ଦେଶରେ କମୁଛି, ରାଜ୍ୟରେ ବଢ଼ୁଛି ପଜିଟିଭିଟି ହାର

Advertisment

୩୦୩ ଜିଲ୍ଲାରେ କମିଲା ପଜିଟିଭିଟି ହାର

୩୦୩ ଜିଲ୍ଲାରେ କମିଲା ପଜିଟିଭିଟି ହାର

ରାଜଧାନୀରେ ଆକ୍ରାନ୍ତ କମୁଛନ୍ତି, ପଜିଟିଭ୍ ହାର ଖସୁନି

ThePrint

ନୂଆଦିଲ୍ଲୀ : ଦେଶରେ ମୋଟାମୋଟି ଭାବେ ପଜିଟିଭିଟି ହାର ବା ପରୀକ୍ଷିତ ନମୁନା ତୁଳନାରେ ନିଶ୍ଚିତ ସଂକ୍ରମିତଙ୍କ ସଂଖ୍ୟା କମି ଆସୁଥିବାରୁ ଦ୍ବିତୀୟ ଲହର ସଂକ୍ରମଣର ଭୟାବହତା ଦୂରେଇ ଯାଉଥିବାର ଆଶା ସଂଚାର କରିଛି। ବିଗତ ତିନି ସପ୍ତାହ ଭିତରେ ଦେଶର ଅଧିକାଂଶ ଜିଲ୍ଲାରେ ନମୁନା ପରୀକ୍ଷଣ ବଢ଼ିବା ସାଙ୍ଗକୁ ପଜିଟିଭିଟି ହାରରେ ହ୍ରାସ ଘଟିବା ହିଁ ଏପରି ସକାରାତ୍ମକ ଭାବନା ଆଣିଛି। ଦେଶର ୩୦୩ଟି ଜିଲ୍ଲ‌ାରେ ଜିଲ୍ଲାରେ ପଜିଟିଭ୍‌ ହାର କମିବା ଶୁଭ ସୂଚନା ବୋଲି କୁହାଯାଉଛି।

ବୁଧବାର ଦିନକ ଭିତରେ ରେକର୍ଡ ସଂଖ୍ୟକ ୨୦.୫ ଲକ୍ଷ ନମୁନା ପରୀକ୍ଷଣ କରାଯାଇଥିବାବେଳେ ଜାତୀୟ ପଜିଟିଭିଟି ହାର ୧୩.୪ ପ୍ରତିଶତକୁ ଖସିଆସିଛି। ଗତ ଏପ୍ରିଲ୨୯ରୁ ମେ'୫ ଭିତରେ ସାପ୍ତାହିକ ହାରାହାରି ପଜିଟିଭିଟି ୨୧.୫ ପ୍ରତିଶତ ରହିଥିବା ବେଳେ ଗତ ୧୩ରୁ ୧୯ ଭିତରେ ଏହା ୧୫.୨ ପ୍ରତିଶତକୁ ଖସି ଆସିଛି। ଏହି ସମୟ ଭିତରେ ପଜିଟିଭିଟି କମୁଥିବା ଜିଲ୍ଲା ସଂଖ୍ୟା ୨୧୦ରୁ ୩୦୩କୁ ବୃଦ୍ଧି ପାଇଛି।

ଅପରପକ୍ଷେ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, କେରଳ ଓ ଆନ୍ଧ୍ରପ୍ରଦେଶ ପରି ୨୨ଟି ରାଜ୍ୟରେ ପଜିଟିଭିଟି ହାର ୧୫ ପ୍ରତିଶତରୁ ଅଧିକ ରହିବା ସହ କେଉଁଠି ୨୨ ପ୍ରତିଶତ ମଧ୍ୟ ଟପିଯିବା ଘଟଣା ଚିନ୍ତା ମଧ୍ୟ ଆଣିଛି। ଅପରପକ୍ଷେ, ବାକି ୧୩ଟି ରାଜ୍ୟରେ ପଜିଟିଭ୍‌ ହାର ୫ରୁ ୧୫ ପ୍ରତିଶତ ଭିତରେ ରହିଛି। ସାମଗ୍ରିକ ଭାବେ ଦେଶରେ ଏପରି ପଜିଟିଭିଟି ହାର କମିଯିବା ଯଦିଓ ଶୁଭ ସୂଚନା, ତେବେ ଆଗାମୀ ତିନି ଚାରି ସପ୍ତାହ ପାଇଁ ତାହା ବଜାୟ ରହିବା ଜରୁରୀ ହୋଇପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe