ପୂଜାଙ୍କ ଅଡ଼ୁଆ ବଢ଼ୁଛି: ଭିନ୍ନକ୍ଷମ ଓ ଓବିସି ପ୍ରମାଣପତ୍ର ଯାଞ୍ଚ ଚାଲିଛି

Advertisment

ଆପରାଧିକ ମାମଲାର ସମ୍ମୁଖୀନ ହୋଇପାରନ୍ତି

ଆପରାଧିକ ମାମଲାର ସମ୍ମୁଖୀନ ହୋଇପାରନ୍ତି

ପୂଜାଙ୍କ ଅଡ଼ୁଆ ବଢ଼ୁଛି: ଭିନ୍ନକ୍ଷମ ଓ ଓବିସି ପ୍ରମାଣପତ୍ର ଯାଞ୍ଚ ଚାଲିଛି

ନୂଆଦିଲ୍ଲୀ: ବିବାଦ ଘେରରେ ଥିବା ପ୍ରୋବେସନାରୀ ଆଇଏଏସ୍ ଅଫିସର ପୂଜା ଖେଦକରଙ୍କ ଭିନ୍ନକ୍ଷମ ଓ ଓବିସି ଦାବିର ସତ୍ୟତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି, ଯାହାକୁ ଆଧାର କରି ତାଙ୍କୁ ଆଇଏଏସ୍ ଚାକିରି ପାଇଁ ମନୋନୀତ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଜଣିକିଆ କମିଟି ଏହା ଉପରେ ତଦନ୍ତ ଆରମ୍ଭ କରିଛି। ସେ କିପରି ତାଙ୍କ ଭିନ୍ନକ୍ଷମ ଓ ଓବିସି ପ୍ରମାଣପତ୍ର ପାଇଲେ ଏବଂ ପ୍ରଦାନକାରୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ଉପଯୁକ୍ତ ଯାଞ୍ଚ କରାଯାଇଥିଲା କି ନାହିଁ ସେ ବିଷୟରେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରାଯିବ। କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ଅତିରିକ୍ତ ସଚିବ ମନୋଜ ଦ୍ବିବେଦୀଙ୍କୁ ଏହି ତଦନ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ‘ପର୍ସନ ୱିଥ୍ ବେଞ୍ଚମାର୍କ ଡିସେବିଲିଟିଜ୍’ (ପିଡବ୍ଲ୍ୟୁବିଡି)' ବର୍ଗରେ ଆଇଏଏସ୍ ପାଇଁ ଯୋଗ୍ୟତା ଅର୍ଜନ କରିବା ସତ୍ତ୍ୱେ ଖେଦକର ତାଙ୍କ ଭିନ୍ନକ୍ଷମତାର ପ୍ରମାଣ ଲାଗି ବାରମ୍ବାର ଦିଲ୍ଲୀ ଏମ୍ସରେ ବାଧ୍ୟତାମୂଳକ ଡାକ୍ତରୀ ପରୀକ୍ଷା ପାଇଁ ଉପସ୍ଥିତ ହେବାରେ ବିଫଳ ହୋଇଥିଲେ।

ସେ ନିଜକୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ବୋଲି ଦାବି କରୁଛନ୍ତି। କିନ୍ତୁ ପୂର୍ବତନ ପ୍ରଶାସନିକ ଅଧିକାରୀ ଥିବା ତାଙ୍କ ପିତା ନିକଟରେ ହୋଇଥିବା ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବା ବେଳେ ସତ୍ୟପାଠରେ ତାଙ୍କ ସମ୍ପତ୍ତି ୪୦ କୋଟି ଟଙ୍କାରୁ ଅଧିକ ବୋଲି ଦର୍ଶାଇଥିଲେ। ସେ କୋଟି କୋଟି ଟଙ୍କାର ଫ୍ଲାଟ୍ ଓ ପ୍ଲଟ୍‌ର ମାଲିକ ବୋଲି ପ୍ରାର୍ଥିପତ୍ରରେ ଦର୍ଶାଯାଇଥିଲା। ମନୋଜ ଦ୍ବିବେଦୀଙ୍କ କମିଟି ଏହାର ରିପୋର୍ଟ ଡିଓପିଟିକୁ ଦାଖଲ କରିବା ପରେ ବିଭାଗ ମହାରାଷ୍ଟ୍ର ସରକାରଙ୍କୁ ସୁପାରିସ ସହ ରିପୋର୍ଟ ପଠାଇବ, କାରଣ ଖେଦକରଙ୍କୁ ମହାରାଷ୍ଟ୍ର କ୍ୟାଡ଼ର ମିଳିଛି। ଯଦି ତାଙ୍କ ଓବିସି ଓ ଭିନ୍ନକ୍ଷମ କାଗଜପତ୍ର ଜାଲିଆତି ହୋଇଥିବା ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ରାଜ୍ୟ ସରକାର ତାଙ୍କୁ ବହିଷ୍କାର କରିପାରନ୍ତି। ଏଥିସହ ଜାଲିଆତି ପାଇଁ ତାଙ୍କୁ ଆପରାଧିକ ମାମଲାର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe