କେଜ୍ରିୱାଲଙ୍କ ବିରୋଧରେ ‘ପୋଲ୍‌ଖୋଲ୍‌’ ଅଭିଯାନ

Advertisment
କେଜ୍ରିୱାଲଙ୍କ ବିରୋଧରେ ‘ପୋଲ୍‌ଖୋଲ୍‌’ ଅଭିଯାନ

ନୂଆଦିଲ୍ଲୀ : ଦିଲ୍ଲୀରେ କ୍ଷମତାସୀନ ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ବିରୋଧରେ ବିଜେପିର ପୋଲଖୋଲ ଅଭିଯାନ ଆରମ୍ଭ ହୋଇଛି। ସ୍ଥାନୀୟ ତାଲକଟୋରା ଷ୍ଟାଡିୟମରେ ବିଜେପିର ଜାତୀୟ ଉପସଭାପତି ତଥା ଦିଲ୍ଲୀ ପ୍ରଦେଶ ବିଜେପି ପ୍ରଭାରୀ ‌ବୈଜୟନ୍ତ ପଣ୍ଡା ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି।

୧୫ ଦିନ ଧରି ଚାଲିବାକୁ ଥିବା ଏହି ଅଭିଯାନରେ ପ୍ରାୟ ୨୫ ଲକ୍ଷ ପରିବାର ନିକଟରେ କେଜ୍ରିୱାଲ ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତି ଓ ବିଫଳତାର ବାର୍ତ୍ତା ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏଥି ପାଇଁ ଦଳ ଏକ ପ୍ରଚାରପତ୍ର ମଧ୍ୟ ପ୍ରସ୍ତୁତ କରିଛି। ଏହି ଅବସରରେ ବିଜେପିର ୫ ହଜାରରୁ ଅଧିକ କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ବୋଧନ କରି ଶ୍ରୀ ପଣ୍ଡା କହିଥିଲେ ଯେ ଯଦି କେଜ୍ରିୱାଲ ସରକାରଙ୍କ ପାଖରେ ପ୍ରଶାସନିକ କଳ ଅଛି ତେବେ ଆମପାଖରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ବଳ ଅଛି। ଏହି ବଳ ଆଗାମୀ ଦିନରେ ଲୋକଙ୍କ ପାଖରେ ପହଞ୍ଚି କେଜ୍ରିୱାଲ ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତି ଓ ବିଫଳତାର ମୁଖା ଖୋଲିବ। ଆଗାମୀ ଦିନରେ ଦିଲ୍ଲୀ ମହାନଗର ନିଗମ ଓ ବିଧାନସଭା ନିର୍ବାଚନରେ ବିଜେପିକୁ ସଫଳତା ମିଳିବ ଓ ସରକାର ଗଢ଼ିବ ବୋଲି ଶ୍ରୀ ପଣ୍ଡା ଦୃଢ଼ୋକ୍ତି ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ବିଜେପିର ଦିଲ୍ଲୀ ପ୍ରଦେଶ ସଭାପତି ଶ୍ରୀ ଆଦେଶ ଗୁପ୍ତାଙ୍କ ସହ ବହୁ ସାଂସଦ ଓ ବିଧାୟକ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe