କରୋନା ଭାଇରସ୍‌ ସଂକ୍ରମଣ ସମୟରେ ସାମାଜିକ ଦୂରତାକୁ ଫୁ କରି ଦେଇ ଯୁବକ-ଯୁବତୀ ସୁଇମିଂ ପୁଲର ନେଲେ ମଜା

Advertisment
କରୋନା ଭାଇରସ୍‌ ସଂକ୍ରମଣ ସମୟରେ ସାମାଜିକ ଦୂରତାକୁ ଫୁ କରି ଦେଇ ଯୁବକ-ଯୁବତୀ ସୁଇମିଂ ପୁଲର ନେଲେ ମଜା

MSN.com

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣରୁ ବଞ୍ଚିବା ପାଇଁ ସରକାର ବାରମ୍ବାର ଲୋକମାନଙ୍କୁ ସଚେତନ ଓ ସତର୍କ ରହିବାକୁ ପରାମର୍ଶ ଦେବା ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ  ପରାମର୍ଶ ଦେଉଥିବା ବେଳେ ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହୋଇଛି। ଏହି ଭିଡିଓରେ ଯୁବକ-ଯୁବତୀ ସାମାଜିକ ଦୂରତାକୁ ଫୁଃ କରି ଦେଇଥିବା ଦେଖିବାକୁ ମିଳିଛି।

Memorial Day pool party in Missouri draws huge crowd ignoring ... News Break

ୟୁଏସ୍‌ର ସେଣ୍ଟ୍ରଲ ମିସୋରିସ୍ଥିତ ଲେକ୍‌ ଅଫ୍‌ ଦ ଓଜାର୍କରେ ଲୋକମାନେ ମାସ୍କ ନପିନ୍ଧି, ସାମାଜିକ ଦୂରତା ବଜାୟ ନରଖି ପରସ୍ପରକୁ ଆଲିଙ୍ଗନ କରି ସୁଇମିଂ ପୁଲ୍‌ ଭିତରେ ମଜା ନେଉଥିବା ଦେଖିବାକୁ ମିଳିଛି। ଭାରତରେ ଅଧିକାଂଶ ବିଦେଶୀ କରୋନା ସଂକ୍ରମିତ ଥିବା ବେଳେ ଏହି ଭିଡିଓ ଏବେ ଚିନ୍ତାର କାରଣ ପାଲଟିଛି। କାରଣ ଯେଉଁ ସହରର ସୁଇମ୍‌ ପୁଲରେ ଏହି ପାର୍ଟିରେ ଆୟୋଜନ କରାଯାଇଛି ସେଠାରେ ୨୦୨୦ ମଇ ୨୫ ତାରିଖ ପର୍ଯ୍ୟନ୍ତ କୋଭିଡ-୧୯ର ୧୧,୭୫୨ହଜାରଟି ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ ୬୭୬ଜଣଙ୍କ କରୋନା ଭାଇରସ୍‌ରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଏହି ପୁଲ ପାର୍ଟି ମେମୋରିଆଲ ଡେ ଉଇକେଣ୍ଡ ଦିନରେ ହୋଇଥିଲା। ଏହି ଦିନ ଆମେରିକାରରେ ଆମର୍ଡ ଫୋର୍ସରେ ନିଜ ଜୀବନକୁ ବଳି ଦେଇଥିବା ସେନାଙ୍କୁ ସମ୍ମାନ ଦେବାକୁ ପାଳନ କରାଯାଇଥାଏ। ମେମୋରିଆଲ ଡେ ପ୍ରତିବର୍ଷ ମଇ ମାସର ଶେଷ ସୋମବାର ଦିନ ପାଳନ କରାଯାଇଥାଏ। ଚଳିତ ଥର ଏହା ମଇ-୨୫ ତାରିଖରେ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe