Zoom News
ଜୟପୁର: ରାଜସ୍ଥାନ ସମେତ ଦେଶର ବିଭିନ୍ନ ରାଜ୍ୟରେ କରୋନାକୁ ନେଇ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ସମୟରେ ଲୋକମାନଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ କହିବା ସହିତ କରୋନା ଗାଇଡଲାଇନ ପାଳନ କରିବାକୁ ସରକାର ବାରମ୍ବାରଲୋକମାନଙ୍କୁ ସଚେତନ କରାଯାଉଛନ୍ତି। ଏମିତି ବି ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟା ଆଦି କାମରେ କମରୁ କମ୍ ସଂଖ୍ୟକ ଲୋକଙ୍କୁ ଯୋଗ ଦେବାକୁ କୁହାଯାଇଛି। ଏହାପରେ ବି କିଛି ଅମାନିଆ ଅଛନ୍ତି ଯେଉଁମାନେ କରୋନା ମହାମାରୀକୁ ଅବହେଳା କରୁଥିବା ଦେଖିବାକୁ ମିଳୁଛି। ତେବେ ନିକଟରେ ବିବାହ ଭୋଜିରେ ସାମିଲ ହୋଇ ୯୫ଜଣ ଲୋକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।
ପ୍ରକାଶିତ ରିପୋର୍ଟ ମୁତାବକ, ରାଜସ୍ଥାନ ଝୁନଝୁନ ଜିଲ୍ଲାର ସ୍ୟାଲୁ କଲା ଗାଁରେ ୩ଟି ବିବାହ ଅନୁଷ୍ଠିତ ହୋଇଥିଲା। ଏଥିରେ ପାଖାପାଖି ୧୫୦ଜଣ ଲୋକ ସାମିଲ ହୋଇଥିଲେ। ଜଣକ ପରେ ଜଣକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସେମାନଙ୍କ କରୋନା ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷା ରିପୋର୍ଟ ସେମାନଙ୍କ ପଜିଟିଭ ଆସିଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି। ଏମିତି କି କରୋନାରେ ସଂକ୍ରମିତ ହୋଇ କନ୍ୟା ପିତାଙ୍କ ମୃତ୍ୟୁ ବି ହୋଇଛି।
Follow Us