Advertisment

ବିଭିନ୍ନ ପ୍ରଦୂଷଣ ହେତୁ ବର୍ଷକୁ ବିଶ୍ବରେ ୯୦ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟୁଛି; ତାଲିକାର ଶୀର୍ଷରେ ଭାରତ ଓ ଚୀନ୍‌: ଅଧ୍ୟୟନ

Advertisment
ବିଶ୍ବର ୫୦ ସବୁଠୁ ପ୍ରଦୂଷିତ ନଗରୀ ଭିତରୁ ୩୯ଟି ଭାରତର: ରିପୋର୍ଟ

Image Courtesy of India Today

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ବର୍ଷକୁ ୯୦ ଲକ୍ଷ ଲୋକଙ୍କର ମୃତ୍ୟୁ ପାଇଁ ଏକ ନୂତନ ଅଧ୍ୟୟନ ବିଭିନ୍ନ ପ୍ରକାରର ପ୍ରଦୂଷଣକୁ ଦାୟୀ କରିଛି। ଏଥିରେ ରହିଛି, କାର୍‌, ଟ୍ରକ୍‌ ଏବଂ ଶିଳ୍ପରୁ ନିର୍ଗତ ଅପରିଷ୍କାର ବାୟୁଜନିତ ୫୫% ମୃତ୍ୟୁ। ୨୦୦୦ ମସିହାରୁ ପ୍ରଦୂଷଣ ଉପରେ ଏହି ଅଧ୍ୟୟନ ଚାଲିଥିଲା।

ଏହାଛଡ଼ା, ଘର ଭିତରେ ଜଳାଯାଉଥିବା ପାରମ୍ପରିକ ଚୁଲି ଏବଂ ମାନବ ଓ ପ୍ରାଣୀ ବର୍ଜ୍ୟଜନିତ ପ୍ରଦୂଷିତ ଜଳ ଯୋଗୁଁ ମଧ୍ୟ ଅନେକଙ୍କର ମୃତ୍ୟୁ ଘଟୁଛି। ଉପରୋକ୍ତ ୨ଟି କାରଣ ନିମନ୍ତେ ୨୦୧୫ରେ ମୃତ୍ୟୁସଂଖ୍ୟା ଯାହା ଥିଲା ୨୦୧୯ରେ ମଧ୍ୟ ହାରାହାରି ତାହା ଅଛି।

‘ଦି ଲାନ୍‌ସେଟ୍‌ ପ୍ଲାନେଟେରି ହେଲ୍‌ଥ୍‌’ ଜର୍ଣ୍ଣାଲ୍‌ରେ ପ୍ରକାଶିତ ଏହି ନୂତନ ଅଧ୍ୟୟନ ଅନୁସାରେ, ବାର୍ଷିକ ପାଖାପାଖି ୨.୪ ନିୟୁତ ଏବଂ ପ୍ରାୟ ୨.୨ ନିୟୁତ ମୃତ୍ୟୁ ସହ ଯଥାକ୍ରମେ ଭାରତ ଓ ଚୀନ୍‌ ଏହି ତାଲିକାର ଶୀର୍ଷରେ ଅଛନ୍ତି।

ଏହି ଅଧ୍ୟୟନ ଅନୁସାରେ, ବିଶ୍ବର ୧୦ଟି ପୂର୍ଣ୍ଣ ଶିଳ୍ପାୟନ ହୋଇଥିବା ଦେଶରେ ୨୦୧୯ରେ ୧୪୨,୮୮୩ ମୃତ୍ୟୁ ଥାଇ ଆମେରିକା ୭ମ ସ୍ଥାନରେ ରହିଛି।

publive-image Image Courtesy of Business Standard

ତାଲିକାର ନିମ୍ନରୁ ଜନସଂଖ୍ୟା ହାରରେ ମୃତ୍ୟୁସଂଖ୍ୟା ପ୍ରତିପାଦନ କଲେ ପ୍ରତି ୧ ଲକ୍ଷ ଜନତାରେ ୪୩.୬% ପ୍ରଦୂଷଣଜନିତ ମୃତ୍ୟୁ ଥାଇ ଯୁକ୍ତରାଷ୍ଟ୍ର ଆମେରିକା ୩୧ତମ ସ୍ଥାନରେ ରହିଛି। ସେହିପରି, ପ୍ରତି ୧ ଲକ୍ଷ ଜନତାରେ ୩୦୦ ପ୍ରଦୂଷଣଜନିତ ମୃତ୍ୟୁ ଘଟୁଥିବା ଚାଦ୍‌ ଓ କେନ୍ଦ୍ରୀୟ ଆଫ୍ରିକୀୟ ଗଣତନ୍ତ୍ର ସର୍ବାଗ୍ରେ ରହିଛି। ସେଠାରେ ଘଟୁଥିବା ମୃତ୍ୟୁସଂଖ୍ୟାରୁ ଅର୍ଦ୍ଧେକ ହେଉଛି ସଂକ୍ରମିତ ଜଳଜନିତ। କିନ୍ତୁ, ବ୍ରୁନେଇ, କତାର୍‌ ଏବଂ ଆଇସ୍‌ଲାଣ୍ଡ୍‌ରେ ଲକ୍ଷପିଛା ୧୫ ରୁ ୧୬ ମୃତ୍ୟୁ ଥାଇ ପ୍ରଦୂଷଣଜନିତ ମୃତ୍ୟୁ ହାର ତାଲିକାର ନିମ୍ନରେ ରହିଛି।

ଏହି ହିସାବରେ ଆକଳନ କଲେ ପ୍ରତି ୧ ଲକ୍ଷ ଜନତାରେ ପ୍ରଦୂଷଣଜନିତ ହାରାହାରି ମୃତ୍ୟୁ ହେଉଛି ୧୧୭। ସିଗାରେଟ୍‌ ଟାଣିବା ଏବଂ ସିଗାରେଟ୍‌ ଧୂଆଁ ଶୁଙ୍ଘି ମଧ୍ୟ ବିଶ୍ବରେ ବର୍ଷକୁ ସମାନ ସଂଖ୍ୟକ ମୃତ୍ୟୁ ଘଟୁଛି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।

ବୋଷ୍ଟନ୍‌ କଲେଜ୍‌ର ‘ଗ୍ଲୋବାଲ୍‌ ପବ୍ଲିକ୍‌ ହେଲ୍‌ଥ୍‌ ପ୍ରୋଗ୍ରାମ୍‌’ ଏବଂ ‘ଗ୍ଲୋବାଲ୍‌ ପଲୁସନ୍‌ ଅବ୍‌ଜର୍‌ଭେଟରି’ର ନିର୍ଦେଶକ ଫିଲିପ୍‌ ଲାନ୍ଦ୍ରିଗାନ୍‌ କହନ୍ତି, ୯୦ ଲକ୍ଷ ମୃତ୍ୟୁ, ବହୁତ ମୃତ୍ୟୁ। ଖରାପ ଖବର ହେଲା, ମୃତ୍ୟୁସଂଖ୍ୟା କମୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe