Image Source: ANI
ଡେରାଡୁନ୍: ବୁଧବାର ସକାଳ ୬: ୧୦ ମିନିଟ୍ରେ ପ୍ରସିଦ୍ଧ କେଦାରନାଥ ମନ୍ଦିରର ଦ୍ବାର ଖୋଲିଛି। ପ୍ରଥମ ପୂଜା ‘ରୁଦ୍ରାଭିଷେକ’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତରଫରୁ କରାଯାଇଛି ବୋଲି ମନ୍ଦିର କମିଟିର ଜଣେ କର୍ମକର୍ତ୍ତା କହିଛନ୍ତି। କିନ୍ତୁ, କରୋନାଭାଇରସ୍ ସଂକ୍ରମଣ ଦମନଜନିତ ଲକ୍ଡାଉନ୍ ଯୋଗୁଁ ଦର୍ଶନାଭିଳାଷୀଙ୍କୁ ମନ୍ଦିର ମଧ୍ୟକୁ ଛଡ଼ାଯାଉ ନାହିଁ।
Image Source: ANIମନ୍ଦିରର ମୁଖ୍ୟ ପୂଜକ ଭୀମଶଙ୍କର ଲିଙ୍ଗ ୧୪ଦିନିଆ କ୍ବାରେଣ୍ଟିନ୍ରେ ଥିବାରୁ ତାଙ୍କ ସ୍ଥାନରେ ଶିବଶଙ୍କର ଲିଙ୍ଗ୍ ପୂଜାର୍ଚ୍ଚନା କରୁଛନ୍ତି।
ମାତ୍ର ୧୬ଜଣ ବ୍ୟକ୍ତିଙ୍କ ଉପସ୍ଥିତିରେ ୧୦ କ୍ବିଣ୍ଟାଲ୍ ଫୁଲରେ ସୁସଜ୍ଜିତ କେଦାରନାଥ ମନ୍ଦିରର କବାଟ ଫିଟା ହୋଇଥିଲା। ସୋମବାର ଦିନ କେଦାରନାଥ ମନ୍ଦିରର ମୂଖ୍ୟ ପୁଜକ ଏବଂ ତାଙ୍କର କେତେକ ଅନୁଗାମୀମାନେ ପୀଠ ମଧ୍ୟକୁ ବାବା କେଦାରନାଥଙ୍କ ପ୍ରତିମା ଘେନି ଯାଇଥିଲେ।
ରବିବାର ସକାଳେ ସେମାନେ ଗାଦିସ୍ଥଳରୁ ବାବା କେଦାରନାଥଙ୍କ ପାଲିଙ୍କି ନେଇ ଗୌରୀକୁଣ୍ଡକୁ ଯାତ୍ରା କରିଥିଲେ। ଏହି ଯାତ୍ରା ଗୋଟାଏ ଗାଡ଼ିରେ ଗୌରୀକୁଣ୍ଡଯାଏଁ ଯାଇଥିଲା। ସେଠାରୁ ସେମାନେ ଚାଲି ଚାଲି କେଦାରନାଥ ଯାଏଁ ଯାଇଥିଲେ।
Follow Us