ନିର୍ବାଚନ ଲଢ଼ୁଥିବା ‘ଦାଗୀ’ ନେତାମାନେ ଏଣିକି ସେମାନଙ୍କ ସମସ୍ତ ଅପରାଧିକ ରେକର୍ଡକୁ ସମ୍ବାଦପତ୍ର ଓ ଟିଭିରେ ବିଜ୍ଞାପିତ କରାଇବେ: ନିର୍ବାଚନ କମିଶନ

Advertisment
ନିର୍ବାଚନ ଲଢ଼ୁଥିବା ‘ଦାଗୀ’ ନେତାମାନେ ଏଣିକି ସେମାନଙ୍କ ସମସ୍ତ ଅପରାଧିକ ରେକର୍ଡକୁ ସମ୍ବାଦପତ୍ର ଓ ଟିଭିରେ ବିଜ୍ଞାପିତ କରାଇବେ: ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଦେଶର ନିର୍ବାଚନକୁ ଆହୁରି ସ୍ୱଚ୍ଛ କରିବା ପାଇଁ ନିର୍ବାଚନ କମିଶନ ଏକ ନୂତନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ କମିଶନଙ୍କ ଏହି ନୂତନ ନିଷ୍ପତ୍ତି ଅନୁଯାୟୀ ଅପରାଧିକ ପୃଷ୍ଠଭୂମି ଥାଇ ନିର୍ବାଚନ ଲଢ଼ୁଥିବା ‘ଦାଗୀ’ ନେତାମାନେ ଏଣିକି ପ୍ରାର୍ଥୀ ପତ୍ର ପୂରଣ କରିବା ସମୟରେ ଏକ ନୂତନ ସଂଶୋଧିତ ଫର୍ମ ନମ୍ବର ୨୬ ପୂରଣ କରିବେ। ଏଥିସହ ନିର୍ବାଚନ ଲଢ଼ିବାକୁ ଯାଉଥିବା କୌଣସି ପ୍ରାର୍ଥୀ ଯଦି କୌଣସି ପ୍ରକାରର ଅପରାଧିକ ମାମଲାରେ ସଂପୃକ୍ତ ଥାଆନ୍ତି କିମ୍ବା କୌଣସି ଅପରାଧିକ ମାମଲାରେ ବିଚାରାଧୀନ ଥାଆନ୍ତି ତେବେ ସେ ସଂପର୍କିତ ସଂପର୍କିତ ସବିଶେଷ ତଥ୍ୟ ସେମାନଙ୍କ ଦଳର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବେ।

publive-image

ଖାଲି ଏତିକି ନୁହେଁ, ନିର୍ବାଚନ କମିଶନଙ୍କ ଏହି ନୂତନ ନିଷ୍ପତ୍ତି ଅନୁଯାୟୀ ଅପରାଧିକ ପୃଷ୍ଠଭୂମି ଥାଇ ନିର୍ବାଚନ ଲଢ଼ୁଥିବା ‘ଦାଗୀ’ ପ୍ରାର୍ଥୀମାନେ ସେମାନଙ୍କ ଅପରାଧିକ ରେକର୍ଡକୁ ନିର୍ବାଚନ ପ୍ରଚାର କାଳରେ ସର୍ବାଧିକ ପ୍ରସାରିତ ସମ୍ବାଦପତ୍ର ଓ ସର୍ବାଧିକ ପ୍ରଦର୍ଶିତ ଚ୍ୟାନେଲରେ ପୃଥକ ପୃଥକ ତାରିଖରେ ତିନିଥର ଲେଖାଏଁ ବେଶ୍‌ ଆଖି ଦୃଶିଆ ଭାବେ ବିଜ୍ଞାପିତ କରାଇବେ। ମନୋନୟନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ପୂର୍ବରୁ ଥରେ ବିଜ୍ଞାପନ ପ୍ରକାଶ କରିବେ ଏବଂ ପରବର୍ତ୍ତୀ ସମୟରେ ମତଦାନ ଗ୍ରହଣ ପୂର୍ବରୁ ଦୁଇଥର ବିଜ୍ଞାପନ ପ୍ରକାଶ କରିବେ ଏବଂ ପ୍ରକାଶିତ ବିଜ୍ଞାପନକୁ ନିର୍ବାଚନ କମିଶନଙ୍କ ନିକଟରେ ବାଧ୍ୟତାମୂଳକ ଭାବେ ଦାଖଲ କରିବେ ବୋଲି ନିର୍ବାଚନ କମିଶନ ସ୍ପଷ୍ଟ କରି  ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe