୩୦୦ ଚକିଆ ଲରିରେ ଆସୁଥିବା ୬୨ ଫୁଟ୍‌ ଉଚ୍ଚ ହନୁମାନ ପ୍ରତିମାକୁ ବେଙ୍ଗାଲୁରୁ ରାଜପଥରେ ଅଟକାଇଲା ପୁଲିସ

Advertisment
୩୦୦ ଚକିଆ ଲରିରେ ଆସୁଥିବା ୬୨ ଫୁଟ୍‌ ଉଚ୍ଚ ହନୁମାନ ପ୍ରତିମାକୁ ବେଙ୍ଗାଲୁରୁ ରାଜପଥରେ ଅଟକାଇଲା ପୁଲିସ

ବେଙ୍ଗାଲୁରୁ: ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଦର୍ଶାଇ ୪୮ ନମ୍ବର ଜାତୀୟ ରାଜପଥରେ ଏକ ଅର୍ଦ୍ଧନିର୍ମିତ ହନୁମାନ ମୂର୍ତ୍ତି ନିଆଯାଉଥିବା ଗାଡ଼ିକୁ ପୁଲିସ ଅଟକ ରଖିଥିଲା। ଏହି ୬୨ ଫୁଟ୍‌ ଉଚ୍ଚ ଏବଂ ୭୫୦ ଟନ୍‌ ଓଜନ ବିଶିଷ୍ଟ ମୂର୍ତ୍ତିଟିକୁ ଏକ ଅଧିକ ଲମ୍ବ ଗାଡ଼ିରେ କୋଲାରରୁ କଚରାକନାହାଲ୍ଲି ନିଆଯାଉଥିଲା।

୩୦୦ ଚକିଆ ଗାଡ଼ିରେ ଯାଉଥିବା ମନୋଲିଥ୍‌ ପଥର ଖଣ୍ଡଟିକୁ ସହର ଠାରୁ ୩୫ କିଲୋମିଟର ଦୂର ହୋସ୍‌କୋଟେ ଠାରେ ଅଟକା ଯାଇଥିଲା। ଶେଷରେ ନିର୍ବାଚନ କମିସନ ଏଥିରେ ହସ୍ତକ୍ଷେପ କରି ଯିବାକୁ ଅନୁମତି ଦେବାରୁ ମଙ୍ଗଳବାର ମଧ୍ୟାହ୍ନ ବେଳକୁ ପୁଣି ଗାଡ଼ି ଚାଲିଥିଲା। ଶ୍ରୀରାମ ଚୈତନ୍ୟ ବର୍ଦ୍ଧିନୀ ଟ୍ରଷ୍ଟ୍‍ ଏହି ମୂର୍ତ୍ତି ନିର୍ମାଣ ଓ ସ୍ଥାପନ କରାଯିବ।

ଗାଡ଼ିଟି ଅଟକା ଯିବା ଫଳରେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍‌ ଜାମ୍‌ ହୋଇଥିଲା।

ନିର୍ମାଣ ହେବାକୁ ଯାଉଥିବା ହନୁମାନଙ୍କ ପ୍ରତିମାଟି ବିଶ୍ୱର ସର୍ବବୃହତ୍‌ ବୋଲି ଟ୍ରଷ୍ଟି ମୁନିରାଜୁ କହିଛନ୍ତି। ଏହାକୁ ସାମଗ୍ରିକ ଭାବେ ଖୋଦେଇ କରାଯାଇ ଅଣାଯାଇଛି। ସମ୍ପୂର୍ଣ୍ଣ ଖୋଦେଇ କାମ ହେବ ମୂର୍ତ୍ତିଟି ସ୍ଥାପିତ ହେବାକୁ ନିର୍ଦ୍ଧାରଣ କରାଯାଇଥିବା ସ୍ଥାନରେ। ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ କାନ୍ଧରେ ବସାଇଥିବା ଏହି ହନୁମନ୍ତଙ୍କ ପ୍ରତିମା ନିର୍ମାଣ ଆସନ୍ତା ବର୍ଷ ସୁଦ୍ଧା ଶେଷ ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe