍ମୁଖୀନ ହେଉଛନ୍ତି। ଗୋଟିଏ ପଟେ, ନୂତନ ଆଇନରେ ଶ୍ରମିକ ବର୍ଗ ଅସନ୍ତୁଷ୍ଟ ଅଛନ୍ତି, ଅନ୍ୟପଟେ ନିର୍ବାଚନ ବିଳମ୍ବ ହେବା ନେଇ ରାଜନୈତିକ ଦଳଗୁଡ଼ିକୁ ଅସନ୍ତୁଷ୍ଟ କରିଛି। ୟୁନୁସ୍ ଏପ୍ରିଲ ୨୦୨୬ ସୁଦ୍ଧା ନିର୍ବାଚନର ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ କିଛି ରାଜନୈତିକ ସମୀକ୍ଷକ ଅନୁମାନ କରୁଛନ୍ତି ଯେ, ସେ ନିର୍ବାଚନ ବିନା କ୍ଷମତାରେ ରହିବାକୁ ଚାହୁଁଛନ୍ତି।

ନିର୍ବାଚନ ପାଇଁ ସ୍ପଷ୍ଟ ସମୟସୀମା ଦାବି କରି ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ବଡ଼ ଧରଣର ପ୍ରତିବାଦ କରୁଛି। ଏହି ସମୟରେ, ସେନା ମୁଖ୍ୟ ଜେନେରାଲ ୱାକାର ଉଜ୍ ଜମାନ୍ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ନିର୍ବାଚନ କରିବାକୁ ଜିଦ୍ ଧରିଛନ୍ତି। ୱାକାର  ଏବଂ ୟୁନୁସ୍ ମଧ୍ୟରେ ଲଗାତାର ବିବାଦ ବୃଦ୍ଧି ପାଉଥିବାର ରିପୋର୍ଟ ଆସୁଛି। ଏହା ୟୁନୁସ୍‌ଙ୍କ ସମସ୍ୟାକୁ ବଢ଼ାଇ ଦେଇଛି।

ଅଧିକ ପଢ଼ନ୍ତୁ: ପାଲଲହଡ଼ାରେ ରକ୍ତଟଣା ଜିଙ୍କ ପୋକ ଆତଙ୍କ, ଲୋକେ ଆତଙ୍କିତ

muhammad-yunus | Bangladesh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe