ଗରିବ ଲୋକମାନେ କେବଳ ମଦ, ମାଂସ ପାଇଁ ଭୋଟ ଦିଅନ୍ତି !

Advertisment

ଉତ୍ତରପ୍ରଦେଶ ମନ୍ତ୍ରୀଙ୍କ ବିବାଦୀୟ ବୟାନ

ଉତ୍ତରପ୍ରଦେଶ ମନ୍ତ୍ରୀଙ୍କ ବିବାଦୀୟ ବୟାନ

ନିଜ ଭାଉଜ, କକେଇଙ୍କୁ ସମ୍ଭାଳି ପାରିଲେନି, ମତେ କଣ ସମ୍ଭାଳିବେ: ରାଜଭର

ନୂଆଦିଲ୍ଲୀ: ପ୍ରାୟ ପ୍ରତି ରାଜନୈତିକ ଦଳରେ ଏପରି ଜଣେ ଜଣେ ନେତା ଅଛନ୍ତି, ଯେଉଁମାନଙ୍କ ପାଟିରେ କିଛି ବାଡ଼ବତା ନାହିଁ । ସ୍ଥାନ କାଳ ପାତ୍ର ନ ବିଚାରି ଯାହା ମନକୁ ଆସେ ତାହା ବକିଯାଆନ୍ତି ସେମାନଙ୍କ ପାଇଁ ଦଳ ବେଶ ସମସ୍ୟାରେ ପଡେ । ଏହାର ପ୍ରକୃଷ୍ଟ ଉଦାହରଣ ହେଉଛନ୍ତି ବିଜେଡ଼ି ନେତା ଦାମରାଉତ, କଂଗ୍ରେସର ମଣିଶଙ୍କର ଆୟାର, ବିଜେପିର ସାକ୍ଷୀମହାରାଜ, ସୁବ୍ରମଣ୍ୟମ ସ୍ୱାମୀ ଆଦି । ଏପରି ଆଉ ଜଣେ ନେତା ଧୀରେ ଧୀରେ ନିଜର ଏକ ପରିଚୟ ତିଆରି କରୁଛନ୍ତି, ସେ ହେଉଛନ୍ତି ୟୁପିରେ ବିଜେପି ସରକାରରେ ମନ୍ତ୍ରୀ ଥିବା ଓମ ପ୍ରକାଶ ରାଜଭର । ତାଙ୍କର ଏକ କଥା ଏବେ ବେଶ ବିବାଦ ସୃଷ୍ଟି କରିଛି । ସେ କହିଛନ୍ତି ଯେ ଗରିବ ଲୋକମାନଙ୍କ ପାଇଁ ମଦ ମାଂସ ପାଇଁ ଭୋଟ ଦିଅନ୍ତି । ଯିଏ ତାଙ୍କୁ ମଦ ମାଂସ ଦେଲା ସେମାନେ ମିଳିମିଶି ତାକୁ ଭୋଟ ଦିଅନ୍ତି ।

ରାଜଭର ହେଉଛନ୍ତି ସୁହେଲଦେବ ଭାରତୀୟ ସମାଜ ପାର୍ଟିର ସଭାପତି, ଯାହାକି ଉତ୍ତରପ୍ରଦେଶରେ ବିଜେପିର ଏକ ସହଯୋଗୀ ଦଳ ଓ ଉତ୍ତରପ୍ରଦେଶର ପଛୁଆବର୍ଗ ଓ ଦିବ୍ୟାଙ୍ଗ କଲ୍ୟାଣ ମନ୍ତ୍ରୀ ।

କିଛି ଦିନ ତଳେ ତାଙ୍କର ଆଉଏକ ବକ୍ତବ୍ୟକୁ ନେଇ ବିବାଦ ଦେଖାଦେଇଥିଲା । ଖୋଦ ତାଙ୍କ ନିଜ ସଂପ୍ରଦାୟ ରାଜଭରରେ । ସେ କହିଥିଲେ ଯେ ରାଜଭର ଲୋକମାନେ ଗୋଟିଏ ଦିନରେ ଯେତିକି ମଦ ପିଅନ୍ତି ତାହା ବିଜେପିର ଗୋଟିଏ ମାସର ଖର୍ଚ୍ଚ ସହିତ ସମାନ । ରାଜଭର ସଂପ୍ରଦାୟ ହେଉଛନ୍ତି ୟୁପିର ଏକ ପଛୁଆ ବର୍ଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe