ଆମେରିକା: ମିସାଇଲ୍‌ ଆକ୍ରମଣ ଖବର ପାଇବା ପରେ ୫୦ ପ୍ରତିଶତ ଅଧିକ ଲୋକ ଦେଖିଲେ ପର୍ଣ୍ଣ!

Advertisment
ଆମେରିକା: ମିସାଇଲ୍‌ ଆକ୍ରମଣ ଖବର ପାଇବା ପରେ ୫୦ ପ୍ରତିଶତ ଅଧିକ ଲୋକ ଦେଖିଲେ ପର୍ଣ୍ଣ!

ନ୍ୟୁୟର୍କ: କିଛି ଦିନ ପୂର୍ବେ ଆମେରିକାର ହଓ୍ଵାଇ ସହରରେ ଫୋନ ମାଧ୍ୟମରେ ଲୋକଙ୍କ ନିକଟକୁ ଏକ ଖବର ଆସିଥିଲା। ଲୋକଙ୍କ ନିକଟକୁ ଫୋନ୍‌ ଜରିଆରେ ଆସିଥିବା ଅଲର୍ଟ ମେସେଜରେ କୁହା ଯାଇଥିଲା ଯେ, ‘ଦେଶରେ ଏକ ମିସାଇଲ୍‌ ଆକ୍ରମଣ ହେବାର ସମ୍ଭାବନା ଅଛି! ଏଥିପାଇଁ ଯଥାଶୀଘ୍ର ସୁରକ୍ଷିତ ସ୍ଥାନକୁ ଆପଣମାନେ ପଳାଇ ଯାଆନ୍ତୁ!’

ଏହି ମେସେଜ୍‌ ପାଇବା ପରେ ଦେଶରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। କିନ୍ତୁ ଏହାର ଠିକ୍‌ ଅଧଘଣ୍ଟା ପରେ ଆଉ ଏକ ମେସେଜ୍‌ ଲୋକମାନଙ୍କ ନିକଟକୁ ଆସିଥିଲା, ଯେଉଁଥିରେ, ‘କୌଣସି ପ୍ରକାରର ମିସାଇଲ୍‌ ଆକ୍ରମଣ ହେବାର ନାହିଁ! ପୂର୍ବରୁ ମିଳିଥିବା ମେସେଜ୍‌ଟି ଏକ ଭୁଲ ସେସେଜ୍‌ ଥିଲା,’ ବୋଲି ଉଲ୍ଲେଖ ରହିଥିଲା।

publive-image

ତେବେ, ଏହି ସମସ୍ତ ଘଟଣା ପରେ ଏକ ପର୍ଣ୍ଣ େଓ୍ଵବସାଇଟ୍‌ ଏକ ଅଦ୍ଭୁତ ଦାବି କରିଛି। ମିସାଇଲ୍‌ ଆକ୍ରମଣ ସଂପର୍କରେ ସୂଚନା ମିଳିବାର ଅଧାଘଣ୍ଟା ମଧ୍ୟରେ ସଂପୃକ୍ତ େଓ୍ଵବସାଇଟ୍‌ର ଟ୍ରାଫିକ ୭୦ ପ୍ରତିଶତ କମ ହୋଇ ଯାଇଥିଲା ଏବଂ ପରେ ହଠାତ ୫୦ ପ୍ରତିଶତ ଟ୍ରାଫିକ ବଢ଼ି ଯାଇଥିଲା । ହଠାତ ସଂପୃକ୍ତ ସାଇଟ୍‌ରେ ଲକ୍ଷାଧିକ ଲୋକ ଯୋଡ଼ି ହୋଇଯାଇଥିଲେ। ଏହି ଘଟଣାକୁ ସଂପୃକ୍ତ ପର୍ଣ୍ଣହବର ମାଲିକ ତାଙ୍କ ଟ୍ଵୁଇଟର ପୃଷ୍ଠାରେ  କହିଛନ୍ତିି।

ତେବେ, ମିଥ୍ୟା ମିସାଇଲ୍‌ ଆକ୍ରମଣ ଆଲର୍ଟ ସଂପର୍କରେ ହଓ୍ଵାଇ ସରକାରଙ୍କୁ ପଚାରା ଯିବାରୁ ସେ କହିଛନ୍ତି, ‘ବୋଧହୁଏ ଅଲର୍ଟ ପଠାଇବା ସଂସ୍ଥାର କୌଣସି ବ୍ୟକ୍ତି ଭୁଲରେ ସେହି ମେସେଜ ପଠାଇ ଦେଇଛନ୍ତି।’ ହେଲେ, ଏହି ସମଗ୍ର ଘଟଣା ଉପରେ ଏବେ  ତଦନ୍ତ ଆରମ୍ଭ ହୋଇଯାଇଛିି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe