ଚତୁର୍ଥ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୪୪ଟି ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ; ରେକର୍ଡ ସଂଖ୍ୟାରେ ଭୋଟ୍‌ ଦେବା ଲାଗି ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ

Advertisment
ଚତୁର୍ଥ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୪୪ଟି ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ; ରେକର୍ଡ ସଂଖ୍ୟାରେ ଭୋଟ୍‌ ଦେବା ଲାଗି ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ

Image Courtesy of ANI

ନୂଆଦିଲ୍ଲୀ: ଆଜି ଚତୁର୍ଥ ପର୍ଯ୍ୟାୟରେ ପଶ୍ଚିମବଙ୍ଗ ରାଜ୍ୟର ୪୪ଟି ବିଧାନସଭା ଆସନ ନିମନ୍ତେ ମତଦାନ ଆରମ୍ଭ ହୋଇଛି। ଏହି ଅବସରରେ ଟୁଇଟ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ପଶ୍ଚିମବଙ୍ଗେରେ ୪ର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଥିବାରୁ ଆଜି ରେକର୍ଡ ସଂଖ୍ୟାରେ ଭୋଟ୍‌ ଦେବାକୁ ଜନସାଧାରଣଙ୍କୁ ଅନୁରୋଧ କରୁଛି। ବିପୁଳ ସଂଖ୍ୟାରେ ଭୋଟ୍‌ ଦେବାକୁ ଯୁବବର୍ଗ ଏବଂ ମହିଳାମାନଙ୍କୁ ମୋର ବିଶେଷ ଅନୁରୋଧ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆଜି ସକାଳ ୭ଟାରେ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬.୩୦ ପର୍ଯ୍ୟନ୍ତ ଚାଲିବ। ଆଜି ଯେଉଁ ସବୁ ଆସନ ପାଇଁ ଭୋଟ୍‌ ଗ୍ରହଣ କରାଯାଉଛି, ସେ ସବୁ ତୃଣମୂଳ କଂଗ୍ରେସର ଦୁର୍ଗ ବୋଲି ବିବେଚନା କରାଯାଏ। ୨୦୧୬ ବିଧାନସଭା ନିର୍ବାଚନରେ ଏହି ୪୪ଟି ଆସନରୁ ତୃଣମୂଳ କଂଗ୍ରେସ ମାତ୍ର ୫ଟି ଆସନ ହରାଇଥିଲା।

publive-image Image Courtesy of ANI

ଆଜିର ଏହି ମତଦାନରେ ୫୮,୮୨,୫୧୪ଜଣ ପୁରୁଷ, ୫୬,୯୮,୨୧୮ଜଣ ମହିଳା ଏବଂ ୨୯୦ଜଣ କିନ୍ନରଙ୍କ ସମେତ ସମୁଦାୟ ୧,୧୫,୮୧,୦୨୨ଜଣ ଭୋଟର୍‌ ୩୭୩ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ। ଭୋଟ୍‌ ଦେବା ପାଇଁ ସକାଳୁ ବିଭିନ୍ନ ବୁଥ୍‌ରେ ଲୋକେ ଧାଡ଼ି ବାନ୍ଧି ପ୍ରତୀକ୍ଷା କରିଛନ୍ତି। ଆଜି ଭୋଟ୍‌ ଗ୍ରହଣ କରାଯାଉଥିବା ୪୪ଟି ଆସନ ରାଜ୍ୟର ୫ଟି ଜିଲ୍ଲା ମଧ୍ୟରେ ସୀମିତ।

କେନ୍ଦ୍ର ମନ୍ତ୍ରୀ ବାବୁଲ୍‌ ସୁପ୍ରିୟୋ, ରାଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ଅରୂପ ବିଶ୍ୱାସ, ବିଜେପି ସାଂଦସ ଲକେଟ୍‌ ଚାଟାର୍ଜୀ ଏବଂ ନୀତିଶ ପ୍ରମାଣିକ, ରାଜୀବ ବାନାର୍ଜୀ ଏବଂ ଅଭିନେତ୍ରୀରୁ ନେତ୍ରୀ ପାଲଟିଥିବା ପାୟେଲ୍‌ ସର୍କାରଙ୍କ ଭଳି ପ୍ରମୁଖ ପ୍ରାର୍ଥୀମାନଙ୍କର ଆଜି ଭାଗ୍ୟ ନିର୍ଦ୍ଧାରଣ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe