୯୬ ଲୋକସଭା ଆସନରେ ମତଦାନ କାଲି: ମଇଦାନରେ ୧,୭୧୭ ପ୍ରାର୍ଥୀ

୯୬ ଲୋକସଭା ଆସନରେ ମତଦାନ କାଲି: ମଇଦାନରେ ୧,୭୧୭ ପ୍ରାର୍ଥୀ

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ଜାରି ରହିଛି। ଏପ୍ରିଲ ୧୯ ରୁ ଜୁନ୍ ୧ ପର୍ଯ୍ୟନ୍ତ ସାତୋଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପାଇଁ ମତଦାନ ହୋଇ ସାରିଛି । ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଅଭିଯାନ ଶନିବାର ସନ୍ଧ୍ୟା ୫ ଟାରେ ଶେଷ ହୋଇଛି। ମେ’ ୧୩ ସୋମବାରରେ ଉତ୍ତରପ୍ରଦେଶର ୧୩ ଟି ଲୋକସଭା ଆସନ ସମେତ ନଅଟି ରାଜ୍ୟ ତଥା ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୯୬ ଟି ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ।

ଏହି ପର୍ଯ୍ୟାୟରେ ବିହାରର ୫ ଲୋକସଭା ଆସନ, ଝାଡ଼ଖଣ୍ଡର ୪ ଆସନ, ମହାରାଷ୍ଟ୍ରର ୧୧ , ଓଡିଶାର ୪, ମଧ୍ୟପ୍ରଦେଶର ୮, ପଶ୍ଚିମବଙ୍ଗର ୮ଟି, ଜମ୍ମୁ କଶ୍ମୀର ଗୋଟିଏ, ତେଲେଙ୍ଗାନାର ୧୭ ଟି ଏବଂ ଆନ୍ଧ୍ରପ୍ରଦେଶର ସମସ୍ତ ୨୫ଟି ଆସନ ସମେତ ୧୭୫ ବିଧାନସଭା ଆସନରେ ଭୋଟ୍ ଗ୍ରହଣ କରାଯିବ।

ଦଶଟି ରାଜ୍ୟର ୯୬ ଟି ସଂସଦୀୟ ଆସନ ପାଇଁ ୪,୨୬୪ ନାମାଙ୍କନପତ୍ର ଦାଖଲ କରାଯାଇଥିଲା, ସେଥିମଧ୍ୟରୁ ୧,୭୧୭ ଟି କାଏମ୍ ରହିଥିଲା। ଉତ୍ତରପ୍ରଦେଶର ଶାହାଜାହାନପୁର, ଖେରୀ, ସୀତାପୁର, ଧୈରାହରା, ହର୍ଦୋଇ, ମିସ୍ରିକ୍, ଉନ୍ନାଓ, ଫାରୁଖାବାଦ, ଇଟାୱା, କ‌ନ୍ନୌଜ, କାନପୁର, ଆକବରପୁର ଏବଂ ବହରାଇଚ୍‌ରେ ମତଦାନ ଅନୁଷ୍ଠିତ ହେବ।

ଚତୁର୍ଥ ପର୍ଯ୍ୟାୟରେ ସର୍ବାଧିକ ସମ୍ପତ୍ତି ଘୋଷଣା କରିଥିବା ପ୍ରାର୍ଥୀ ହେଉଛନ୍ତି ଚନ୍ଦ୍ର ଶେଖର ପେମାସାନି। ସେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରୁ ଟିଡିପି ପ୍ରାର୍ଥୀ। ତାଙ୍କ ମୋଟ ସମ୍ପତ୍ତି ୫୭୦୫ କୋଟି ଟଙ୍କା ବୋଲି ସେ ଘୋଷଣା କରିଛନ୍ତି। ଏହି ପ୍ରସଙ୍ଗରେ ବିଜେପିର କୋଣ୍ଡା ବିଶ୍ୱଶ୍ୱର ରେଡ୍ଡୀ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତେଲେଙ୍ଗାନାର ଚେଭାଲା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ରେଡ୍ଡୀ ତାଙ୍କ ଆଫିଡେଭିଟରେ ୪୫୬୮ କୋଟି ଟଙ୍କା ସମ୍ପତ୍ତି ଘୋଷଣା କରିଛନ୍ତି। ତୃତୀୟ ଧନୀ ପ୍ରାର୍ଥୀ ହେଉଛନ୍ତି ଟିଡିପିର ପ୍ରଭାକର ରେଡ୍ଡୀ ଭେମେରେଡ୍ଡୀ। ଆନ୍ଧ୍ରପ୍ରଦେଶର ନେ‌ଲ୍ଲୋର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରଭାକରଙ୍କ ସମ୍ପତ୍ତି ୭୧୬ କୋଟି ଟଙ୍କା ରହିଛି। ଅନ୍ୟପକ୍ଷରେ ୨୪ ଜଣ ପ୍ରାର୍ଥୀ ସେମାନଙ୍କର ସମ୍ପତ୍ତିକୁ ଶୂନ ବୋଲି ଘୋଷଣା କରିଛନ୍ତି। ତିନିଜଣ ପ୍ରାର୍ଥୀ ସେମାନଙ୍କ ସମ୍ପତ୍ତି ଯଥାକ୍ରମେ ୭, ୮୩ ଏବଂ ୯୦ ଟଙ୍କା ବୋଲି ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe