ହଲ୍‌ମାର୍କ ପ୍ରକ୍ରିୟା ସମୟରେ ପ୍ରଦୂଷଣ ବଢ଼ୁଛି : ନିର୍ଦ୍ଦେଶାବଳୀ ଜାରି କଲା ସିପିସିବି

Advertisment
କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟ : ଦେଶର ସବୁଠୁ ପ୍ରଦୂଷିତ ସ୍ଥଳ ଓଡ଼ିଶାରେ

The Hans India

ନୂଆଦିଲ୍ଲୀ : ସୁନା ଓ ରୁପା କିଣିବା ସମୟରେ ହଲ୍‌ମାର୍କ ଚିହ୍ନକୁ ଦେଖିବା ପାଇଁ କୁହାଯାଉଛି। ହେଲେ, ହଲମାର୍କ ପ୍ରକ୍ରିୟା ସମୟରେ ପ୍ରଦୂଷଣ ବ୍ୟାପୁଥିବାରୁ କେନ୍ଦ୍ରୀୟ ପର୍ଯ୍ୟାବରଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଦ୍ବାରା ଓଡିଶା ସମେତ ଦେଶର ୯୨୩ଟି ହଲ୍‌ମାର୍କ କେନ୍ଦ୍ରମାନଙ୍କ ପାଇଁ ଗାଇଡ୍‌ଲାଇନ୍ସ ଜାରି କରିଛି। ଏହି ଗାଇଡ୍‌ଲାଇନ୍‌ ମାଧ୍ୟମରେ ପ୍ରଦୂଷଣକୁ ନିୟନ୍ତ୍ରିତ କରାଯାଇପାରିବ।

ସୂଚନା ଅନୁସାରେ, ହଲ୍‌ମାର୍କ ପ୍ରକ୍ରିୟା ସମୟରେ ଲେଡ୍‌ ଅକ୍‌ସାଇଡ୍‌ ଓ ନାଇଟ୍ରସ ଫ୍ୟୁମ୍ସ ନିର୍ଗତ ହୋଇଥାଏ। ଏହା ବାୟୁମଣ୍ଡଳକୁ ବିଷାକ୍ତ କରିଥାଏ। ସିପିସିବି ଦ୍ବାରା ଜାରି କରାଯାଇଥିବା ଗାଇଡଲାଇନ୍ସ ଅନୁସାରେ ହଲ୍‌ମାର୍କ କେନ୍ଦ୍ରମାନଙ୍କର ସ୍କ୍ରବିଂ ସିଷ୍ଟମ୍ ସ୍ଥାପିତ କରିବାକୁ ପଡ଼ିବ। ଯାହାକି ନିର୍ଗତ ହେବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବ। ଏତଦ୍‌ବ୍ୟତୀତ ହଲ୍‌ମାର୍କ କେନ୍ଦ୍ର ମାନଙ୍କରେ ପିଏଚ ଭେଲ୍ୟୁ ଚେକ୍ କରିବା ସହିତ ପିଏଚ୍ ମିଟର ଲଗାଇବାକୁ ପଡ଼ିବ। ଏଥିସହିତ, ହଲ୍‌ମାର୍କ କେନ୍ଦ୍ରମାନଙ୍କରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ଫେସ୍ ସିଲଡ, ହେଲମେଟ, ଏସିଡ ଗ୍ଳୋବସ, ଫାଷ୍ଟ ଏଡ୍ ବକ୍ସ ଆଦି ଉପଲବ୍ଧ କରାଇବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe