ମଞ୍ଚରେ ଥିଲେ କେନ୍ଦ୍ରମନ୍ତ୍ରୀ, ପରଦାରେ ଚାଲିଲା ଅଶ୍ଳୀଳ ଭିଡିଓ

Advertisment
ମଞ୍ଚରେ ଥିଲେ କେନ୍ଦ୍ରମନ୍ତ୍ରୀ, ପରଦାରେ ଚାଲିଲା ଅଶ୍ଳୀଳ ଭିଡିଓ

photo-jansatta

ଗୌହାଟୀ: ମଞ୍ଚରେ ଥିଲେ କେନ୍ଦ୍ର ମନ୍ତ୍ରୀ, ଆଉ ମନ୍ତ୍ରୀଙ୍କ ପଛରେ ପ୍ରଦର୍ଶିତ ହେଲା ଅଶ୍ଳୀଳ ଭିଡିଓ | ଶନିବାର ଦିନ ଆସାମର ତିନିସୁକିଆର ହୋଟେଲ ମିରାନାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ରାମେଶ୍ୱର ତେଲି ଏବଂ ଆସାମ ଶ୍ରମ ମନ୍ତ୍ରୀ ସଞ୍ଚୟ କିସାନ ଲଜ୍ଜାଜନକ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ଏହା ପରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ତିନିସୁକିଆରେ ଇଣ୍ଡିଆନ୍ ଅଏଲ୍ ଦ୍ୱାରା ମିଥାନୋଲ୍ ମିଶ୍ରିତ ଏମ-୧୫ ପେଟ୍ରୋଲର ପାଇଲଟ୍ ରୋଲ ଆଉଟ୍ ଲଞ୍ଚ ସମୟରେ ଏହି ଘଟଣା ଘଟିଛି | ପ୍ରୋଗ୍ରାମକୁ ସିଧା ପ୍ରସାରଣ ପାଇଁ ମଞ୍ଚ ପଛରେ ଏକ ସ୍କ୍ରିନ୍ ଇନଷ୍ଟଲ୍ କରାଯାଇଥିଲା | ଯେତେବେଳେ ଇଣ୍ଡିଆନ୍ ଅଏଲର ଜଣେ ବରିଷ୍ଠ ଅଧିକାରୀ ମଞ୍ଚରେ ଭାଷଣ ଦେଉଥିଲେ, ସେତେବେଳେ ଅଶ୍ଳୀଳ ଭିଡିଓଟି ପରଦାରେ ପ୍ରଦର୍ଶିତ ହୋଇଥିଲା |

ସେହି ଭିଡିଓ ପରଦାରେ ଦେଖାଯିବା ମାତ୍ରେ ସେଠାରେ ଉପସ୍ଥିତ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ଖବର ଅନୁଯାୟୀ, ଭିଡିଓଟି କିଛି ସେକେଣ୍ଡ ପରଦାରେ ଦେଖା ଦେଇଥିଲା, ତାପରେ ଏହାକୁ ତୁରନ୍ତ ହଟାଇ ଦିଆଯାଇଥିଲା | ସୂଚନା ମୁତାବକ ଏହି ଘଟଣାକୁ ନେଇ ତିନିସୁକିଆ ପୁଲିସ ଷ୍ଟେସନରେ ଏହି ମାମଲା ପଞ୍ଜିକୃତ ହୋଇଥିଲା।

ପୁଲିସ ଅଧିକାରୀଙ୍କ କହିବାନୁସାରେ, ଏହି କାର୍ଯ୍ୟକ୍ରମ ଅନଲାଇନରେ ଲାଇଭ୍ ଷ୍ଟ୍ରିମିଂ କରାଯାଉଥିଲା ଏବଂ ଜଣେ ଇଣ୍ଡିଆନ ଅଏଲ ଅଧିକାରୀ ତାଙ୍କ ଟୁଇଟର ଆକାଉଣ୍ଟରେ ଜୁମ୍ ମିଟିଂ ଆଇଡି ଏବଂ ପାସୱାର୍ଡ଼କୁ ସେୟାର କରିଥିଲେ। କେହି ଏହି ମିଟିଂର ପାସୱାର୍ଡ଼ ପାଇଯାଇ ଏଭଳି କାମ କରିଛନ୍ତି | ତେବେ ଏହି ଘଟଣାକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ରାଷ୍ଟ୍ର ମନ୍ତ୍ରୀ ରାମେଶ୍ୱର ତେଲି କହିଛନ୍ତି ଯେ,'ମୁଁ ଏହି ଭିଡିଓ ଦେଖିନାହିଁ | କିନ୍ତୁ ମୋର ବ୍ୟକ୍ତିଗତ ସହାୟକ ମୋତେ ଏହା ବାବଦରେ ଜଣାଇଥିଲେ | ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe