ନୂଆଦିଲ୍ଲୀ: ଆଜି ସକାଳୁ ପଶ୍ଚିମବଙ୍ଗର ଭବାନୀପୁର, ସାମ୍ଶେର୍ଗଞ୍ଜ ଓ ଜଙ୍ଗିପୁର, ଏବଂ ଓଡ଼ିଶାର ପିପିଲି ବିଧାନସଭା ଆସନ ନିମନ୍ତେ ଆୟୋଜିତ ଉପନିର୍ବାଚନରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି।
‘ତୃଣମୂଳ କଂଗ୍ରେସ’ର ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିଦ୍ବନ୍ଦ୍ବିତା କରୁଥିବା ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନ ଉପରେ ସମ୍ପ୍ରତି ସମସ୍ତଙ୍କର ଦୃଷ୍ଟି ରହିଛି। ପଶ୍ଚିମବଙ୍ଗର ‘ଚିଫ୍ ଇଲେକ୍ଟୋରାଲ୍ ଅଫିସର୍’ଙ୍କ କହିବା ଅନୁସାରେ, ସକାଳ ୬.୩୦ରେ ଭବାନୀପୁରରେ ମତ ଗ୍ରହଣ ଆରମ୍ଭ ହୋଇଛି। କିନ୍ତୁ, ଅନ୍ୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ସକାଳ ୭ଟାରୁ ଆରମ୍ଭ ହୋଇଥିବା ଉକ୍ତ ମତ ଗ୍ରହଣ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ।
Image Courtesy of ANIବିଧାୟିକା ନ ହୋଇ ମଧ୍ୟ ରାଜ୍ୟରେ ମୁଖ୍ୟମନ୍ତ୍ରୀତ୍ବ କରୁଥିବା ‘ତୃଣମୂଳ କଂଗ୍ରେସ’ର ନେତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଭବାନୀପୁର ବିଧାନସଭା ଉପନିର୍ବାଚନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସାମ୍ବିଧାନିକ ନିୟମ ଅନୁସାରେ, ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ହେଲେ, ୬ ମାସ ମଧ୍ୟରେ ତାଙ୍କୁ ରାଜ୍ୟର ଯେକୌଣିସି ବିଧାନସଭା ଆସନରୁ ବିଜୟିନୀ ହୋଇ ବିଧାୟିକା ହେବାକୁ ପଡ଼ିବ। ସମ୍ପ୍ରତି ଏହି ଆସନରୁ ତାଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ‘ବିଜେପି’ର ପ୍ରିୟଙ୍କା ଟିବ୍ରେୱାଲ୍ ଏବଂ ‘ସିପିଆଇ(ଏମ୍)ର ଶ୍ରୀଜୀବ ବିଶ୍ବାସ।
ଉଲ୍ଲେଖଯୋଗ୍ୟ, ଏହି ଆସନରୁ ମମତା ବାନାର୍ଜୀ ୨୦୧୧ ଏବଂ ୧୦୧୬ ବିଧାନସଭା ନିର୍ବାଚନରେ ବିଜୟିନୀ ହୋଇଥିଲେ।
Image Courtesy of India Todayମତଦାନ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି କଡ଼ାକଡ଼ି କରିବା ଲାଗି ‘ସିଏପିଏଫ୍’ ସମେତ ଉପରୋକ୍ତ ୩ ବିଧାନସଭା ଆସନ ନିମନ୍ତେ ହେଉଥିବା ଉପନିର୍ବାଚନରେ ଅନ୍ୟ ୫୨ କମ୍ପାନି କେନ୍ଦ୍ରୀୟ ବଳ ମୁତୟନ କରାଯାଇଛି। ସେମାନେ ହେଉଛନ୍ତି ‘ସିଆର୍ପିଏଫ୍’, ‘ବିଏସ୍ଏଫ୍’, ‘ଏସ୍ଏସ୍ବି, ସିଆଇଏସ୍ଏଫ୍’ ଓ ‘ଆଇଟିବିପି’ର ଯବାନ।
କୋଲ୍କାତା ପୁଲିସ ମତଦାନ କେନ୍ଦ୍ର ବାହାର ନିରାପତ୍ତା ଦାୟିତ୍ବରେ ରହୁଥିବା ବେଳେ କେନ୍ଦ୍ରୀୟ ବଳର ୩ ଯବାନଙ୍କର ଅର୍ଦ୍ଧେକ ‘ସେକ୍ସନ୍’କୁ ଭବାନୀପୁରର ୯୭ଟି ମତଦାନ କେନ୍ଦ୍ରର ୨୮୭ଟି ବୁଥ୍ ଭିତରେ ମୁତୟନ କରାଯାଇଛି।
‘ଇଭିଏମ୍’ର ସୁରକ୍ଷା ନିମନ୍ତେ ସୁନିଶ୍ଚିତ ହେବାକୁ ତଥା ସେଗୁଡ଼ିକର ନିରାପଦ ପରିବହନ ଲାଗି ୧୪୧ଟି ସ୍ବତନ୍ତ୍ର ଗାଡ଼ି ବ୍ୟବସ୍ଥା କରାଯାଇଛି। ‘ଇଭିଏମ୍’ଗୁଡ଼ିକୁ ଗଚ୍ଛିତ ରଖିବା ଲାଗି ଲର୍ଡ ସିହ୍ନା ରୋଡ୍ସ୍ଥିତ ‘ସଖାୱତ୍ ମେମୋରିଆଲ୍ ଗଭର୍ଣ୍ଣମେଣ୍ଟ୍ ଗର୍ଲସ୍ ହାଇସ୍କୁଲ୍’ରେ ୨ଟି ‘ଷ୍ଟ୍ରଙ୍ଗ୍ ରୁମ୍’ ନିର୍ମାଣ କରାଯାଇଛି।
Follow Us