‘ରାଜନୀତି ପଦାର୍ଥ ବିଜ୍ଞାନ ନୁହେଁ, ରସାୟନ ବିଜ୍ଞାନ’

ମେଣ୍ଟ ରାଜନୀତି ଉପରେ ଅମିତ ଶାହଙ୍କ ମନ୍ତବ୍ୟ

‘ରାଜନୀତି ପଦାର୍ଥ ବିଜ୍ଞାନ ନୁହେଁ, ରସାୟନ ବିଜ୍ଞାନ’

Sambad English

ନୂଆଦିଲ୍ଲୀ: ମେଣ୍ଟ ରାଜନୀତି ଉପରେ ମତ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର କହିଛନ୍ତି ଯେ ରାଜନୀତି ପଦାର୍ଥ ବିଜ୍ଞାନ ନୁହେଁ, ଏହା ହେଉଛି ରସାୟନ ବିଜ୍ଞାନ। ଏକ ଇଂରାଜୀ ଦୈନିକ ସମ୍ବାଦପତ୍ର ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଶାହ କହିଥିଲେ ଯେ ପଂଜାବ ନିର୍ବାଚନ ନେଇ ସେମାନେ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ଏବଂ ପୂର୍ବତନ ଅକାଳୀ ନେତା ସୁଖଦେବ ସିଂହ ଧିଣ୍ଡସାଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ସେମାନଙ୍କ ସହ ମେଣ୍ଟ କରିବା ପାଇଁ ବିଚାରବିମର୍ଶ ଚାଲିଛି।

କୃଷକ ଆନ୍ଦୋଳନ ପଞ୍ଜାବ ଓ ଉତ୍ତରପ୍ରଦେଶ ନିର୍ବାଚନ ଉପରେ କିଛି ପ୍ରଭାବ ପକେଇବ କି ବୋଲି ପ୍ରଶ୍ନର ଉତ୍ତରରେ ଶାହ ଏପରି ସମ୍ଭାବନାକୁ ଅସ୍ବୀକାର କରିଥିଲେ। ଶାହ କହିଥିଲେ ଯେ କୃଷକମାନଙ୍କ ଦାବିକୁ ମାନିନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି କୃଷି ଆଇନକୁ ପ୍ରତ୍ୟାହାର କରି ମହାନ ହୃଦୟର ପରିଚୟ ଦେଇଛନ୍ତି। ଏବେ ପଞ୍ଜାବରେ ଆଉ କିଛି ଇସ୍ୟୁ ଅଛି ବୋଲି ସେ ଭାବୁନାହାନ୍ତି।

ଗୃହମନ୍ତ୍ରୀ କହିଥିଲେ ଯେ ରାଜନୀତି ପଦାର୍ଥବିଜ୍ଞାନ ନୁହେଁ ରସାୟନ ବିଜ୍ଞାନ। ଯେତେବେଳେ ଦୁଇଟି ଦଳ ହାତ ମିଳାନ୍ତି, ସେତେବେଳେ ସେମାନଙ୍କ ଭୋଟ ବି ମିଶିଯିବ ବୋଲି ଭାବିବା ଠିକ୍ ନୁହେଁ। ଯେତେବେଳେ ଦୁଇଟି ରାସାୟନିକ ଏକ ନିର୍ଦ୍ଦିଷ୍ଟ ଅନୁପାତରେ ମିଶନ୍ତି, ତାଙ୍କଠାରୁ ଏକ ତୃତୀୟ ରସାୟନର ଉଦ୍ଭବ ଘଟିଥାଏ। ଆମେ ପୂର୍ବରୁ ଦେଖିଛୁ ଏସ୍‌ପି ଓ କଂଗ୍ରେସ ହାତ ମିଳାଇବା। ତା’ପରେ ଏସ୍‌ପି, ବିଏସ୍‌ପି ଓ କଂଗ୍ରେସ ତିନିହେଁ ଏକାଠି ହୋଇଗଲେ, କିନ୍ତୁ ବିଜେପି ଜିତିଲା। ଭୋଟବ୍ୟାଙ୍କକୁ ଦେଖି ମେଣ୍ଟ ଗଠନ କଲେ ଲୋକେ ତାକୁ ଗ୍ରହଣ କରି ନ ପାରନ୍ତି ବୋଲି ଶାହ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe