୨୦୨୭ ସୁଦ୍ଧା ଜନସଂଖ୍ୟାରେ ଚୀନକୁ ଟପିଯିବ ଭାରତ: ଜାତିସଂଘ

Advertisment
ଭାରତ ନଂ ୧, ଜନସଂଖ୍ୟା ୧୪୨ କୋଟି ୮୬ ଲକ୍ଷ

PHOTO-globalgoodness.ca

ନୂଆଦିଲ୍ଲୀ: ୨୦୨୭ ସୁଦ୍ଧା ଭାରତର ଜନସଂଖ୍ୟା ଚୀନକୁ ଟପିଯିବ ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି | ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ବର୍ତ୍ତମାନ ଜନସଂଖ୍ୟାରେ ପ୍ରଥମ ସ୍ଥାନରେ ଥିବା ଚୀନକୁ ଭାରତ ପଛରେ ପକାଇଦେବ | ଜାତିସଂଘ କହିଛି ଯେ ୨୦୫୦ ସୁଦ୍ଧା ଭାରତର ଜନସଂଖ୍ୟାରେ ୨୭ କୋଟି ବୃଦ୍ଧି ହୋଇପାରେ | ଏହା ସହ ଭାରତ ଦୁନିଆର ସବୁଠାରୁ ଅଧିକ ଜନସଂଖ୍ୟା ଦେଶ ଭାବେ ପରିଗଣିତ ହୋଇଯିବ |

publive-image

ସଂଯୁକ୍ତ ରାଷ୍ଟ୍ରର ଆର୍ଥିକ ଓ ସାମାଜିକ ମାମଲା ବିଭାଗ ପକ୍ଷରୁ ଦି ୱାର୍ଲଡ ପପୁଲେସନ ପ୍ରସପେକ୍ଟସ ୨୦୧୯ ରିପୋର୍ଟ ପ୍ରକାଶ ପାଇଛି | ଏଥିରେ ଆଗାମୀ ୩୦ ବର୍ଷ ଯାଏଁ କେତେ ଜନସଂଖ୍ୟା ବୃଦ୍ଧି ଘଟିବ ତାହା ଦର୍ଶାଯାଇଛି | ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ବିଶ୍ୱର ଜନସଂଖ୍ୟା ଏ ହିଁ ଶତାବ୍ଦୀ ଶେଷ ଆଡକୁ ସର୍ବାଧିକ ସ୍ତରରେ ପହଂଚି ଯିବ |

ଆକଳନ କରାଯାଇଛି ଯେ ୨୦୫୦ ସୁଦ୍ଧା ୯ଟି ଦେଶର ଜନସଂଖ୍ୟା ସବୁଠାରୁ ଅଧିକ ବୃଦ୍ଧି ଘଟିବ | ଏହି ସବୁ ଦେଶ ହେଲେ ଭାରତ, ନାଇଜେରିଆ, ପାକିସ୍ତାନ, କଙ୍ଗୋ, ଇଥିଓପିଆ, ତାଞ୍ଜାନିଆ, ଇଣ୍ଡୋନେସିଆ, ମିଶର ଓ ଆମେରିକା | ତେବେ ଏହି ତାଲିକାରେ ଚୀନର ଜନସଂଖ୍ୟା ସେତେଟା ବଢିବ ନାହିଁ ବୋଲି ଦର୍ଶାଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe