ଦରିଦ୍ର ଦିନ ମଜୁରିଆ ଖଣିରୁ ପାଇଲେ ଦେଢ଼ କୋଟି ଟଙ୍କାର ହୀରା

Advertisment
ଦରିଦ୍ର ଦିନ ମଜୁରିଆ ଖଣିରୁ ପାଇଲେ ଦେଢ଼ କୋଟି ଟଙ୍କାର ହୀରା

ଭୋପାଳ: ଆଲୋକ ଓ ଆନନ୍ଦର ପର୍ବ ଦୀପାବଳିର ମାସେ ପୂର୍ବରୁ ମଙ୍ଗଳବାର ଦିନ ପନ୍ନାର ଗୋଟିଏ ଦରିଦ୍ର ପରିବାର ଦୀପାବଳି ପାଳନ କରିଛନ୍ତି। ଏହାର କାରଣ, ୩୦ ବର୍ଷିୟ ମୋତିଲାଲ୍‌ ପ୍ରଜାପତି ପନ୍ନାର ଅଗଭୀର ହୀରାଖଣିରୁ ଖୋଳି ବାହାର କରିଛନ୍ତି ସବୁଠୁ ବଡ଼ ହୀରା ଖଣ୍ଡେ।

ମୋତିଲାଲ୍‌ ଖୋଳିଥିବା ହୀରା ଖଣ୍ଡଟିର ଓଜନ ୪୨. ୯ କ୍ୟାରେଟ୍‌। ଏହା ହେଉଛି ପନ୍ନା ଅଗଭୀର ହୀରାଖଣି ଇତିହାସରେ ମିଳଥିବା ଦ୍ୱିତୀୟ ଓଜନଦାର ହୀରାଖଣ୍ଡ। ପନ୍ନାର ହୀରା ଅଧିକାରୀ ସନ୍ତୋଷ ସିଂହ କହନ୍ତି, ୧୯୬୧ ମସିହାରେ ପନ୍ନାର ଅଗଭୀର ହୀରାଖଣିରୁ ୪୪. ୫୫ କ୍ୟାରେଟ୍‌ ଓଜନର ସବୁଠୁ ଭାରୀ ହୀରାଖଣ୍ଡ ମିଳିଥିଲା।

ସେ ଆହୁରି କହିଛନ୍ତି, ସନ୍ତୋଷ ଖୋଳିଥିବା ମାଣିକ୍ୟ ମାନର ଏଇ ଦୁର୍ଲଭ ପଥର ଖଣ୍ଡଟିର ମୂଲ୍ୟ ୧. ୫ କୋଟି ଟଙ୍କାରୁ ଅଧିକ ହେବ। ଆଗାମୀ ଦିନମାନଙ୍କରେ ସରକାରୀ ନିୟମ ଅନୁସାରେ ଆମେ ଏହାକୁ ନିଲାମ ଡାକିବୁ।

ଟିଭି କ୍ୟାମେରା ସମ୍ମୁଖରେ ଏହି ହୀରାଖଣ୍ଡଟିକୁ ନିଜର ବୁଢ଼ାଆଙ୍ଗୁଠି ଏବଂ ବିଶିଆଙ୍ଗୁଠି ମଧ୍ୟରେ ଚାପି ଧରି ହର୍ଷୋତ୍‌ଫୁଲ୍ଲିତ ମୋତିଲାଲ୍‌ କହିଲେ, ଭଲ ହେଲା। ଏଇଟା ତାଙ୍କର ବୟସ୍କ ପିତାମାତାଙ୍କ ସେବା କରାଇବାରେ ସହାୟକ ହେବ। ଆଶା ପରିବାରରୁ ଦାରିଦ୍ର୍ୟ ଫେରିଯିବ।

ସେ କହିଲେ ଯେ ତାଙ୍କ ପରିବାର ଋଣଗ୍ରସ୍ତ ହୋଇପଡ଼ିଛି। ଏଇଟା କେବଳ ତାଙ୍କ ପରିବାରର ଆର୍ଥିକ ପରିସ୍ଥିତି ଉନ୍ନତ କରିବାରେ ସହାୟକ ହେବ ନାହିଁ, ସେ ଋଣ ମଧ୍ୟ ପରିଶୋଧ କରିବାକୁ ସମର୍ଥ ହେବେ। ତାଙ୍କର ଦୁଇ ପିଲା ଉତ୍ତମ ବିଦ୍ୟାଳୟରେ ପଢ଼ିବାକୁ ସମର୍ଥ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe