‘ବ୍ଲାକ୍‌ ଫଙ୍ଗସ୍‌’ ବୃଦ୍ଧି ପଛରେ ଦୂଷିତ ଅମ୍ଳଜାନ ଯୋଗାଣ!

Advertisment
‘ବ୍ଲାକ୍‌ ଫଙ୍ଗସ୍‌’ ବୃଦ୍ଧି ପଛରେ ଦୂଷିତ ଅମ୍ଳଜାନ ଯୋଗାଣ!

Zee News

ନୂଆଦିଲ୍ଲୀ: ସମ୍ପ୍ରତି ଦେଶର ବିଭିନ୍ନ ରାଜ୍ୟରେ କୋଭିଡ୍‌ରୁ ଆରୋଗ୍ୟଲାଭ କରୁଥିବା ପୀଡ଼ିତଙ୍କ ଠାରେ 'ବ୍ଳାକ୍‌ ଫଙ୍ଗସ୍‌' ସଂକ୍ରମଣ ଏବେ ଚିନ୍ତାର ବିଷୟ ହୋଇଛି। ତେବେ କୋଭିଡ୍‌ ପୀଡ଼ିତମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଅସ୍ବାସ୍ଥ୍ୟକର ପରିବେଶରେ ଯୋଗାଇ ଦିଆଯାଇଥିବା ଅମ୍ଲଜାନ ଯୋଗୁଁ ଏପରି ଏହି ନୂଆ ସଂକ୍ରମଣ ସତ୍ତା ଧାରଣ କରିଛି ବୋଲି ଏବେ ବିତର୍କ ଆରମ୍ଭ ହୋଇଯାଇଛି। ଅନିୟନ୍ତ୍ରିତ ମଧୁମେହ ଓ ରୋଗପ୍ରତିରୋଧକତାକୁ ଚାପି ରଖୁଥିବା ଉଚ୍ଚ ମାତ୍ରାର ଶକ୍ତିବର୍ଦ୍ଧକ ହିଁ ଏହି ବ୍ଲାକ୍‌ ଫଙ୍ଗସ୍‌ ବା ମ୍ୟୁକୋର୍ମାଇକୋସିସ୍‌ ପାଇଁ ଦାୟୀ ବୋଲି ପ୍ରଥମେ ଧରି ନିଆଯାଇଥିଲା। ତେବେ ରୋଗୀମାନଙ୍କ ପାଖରେ ଅମ୍ଲଜାନ ଗ୍ରହଣ ପାଇଁ ଖଞ୍ଜାଯାଇଥିବା ଆର୍ଦ୍ରକ(ହ୍ୟୁମିଡିଫାୟାର)ରେ ବ୍ୟବହୃତ ଦୂଷିତ ଜଳ, ଜୀବାଣୁ ରହିତ ହୋଇନଥିବା ଅନ୍ୟାନ୍ୟ ସଂଲଗ୍ନ ସରଞ୍ଜାମ ଏବଂ ଡାକ୍ତରଖାନା

ଅନୁପଯୋଗୀ ଅମ୍ଲଜାନ ସିଲିଣ୍ଡରର ବ୍ୟବହାର ହିଁ ଏହି ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣର ଅନ୍ୟତମ କାରଣ ପାଲଟିଥିବା ବିଶେଷଜ୍ଞମାନେ ମତ ରଖିଛନ୍ତି। ସେମାନଙ୍କ କହିବା କଥା, ମହାମାରୀ କୋଭିଡ୍‌-୧୯ର ଏଇ ଦ୍ବିତୀୟ ଲହର ସଂକ୍ରମଣ ବେଳେ ଔଦ୍ୟୋଗିକ ଅମ୍ଳଜାନକୁ ବିପୁଳ ମାତ୍ରାରେ ଡାକ୍ତରଖାନା ଉପଯୋଗୀ କରାଯାଇଛି। ସିଲିଣ୍ଡରଗୁଡ଼ିକର ସ୍ବାସ୍ଥ୍ୟରକ୍ଷା ସହ ମଧ୍ୟ ସାଲିସ କରାଯାଇଛି। ଦ୍ବିତୀୟତଃ ରୋଗୀଙ୍କୁ ଡାକ୍ତରଖାନାରେ ସାନ୍ଦ୍ରକ ବୋତଲ ମାଧ୍ୟମରେ ଅମ୍ଳଜାନ ଯୋଗାଇ ଦିଆଯାଉଥିବା ବେଳେ ସଂପୃକ୍ତ ବୋତଲଗୁଡ଼ିକ ଜୀବାଣୁମୁକ୍ତ ତଥା ପରିଷ୍କାର ହେବା ବାଞ୍ଚନୀୟ। ସୁତରାଂ ଏହା କରାଯାଉନଥିଲେ, ଶ୍ବାସକ୍ରିୟା ବେଳେ ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ସଂକ୍ରାମକ ରୋଗ ବିଶେଷଜ୍ଞ ଡା. ଈଶ୍ବର ଗିଲାଡ଼ା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe