ସାଇକେଲ ଚଢ଼ି ମତଦାନ କେନ୍ଦ୍ରକୁ ଆସିଲେ ହରିଆଣାର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର

Advertisment
ସାଇକେଲ ଚଢ଼ି ମତଦାନ କେନ୍ଦ୍ରକୁ ଆସିଲେ ହରିଆଣାର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର

imagesource-lokmatnews

ମୁମ୍ବାଇ: ହରିଆଣାରେ ଆଜି ସକାଳ ୧୦ଟା ସୁଦ୍ଧା ୮.୯୭ ପ୍ରତିଶତ ମତଦାନ ହୋଇଥିବା ଜଣାଯାଇଛି। ହରିଆଣାର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ସାଇକେଲ ଚଢ଼ି ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଇଥିବା ଜଣାଯାଇଛି। ହରିଆଣାର ସମସସ୍ତ ୯୦ଟି ବିଧାନସଭା ଆସନ ଲାଗି ଆଜି ଭୋଟଗ୍ରହଣ ଚାଲିଛି।

ଅପରପକ୍ଷରେ ଆଜି ସକାଳୁ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଶାନ୍ତିପୂର୍ଣ୍ଣ ମତଦାନ ଚାଲିଥିବା ସୂଚନା ମିଳିଛି। ଆଜି ପୂର୍ବାହ୍ନ ୧୧ଟା ସୁଦ୍ଧା ମହାରାଷ୍ଟ୍ରରେ ମାତ୍ର ୬.୩ ପ୍ରତିଶତ ମତଦାନ ହୋଇଛି।

publive-image photo-oneindia

ଆଜି ସକାଳେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏବଂ ଆରଏସଏସ ମୁଖ୍ୟ ମୋହନ ଭାଗବତ ନାଗପୁରରେ ମତଦାନ କରିଥିବା ଜଣାଯାଇଛି। ଏହି ଅବସରରେ ନିତିନ ଗଡ଼କରୀ କହିଛନ୍ତି ଯେ , ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ପୁଣି ଥରେ କ୍ଷମତାକୁ ଫେରିବେ ବୋଲି ମୋର ବିଶ୍ଵାସ ରହିଛି।
ସୂଚନାଯୋଗ୍ୟ, ଆଜି ମହାରାଷ୍ଟ୍ରର ସମୁଦାୟ ୨୮୮ଟି ଆସନରେ ମତଗ୍ରହଣ ହେଉଛି। ଆଜି ୩,୨୩୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe