Image Courtesy of Washington Post
ମାଲେ (ମାଳଦ୍ବୀପ): ଚୀନ୍ ଦ୍ବାରା ଶୋଷିତ ବୋଲି ଆମେରିକୀୟ ସରକାରୀ ଅଧିକାରୀମାନେ କହୁଥିବା ଭାରତ ମହାସାଗର ଦ୍ବୀପ ଶ୍ରୀଲଙ୍କା ଏବଂ ମାଳଦ୍ବୀପରେ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ ବୁଧବାର ଦିନ ଟ୍ରମ୍ପ୍ ପ୍ରଶାସନର ଚୀନ୍-ବିରୋଧୀ ଅଭିଯାନ ଆରମ୍ଭ କରିଛନ୍ତି। ଚୀନ୍ର ଶୋଷଣାତ୍ମକ ଋଣ ଓ ବିନିଯୋଗ ପ୍ରତି ସତର୍କ ରହିବାକୁ ପମ୍ପିଓ ଦୁଇ ଦ୍ବୀପଦେଶକୁ ପରାମର୍ଶ ଦେଇଛନ୍ତି।
ଏହାଛଡ଼ା, ପ୍ରଥମ କରି ମାଳଦ୍ବୀପରେ ଯୁକ୍ତରାଷ୍ଟ୍ର ଆମେରିକା ଦୂତାବାସ ଖୋଲିବ ବୋଲି ପମ୍ପିଓ ଘୋଷଣା କରିଛନ୍ତି। ଇଣ୍ଡୋନେସିଆ ଗସ୍ତରେ ଯିବାକୁ ଥିବା ପମ୍ପିଓ ‘ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳ’ରେ ଚୀନ୍ର ହାକିମାତିକୁ ବିରୋଧ କରିବାକୁ ସବୁ ଦେଶକୁ ପରାମର୍ଶ ଦେବେ। ଶ୍ରୀଲଙ୍କାରେ ପମ୍ପିଓ କହିଲେ ଯେ, ଚାଇନିଜ୍ କମ୍ୟୁନିଷ୍ଟ୍ ପାର୍ଟି ହେଉଛି ହିଂସ୍ର। ସେ ଯେଉଁ ଭିତ୍ତିଭୂମି ପ୍ରକଳ୍ପ କରିବ ତାହା ଦ୍ବାରା ଶ୍ରୀଲଙ୍କା ଠାରୁ ତା’ର ଅଧିକ ଲାଭ ହେବ। ଯୁକ୍ତରାଷ୍ଟ୍ର ଆମେରିକା ଭିନ୍ନ ଉଦ୍ଦେଶ୍ୟରେ ଆସିଛି। ଆମେ ବନ୍ଧୁ ଓ ଭାଗିଦାର ହିସାବରେ ଆସିଛୁ।
Image Courtesy of The Times of Indiaସେହିଭଳି, ଭାରତ ମହାସାଗରସ୍ଥିତ କ୍ଷୁଦ୍ର ଦ୍ବୀପପୁଞ୍ଜ ଦେଶ ମାଳଦ୍ବୀପ, ଚୀନା ଭିତ୍ତିଭୂମି ପ୍ରକଳ୍ପ ଲାଗି ୧ ବିଲିୟନ୍ ଡଲାରରୁ ଅଧିକ ଋଣ କରିଥିବାରୁ ସେଠାକାର ରାଷ୍ଟ୍ରପତି ଇବ୍ରାହିମ୍ ମହମଦ ସୋଲି ଚିନ୍ତା ପ୍ରକଟ କରିଛନ୍ତି। ଚୀନ୍ର ନାଁ ନ ଧରି ମାଳଦ୍ବୀପର ବୈଦେଶିକ ମନ୍ତ୍ରୀ କହିଲେ ଯେ, ଆନ୍ତର୍ଜାତିକ ଋଣ ଉପରେ ତାଙ୍କ ଦେଶ ଅଧିକ ଉଦାରତା ଆବଶ୍ୟକ କରୁଛି। ପମ୍ପିଓ କହିଲେ ଯେ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ମାଳଦ୍ବୀପ ମଧ୍ୟରେ ୧୯୬୬ରୁ କୂଟନୈତିକ ସମ୍ପର୍କ ଆରମ୍ଭ ହେଲାଣି। ପ୍ରଥମ ଥର ଲାଗି ମାଳଦ୍ବୀପରେ ଯୁକ୍ତରାଷ୍ଟ୍ର ଆମେରିକା ଦୂତାବାସ ଖୋଲିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପରିବେଶ ନଷ୍ଟ କରି ଓ ବେଆଇନ୍ ଭାବେ ବ୍ୟାପକ ମାଛମାରି ଚୀନ୍ ମାଳଦ୍ବୀପର ସାର୍ବଭୌମ ଆର୍ଥିକ ଜୋନ୍ରେ ଅନୁପ୍ରବେଶ କରିଛି। କିନ୍ତୁ, ଆମେରିକା ଭିନ୍ନ। ଆମେ ସାର୍ବଭୌମତ୍ବକୁ ସମ୍ମାନ ଦେଉ।
Follow Us