ଜାଲ୍ ଡକ୍ୟୁମେଣ୍ଟ୍ ଦେଇ ଭାରତରେ ରହୁଥିବା ବଂଲାଦେଶୀ ଆଡଲ୍ଟ ଷ୍ଟାର ଗିରଫ

Advertisment

ଭାରତରେ ବେଆଇନ ଭାବେ ରହିବା ଅଭିଯୋଗରେ ଗିରଫ ହେଲେ ବଂଲାଦେଶୀ ଆଡଲ୍ଟ ଷ୍ଟାର ରିୟା ବର୍ଦେ। ରିୟା ନିଜ ପରିବାର ସହ ମହାରାଷ୍ଟ୍ରରେ ରହୁଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଛି।

ଭାରତରେ ବେଆଇନ ଭାବେ ରହିବା ଅଭିଯୋଗରେ ଗିରଫ ହେଲେ ବଂଲାଦେଶୀ ଆଡଲ୍ଟ ଷ୍ଟାର ରିୟା ବର୍ଦେ। ରିୟା ନିଜ ପରିବାର ସହ ମହାରାଷ୍ଟ୍ରରେ ରହୁଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଛି।

erer3

ମୁମ୍ବାଇ: ଭାରତରେ ବେଆଇନ ଭାବେ ରହିବା ଅଭିଯୋଗରେ ଗିରଫ ହେଲେ ବଂଲାଦେଶୀ ଆଡଲ୍ଟ ଷ୍ଟାର ରିୟା ବର୍ଦେ। ରିୟା ନିଜ ପରିବାର ସହ ମହାରାଷ୍ଟ୍ରରେ ରହୁଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଛି। ଆଡଲ୍ଟ ଷ୍ଟାରଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଅନୁଯାୟୀ, ସେ ବାଂଲାଦେଶର ବାସିନ୍ଦା ଏବଂ ମିଥ୍ୟା ପ୍ରମାଣପତ୍ର ଆଧାରରେ ସେ ତାଙ୍କ ପରିବାର ସହିତ ଭାରତରେ ରହୁଥିଲେ। ଏହି ମାମଲାରେ ତାଙ୍କ ମା’, ଭଉଣୀ, ଭାଇ ଏବଂ ବାପାଙ୍କୁ ମଧ୍ୟ ପୁଲିସ ଖୋଜାଖୋଜି କରୁଥିଲା।

ଆଡଲ୍ଟ ଇଣ୍ଡଷ୍ଟ୍ରୀରେ ରିୟା, ଆରୋହି ବର୍ଦେ ଏବଂ ବନ୍ନା ଶେଖ ନାମରେ ଜଣାଶୁଣା। ତାଙ୍କୁ ପୁଲିସ ଉଲ୍ହାସନଗରରୁ ଗିରଫ କରିଥିବା ଜଣାଯାଇଛି। ତାଙ୍କ ବିରୋଧରେ ଧାରା ୪୨୦, ୪୬୫, ୪୬୮, ୪୭୯, ୩୪, ଏବଂ ୧୪ଏ ଅଧୀନରେ ମାମଲା ପଞ୍ଜିକୃତ କରାଯାଇଛି। ରିୟାଙ୍କର ପ୍ରଶାନ୍ତ ମିଶ୍ର ନାମକ ଜଣେ ବନ୍ଧୁ ବେଆଇନ ଭାବେ ରିୟା ଭାରତରେ ରହୁଥିବା ନେଇ ପୁଲିସରେ ଅଭିଯୋଗ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ କରି ରିୟାଙ୍କ କାଗଜପତ୍ରର ଯାଞ୍ଚ କରିବାରୁ ପ୍ରକୃତ ସତ ସାମ୍ନାକୁ ଆସିଥିଲା।

କୁହାଯାଉଛି ଯେ, ରିୟା ବର୍ଦେଙ୍କ ମା’ ମୂଳତଃ ବାଂଲାଦେଶର ଅଟନ୍ତି । କିନ୍ତୁ ମହାରାଷ୍ଟ୍ରର ଅମ୍ରାବତୀର ଅରବିନ୍ଦ ବର୍ଦେଙ୍କୁ ସେ ବିବାହ କରିଥିଲେ। ଏହାର ଫାଇଦା ଉଠାଇ ରିୟା ଭାରତୀୟ ଭାବରେ ନିଜର ନାଗରିକତା ପ୍ରମାଣ କରିବାକୁ ଜାଲ୍ ଡକ୍ୟୁମେଣ୍ଟ୍ ଉପସ୍ଥାପନ କରିଥିଲେ। ଏବେ ରିୟାଙ୍କ ପରିବାର କତାରରେ ଥିବାରୁ ପୁଲିସ ସେମାନଙ୍କୁ ଗିରଫ କରିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe