ପୂଜା ଖେଦକରଙ୍କ ମା’ ଗିରଫ: ନକଲି ପରିଚୟପତ୍ର ଦେଇ ଲଜ୍‌ରେ ଲୁଚିଥିଲେ

Advertisment

‘ଜବରଦଖଲ’ ହଟାଇଲେ

‘ଜବରଦଖଲ’ ହଟାଇଲେ

ପୂଜା ଖେଦକରଙ୍କ ମା’ ଗିରଫ: ନକଲି ପରିଚୟପତ୍ର ଦେଇ ଲଜ୍‌ରେ ଲୁଚିଥିଲେ

ପୁନେ: ବିବାଦୀୟ ଟ୍ରେନି ଆଇଏଏସ୍‌ ଅଫିସର ପୂଜା ଖେଦକରଙ୍କ ମା’ ମନୋରମା ଖେଦକରଙ୍କୁ ଆଜି ପୁଲିସ ଗିରଫ କରିଛି। ଏକ ଜମି ବିବାଦ ପାଇଁ ମନୋରମା ଖେଦକର କିଛି କୃଷକଙ୍କୁ ବନ୍ଧୁକ ଦେଖାଇ ଧମକାଉଥିବା ଭିଡିଓ ଭାଇରାଲ୍‌ ହେବାପରେ ପୁଲିସ ଆଜି ତାଙ୍କୁ ଗିରଫ କରିଛି। ପୁଲିସ ମନୋରମା ଖେଦକରଙ୍କୁ ଏକ ଲଜ୍‌ରୁ ଗିରଫ କରିଥିବା ବେଳେ ତାଙ୍କ ସ୍ବାମୀ ଦିଲୀପ ଖେଦକର ଫେରାର୍‌ ଅଛନ୍ତି। ମନୋରମା ଏକ ନକଲି ଆଧାର କାର୍ଡ ବ୍ୟବହାର କରି ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ଏକ ଲଜ୍‌ରେ ଲୁଚିଥିଲେ। ସେ ଏକ ଘରୋଇ କ୍ୟାବ୍‌‌ରେ ଲଜ୍‌ରେ ପହଞ୍ଚିଥିଲେ ଏବଂ କ୍ୟାବ୍‌ ଡ୍ରାଇଭରଙ୍କ ସହ ସେଠାରେ ରହୁଥିଲେ। ଆଜି ସକାଳେ ପୁଲିସ ଏହି ଲଜ୍‌ରେ ପହଞ୍ଚି ତାଙ୍କୁ ଗିରଫ କରିଛି। ମନୋରମା ଖେଦକରଙ୍କ ବିରୋଧରେ ହତ୍ୟା ଉଦ୍ୟମ ସହ ଅନେକ ଅଭିଯୋଗ ରହିଛି। ପୁନେ କୋର୍ଟ ଆଜି ତାଙ୍କୁ ୨ ଦିନ ପାଇଁ ରିମାଣ୍ଡରେ ନେଇଛି।

ପୁଣେ: ମିଛ ପ୍ରମାଣପତ୍ର ଦେଇ ଆଇଏଏସ୍‌ ଚାକିରି ହାତେଇବା ଅଭିଯୋଗରେ ବିବାଦୀୟ ହୋଇପଡ଼ିଥିବା ପୂଜା ଖେଦକରଙ୍କ ପରିବାର ଆଜି ଘର ନିକଟରୁ ‘ଜବରଦଖଲ’ ନିଜଆଡ଼ୁ ହଟାଇଛନ୍ତି। ପୁଣେର ବାନେର୍‌ ରୋଡ୍‌ରେ ଥିବା ପୂଜାଙ୍କ ପାରିବାରିକ ବଙ୍ଗଳା ବାହାରେ ରାସ୍ତାକଡ଼ ପାଦଚଲା ରାସ୍ତାକୁ ଲାଗି ୬୦ଫୁଟ ଲମ୍ବା ଓ ୩ ଫୁଟ ଓସାରର ଏକ ନିର୍ମାଣ ଓ ଏଥିରେ ସୌଖିନ ଗଛ ଲାଗିଥିଲା। ଏହି ନିର୍ମାଣ ବେଆଇନ ଦର୍ଶାଇ ହଟାଇବା ନିମନ୍ତେ ଜୁଲାଇ ୧୩ ତାରିଖରେ ପୁଣେ ପୌର ନିଗମ ନୋଟିସ୍‌ ଜାରି କରିଥିଲା। ପୌର ନିଗମର ଏକ ଟିମ୍‌ ଯାଇ ବଙ୍ଗଳା ବାହାରେ ନୋଟିସ୍‌ ଲଗାଇ ଆସିଥିଲେ। ଆଜି ଉକ୍ତ ଜବରଦଖଲ ହଟାଇଦିଆଯାଇଛି। ପୌର ନିଗମର ଜନୈକ ଅଧିକାରୀ କହିଛନ୍ତି ଯେ ଫୁଟ୍‌ପାଥରୁ ଜବରଦଖଲ ହଟାଇବା ନିମନ୍ତେ ୭ ଦିନ ସମୟ ଦିଆଯାଇଥିଲା। ଏହାପୂର୍ବରୁ ସେମାନେ ନିଜଆଡ଼ୁ ଉକ୍ତ ଜବରଦଖଲ ହଟାଇଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe