ଟିମ୍‌ ଇଣ୍ଡିଆକୁ ରାଜନେତାଙ୍କ ପ୍ରଶଂସା

Advertisment
ଟିମ୍‌ ଇଣ୍ଡିଆକୁ ରାଜନେତାଙ୍କ ପ୍ରଶଂସା

ନୂଆଦିଲ୍ଲୀ : ରବିବାର ଅଷ୍ଟ୍ରେଲିଆର ମେଲବୋର୍ଣ୍ଣଠାରେ ଅନୁଷ୍ଠିତ ଟି୨୦ ବିଶ୍ବକପ୍‌ରେ ପାକିସ୍ତାନ ବିରୋଧରେ ଭାରତର ଦମ୍‌ଦାର ବିଜୟ ପରେ ଦେଶରେ ଖୁସିର ମାହୋଲ ଦେଖାଦେଇଛି। ରାଜନେତାମାନଙ୍କ ପକ୍ଷରୁ ଟିମ୍ ଇଣ୍ଡିଆ ପ୍ରତି ପ୍ରଶଂସାର ସୁଅ ଛୁଟିଛି। ସେମାନଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ରାହୁଲ ଗାନ୍ଧି, କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ପ୍ରମୁଖ।

ଆଜିର ଖେଳରେ ଷ୍ଟାର୍ ପର୍ଫମର ଥିଲେ ବିରାଟ କୋହଲି, ଯିଏ ୫୩ଟି ବଲ୍‌ରେ ୮୨ ରନ୍ କରି ଭାରତକୁ ୪ ୱିକେଟରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନଠାରୁ ବିଜୟ ପ୍ରଦାନ କରିଥିଲେ। ଏହି ଅବସରରେ ଗୃହମନ୍ତ୍ରୀ ଶାହ ଟିମ୍ ଇଣ୍ଡିଆକୁ ବଧେଇ ଜଣାଇବା ସହ ଟି୨୦ ବିଶ୍ବକପ୍‌ ଆରମ୍ଭର ଏହା ପ୍ରକୃଷ୍ଟ ସମୟ ଥିଲା ବୋଲି କହିଛନ୍ତି। ଦୀପାବଳିର ଅବ୍ୟବହିତ ପୂର୍ବରୁ ବିରାଟ କୋହଲି ଦମ୍‌ଦାର ବାଣ ଫୁଟାଇଛନ୍ତି ବୋଲି ଶାହା କହିଛନ୍ତି। କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଶାହଙ୍କ କଥାର ପ୍ରତିଧ୍ବନି ତୋଳି କହିଛନ୍ତି ଯେ ଏହା ହେଉଛି ଟିମ୍ ଇଣ୍ଡିଆର ଦେଶବାସୀଙ୍କୁ ଦୀପାବଳି ଭେଟି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, କଂଗ୍ରେସ ନେତା ଶଶୀ ଥରୁର ପ୍ରମୁଖ ମଧ୍ୟ ଟିମ୍ ଇଣ୍ଡିଆକୁ ବଧେଇ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe