ରାଜନୀତି କେବଳ ଭୋଟ୍‌ର କଥା ନୁହେଁ, ସ୍ୱଚ୍ଛତା ମୋ ପାଇଁ ପୂଜା ସଦୃଶ: ପ୍ରଧାନମନ୍ତ୍ରୀ ମୋଦି

ରାଜନୀତି କେବଳ ଭୋଟ୍‌ର କଥା ନୁହେଁ, ସ୍ୱଚ୍ଛତା ମୋ ପାଇଁ ପୂଜା ସଦୃଶ: ପ୍ରଧାନମନ୍ତ୍ରୀ ମୋଦି

Varanasi: Prime Minister Narendra Modi addresses during a function for the launch of various developmental projects, in Varanasi, Uttar Pradesh on Friday. PTI Photo / PIB (PTI9_22_2017_000182A)

ନୂଆଦିଲ୍ଲୀ: ବିଜେପି ଭୋଟ୍‌ ପାଇଁ ଖେଳ କରୁଛି ବୋଲି ବିରେଧୀ ଦଳ ଲଗାଇଥିବା ଆରୋପର କଡ଼ା ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜେପି ଏକ ଭିନ୍ନ ସଂସ୍କୃତିର ଦଳ ଏବଂ ରାଜନୀତି ଆମ ଦଳ ପାଇଁ କେବଳ ଭୋଟ୍‌ର କଥା ନୁହେଁ ବୋଲି ପ୍ରଧାନମନ୍ତ୍ରୀ ମୋଦି ଶନିବାର ଘୋଷଣା କରିଛନ୍ତି। ବାରଣାସୀରେ ‘ପଶୁ ଆରୋଗ୍ୟ ମେଳା’ର ଉଦ୍‌ଘାଟାନ କରିବା ପରେ ସର୍ବସାଧାରରେ ଆୟୋଜିତ ହୋଇଥିବା ଏକ ବୈଠକରେ ମୋଦି ଏପରି ମତ ରଖିଛନ୍ତି।

ମୋଦି କହିଛନ୍ତି, ‘ଭାରତ ଦୁର୍ନୀତିରେ ବୁଡ଼ି ରହିଥିବାରୁ ବହୁ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆମର ଉଦେଶ୍ୟ ଯଦି କେବଳ ଭୋଟ୍‌ ପାଇବା ପାଇଁ ହୋଇଥାନ୍ତା ତେବେ ଆମେ ବି ଅନ୍ୟମାନଙ୍କ ପରି ଭୋଟ ପାଇବା ପରି କାର୍ଯ୍ୟ କରୁଥାନ୍ତୁ। ଅନେକ ରାଜନେତା ଏପରି କରୁଛନ୍ତି। ମାତ୍ର ଆମ ଦଳର ସଂସ୍କୃତି ଭିନ୍ନ। ସ୍ୱଚ୍ଛତା ହେଉଛି ଆମ ପାଇଁ ପୂଜା। ସ୍ୱଚ୍ଛ ଭାରତ ଗଠନ ହେଲେ ଅନେକ ରୋଗର ନାଶ ଘଟିବ। ପ୍ରତ୍ୟେକ ନାଗରିକ ମନରେ ଏକ ସ୍ୱଚ୍ଛ ଗ୍ରାମ, ସ୍ୱଚ୍ଛ ସହର ଓ ସ୍ୱଚ୍ଛ ଦେଶ ଗଠନର ଲକ୍ଷ୍ୟ ରହୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe