ଲୋକପ୍ରିୟ କଣ୍ଠଶିଳ୍ପୀ କେକେଙ୍କ ପରଲୋକ, ସଂଗୀତ ପରିବେଷଣ ପରେ ମଞ୍ଚରେ ଟଳି ପଡ଼ିଲେ

Advertisment
ଲୋକପ୍ରିୟ କଣ୍ଠଶିଳ୍ପୀ କେକେଙ୍କ ପରଲୋକ, ସଂଗୀତ ପରିବେଷଣ ପରେ ମଞ୍ଚରେ ଟଳି ପଡ଼ିଲେ

india today

କୋଲକାତା: ବଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ କ୍ରିଷ୍ଣକୁମାର କୁନ୍ନାଥ (କେକେ ଭାବେ ଲୋକପ୍ରିୟ) ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୦ଟାରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା। କୋଲକାତାର ନଜୁରଲ ମଞ୍ଚଠାରେ ଏକ ସଂଗୀତ ସମାରୋହରେ ଯୋଗ ଦେବାକୁ ସେ  ଯାଇଥିଲେ। ସଂଗୀତ ପରିବେଷଣ ପରେ ହଠାତ୍‌ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ରାତି ପ୍ରାୟ  ୧୦ଟାରେ ସ୍ଥାନୀୟ ସିଏମଆରଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  କେକେ ସାରା ଭାରତରେ ଜଣେ ଲୋକପ୍ରିୟ ଗାୟକ ଭାବେ ପରିଚିତ ଥିଲେ।

ତାଙ୍କ ମୃତ୍ୟୁରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ସେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଓ ବଙ୍ଗଳା ଆଦି ଭାଷାରେ ଅନେକ ଗୀତ ଗାଇଛନ୍ତି। ସେ ବିବାହିତ ଓ ତାଙ୍କର ଏକ ସନ୍ତାନ ଥିବା ସୂଚନା ମିଳିଛି। ବିଶିଷ୍ଟ କ୍ରିକେଟ ଖେଳାଳି ବୀରେନ୍ଦ୍ର ସେହ୍ବାଗ୍ ଓ ବିଶିଷ୍ଟ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ଅକ୍ଷୟ କୁମାର ଓ କଣ୍ଠଶିଳ୍ପୀ ତଥା ବିଶିଷ୍ଟସଂଗୀତଜ୍ଞ ଅରମନ ମଲ୍ଲିକ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe