Image Source--dnaindia
ପାଟନା: ୨୦୨୧ରେ ବିହାରରେ ବିଧାନସଭା ନିର୍ବାଚନ ହେବା ଆଗରୁ ଜେଡିୟୁ- ବିଜେପି ନେତାଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଉଗ୍ର ରୂପ ନେଇଛି। ଏସଂପର୍କରେ ନିଜର ପ୍ରତିକ୍ରିୟାରେ ଜେଡିୟୁ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ଯେ ଜେଡିୟୁ- ବିଜେପି ମେଣ୍ଟରେ କିଛି ବିବାଦ ନାହିଁ, ସବୁ ଠିକ୍ ଅଛି।
image source-dainik bhaskarସୂଚନାଯୋଗ୍ୟ, ଗତ ରବିବାର ଦିନ ଜେଡିୟୁର ରାଷ୍ଟ୍ରୀୟ ଉପସଭାପତି ତଥା ଚର୍ଚ୍ଚିତ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ବରିଷ୍ଠ ସହଯୋଗୀ ଜେଡିୟୁ ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ତୁଳନାରେ ଅଧିକ ଆସନରେ ଲଢ଼ିବା ଦରକାର ବୋଲି କହିଥିଲେ ।
ପ୍ରଶାନ୍ତ କିଶୋରଙ୍କ ଏହି ବୟାନ ଉପରେ ବିଜେପି ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେପିର ବରିଷ୍ଠ ନେତା ନୀତିନ ନବୀନ କହିଛନ୍ତି ଯେ ବିହାରରେ ବିଜେପି ସର୍ବଦା ୫୦:୫୦ ଫର୍ମୁଲାକୁ ଗୁରୁତ୍ୱ ଦେଇ ଆସିଛି। ତେବେ ଏ ସଂପର୍କରେ ଦୁଇ ଦଳର ହାଇକମାଣ୍ଡଙ୍କ ନିଷ୍ପତ୍ତି ସର୍ବମାନ୍ୟ ହେବ। ଏହି ପ୍ରସଙ୍ଗକୁ ନେଇ ପ୍ରଶାନ୍ତ କିଶୋର କାହିଁକି ମୁଣ୍ଡ ଖେଳାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ନୀତିନ ନବୀନ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଶାନ୍ତ କିଶୋର ହେଉଛନ୍ତି ଅଦିନିଆ ମେଘ। ତାଙ୍କ କଥାର କିଛି ଗୁରୁତ୍ବ ନାହିଁ। ତା’ଛଡ଼ା ପ୍ରଶାନ୍ତ କିଶୋରଙ୍କ ବୟାନ ଜେଡିୟୁର ବୟାନ ନୁହେଁ। ଆଗାମୀ ସମୟ କହିବ କିଏ ବଡ଼ କିଏ ଛୋଟ।
ଠିକ୍ ସେହିପରି ବିଜେପିର ବରିଷ୍ଠ ନେତା ନନ୍ଦ କିଶୋର ଯାଦବ କହିଛନ୍ତି ଆସନ ବୁଝାମଣା ପ୍ରସଙ୍ଗରେ ପ୍ରଶାନ୍ତ କିଶୋରଙ୍କ ବୟାନ ଜେଡିୟୁର ବୟାନ ନୁହେଁ। ଏଣୁ ଏହାକୁ ନେଇ ଚର୍ଚ୍ଚା ଅନାବଶ୍ୟକ ।
ଏଭଳି ସମୟରେ ବିହାରର ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜେପିର ବରିଷ୍ଠ ନେତା ସୁଶୀଲ ମୋଦୀ ଟୁଇଟ୍ କରି ପ୍ରଶାନ୍ତଙ୍କ ନାଁ ନ ନେଇ କଡ଼ା ମନ୍ତବ୍ୟ ଦେଇଥିଲେ। ଏହାର ପାଲଟା ଜବାବ୍ ବି ଦେଇଥିଲେ ପ୍ରଶାନ୍ତ କିଶୋର।
ଜେଡିୟୁର ବରିଷ୍ଠ ନେତା ଆର ପି ସିଂହ ବି ପ୍ରଶାନ୍ତ କିଶୋରଙ୍କ ବୟାନକୁ ନେଇ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ଆସନ ବୁଝାମଣା ମିଡିଆ ଆଗରେ ହୁଏ ନାହିଁ।
Follow Us