ଅର୍ଥ ହେରଫେର ମାମଲାରେ ଖଣି ସଚିବ ଥିବା ପୂଜା ସିଙ୍ଘଲଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର

Advertisment
ଅର୍ଥ ହେରଫେର ମାମଲାରେ ଖଣି ସଚିବ ଥିବା ପୂଜା ସିଙ୍ଘଲଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର

ରାଞ୍ଚି: ଝାଡ଼ଖଣ୍ଡ ସରକାରରେ ଖଣି ସଚିବ ଥିବା ଆଇଏଏସ୍ ଅଧିକାରୀ ପୂଜା ସିଙ୍ଘଲ, ଅର୍ଥ ହେରଫେର ମାମଲାରେ ଗିରଫ ହେବା ପରେ ଆଜି ରାଜ୍ୟ ସରକାର ତାଙ୍କୁ ନିଲମ୍ବନ କରିଛନ୍ତି। ଏହାପୂର୍ବରୁ, ପୂଜା ସିଙ୍ଘଲଙ୍କୁ ଲଗାତାର ଦୁଇ ଦିନ ପଚରାଉଚରା ପରେ ବୁଧବାର ଦିନ ଖୁଣ୍ଟିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ଅର୍ଥ ହେରଫେର ମାମଲାରେ ଗିରଫ ହେବା ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ପର୍ସନାଲ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ସୂଚନା ଥାଉ କି ଯେ ପୂଜା ସିଙ୍ଘଲ ଭାରତୀୟ ପ୍ରଶାସନିକ ସେବାର ୨୦୦୦ ବ୍ୟାଚର ଜଣେ ଅଧିକାରୀ ହୋଇଥିବା ବେଳେ ସେ  ଝାଡ଼ଖଣ୍ଡରେ ଖଣି ଏବଂ ଶିଳ୍ପ ସଚିବ ଭାବେ ନିଯୁକ୍ତ ହୋଇଥିଲେ।

ଏହା ସହ ଝାଡ଼ଖଣ୍ଡ ରାଜ୍ୟ ଖଣିଜ ବିକାଶ ନିଗମରେ ନିର୍ଦ୍ଦେଶିକା ଭାବରେ ଅତିରିକ୍ତ ଦାୟିତ୍ୱରେ ଥିଲେ। ରାଜ୍ୟ ସରକାରଙ୍କ ପର୍ସନାଲ ବିଭାଗ ଦ୍ୱାରା ଜାରି କରାଯାଇଥିବା ନିଲମ୍ବନ ବିଜ୍ଞପ୍ତିରେ କୁହାଯାଇଛି ଯେ ନିଲମ୍ବନ ସମୟରେ ସେ ଭତ୍ତା ପାଇବେ। ଅନ୍ୟପଟେ ପୂଜା ସିଙ୍ଘଲଙ୍କୁ ଇଡି ଗିରଫ କରିବା ପରେ ଆଜିଠାରୁ ପାଞ୍ଚ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରାଯାଉଛି।

ଲଗାତାର ଚତୁର୍ଥ ଦିନ ପାଇଁ ତାଙ୍କ ସ୍ୱାମୀ ଅଭିଷେକ ଝାଙ୍କୁ ମଧ୍ୟ ପଚରାଉଚରା ପାଇଁ ଡକାଯାଇଛି। ସୂଚନା ଥାଉ କି ଝାଡଖଣ୍ଡ ସରକାରଙ୍କ ଖଣି ବିଭାଗର ସଚିବ ଥିବା ପୂଜା ସିଙ୍ଘଲ ରହୁଥିବା ଘରୁ କୋଟି କୋଟି ଟଙ୍କା ଜବତ ହୋଇଥିଲା, ଯାହାକୁ ଗଣିବାକୁ ଇଡିକୁ ଟଙ୍କା ମେସିନ୍ ଆଣିବାକୁ ପଡିଥିଲା ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୮ଟି ସ୍ବତନ୍ତ୍ର ଟିମ୍‌ ଶୁକ୍ରବାର ସକାଳେ ଏକକାଳୀନ ଚଢ଼ଉ ଆରମ୍ଭ କରିଥିଲେ। ଝାଡ଼ଖଣ୍ଡର ରାଞ୍ଚି, ଖୁଣ୍ଟି, ରାଜସ୍ଥାନର ଜୟପୁର, ହରିୟାଣାର ଫରିଦାବାଦ ଏବଂ ଗୁରୁଗ୍ରାମ, ପଶ୍ଚିମ ବଂଗର କୋଲାକାତା, ବିହାରର ମୁଜାଫରପୁର ଏବଂ ଦିଲ୍ଲୀ ଏନ୍‌ସିଆର ଅଂଚଳରେ ଏହି ଚଢ଼ଉ ହୋଇଥିଲା। ଆଇଏଏସ୍‌ ପୂଜା ସିଂଘଲଙ୍କ ବାସଭବନରୁ ନଗଦ ୨୫ କୋଟି ଟଙ୍କା ଜବତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe