ଜନଗଣନା ବ‌ର୍ଷେ ବିଳମ୍ବ ହୋଇପାରେ

ଜନଗଣନା ବ‌ର୍ଷେ ବିଳମ୍ବ ହୋଇପାରେ

ନୂଆଦିଲ୍ଲୀ: ଦେଶରେ ଚଳିତ ଦଶନ୍ଧିର ଜନଗଣନା ଓ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନପିଆର) ପ୍ରସ୍ତୁତି କାର୍ଯ୍ୟ ବର୍ଷେ ବିଳମ୍ବ ହୋଇପାରେ। ଉକ୍ତ କାର୍ଯ୍ୟ ଚଳିତବର୍ଷ ଏପ୍ରିଲ ୧ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ହେବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ କରୋନା ମହାମାରୀ ପାଇଁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା। ତେବେ କରୋନା ସଂଖ୍ୟା ବଢ଼ି ବଢ଼ି ଚାଲିଥିବାରୁ ଏହି କାର୍ଯ୍ୟ କେବେଠାରୁ ଆରମ୍ଭ ହେବ ତାହା ଏବେ କୁହାଯାଇ ପାରିବ ନାହିଁ। ବର୍ତ୍ତମାନ ସ୍ଥିତିରେ ଜନଗଣନା ଏକ ଜରୁରୀ କାର୍ଯ୍ୟ ନୁହେଁ।

ଯଦି ଏହା ବର୍ଷେ ବିଳମ୍ବ ହୁଏ ତା’ହେଲେ କୌଣସି କ୍ଷତି ହେବନାହିଁ ବୋଲି ସିବିଆଇର ଜଣେ ଅଧିକାରୀ କହିଛନ୍ତି। ୨୦୨୧ ଜନଗଣନା ଓ ଏନପିଆର୍‌ ପାଇଁ କାର୍ଯ୍ୟ କେବେ ଆରମ୍ଭ ହେବ ସେ ନେଇ କିଛି ନିଷ୍ପତ୍ତି ‌ହୋଇନାହିଁ। କିନ୍ତୁ ଏହା ନିଶ୍ଚିତ ଯେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହା ୨୦୨୦ ମସିହାରେ ହେବନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe