ଭୟରେ ଏଲଇଟି ତାଲିମ୍‌ କେନ୍ଦ୍ରକୁ ଭାରତ ସୀମାରୁ ଅଫ୍‌ଗାନ୍‌ ସୀମାକୁ ନେଲା ପାକ୍‌

ଭାରତକୁ ଡରିଗଲା ପାକିସ୍ତାନ! ପାକିସ୍ତାନର ଖାଇବର ପଖତୁନଖ୍ୱା ଅଞ୍ଚଳରେ ଏକ ନୂତନ ଲସ୍କର-ଏ-ତୈବା (ଏଲଇଟି) ତାଲିମ କେନ୍ଦ୍ର ନିର୍ମାଣ କରାଯାଉଛି। ଏହି ଖବର ସମଗ୍ର ଅଞ୍ଚଳର ସୁରକ୍ଷା ଦୃଷ୍ଟିରୁ ଚିନ୍ତାର ବିଷୟ ପାଲଟିଛି।

New Project (14) (2)

ନୂଆଦିଲ୍ଳୀ: ଭାରତକୁ ଡରିଗଲା ପାକିସ୍ତାନ! ପାକିସ୍ତାନର ଖାଇବର ପଖତୁନଖ୍ୱା ଅଞ୍ଚଳରେ ଏକ ନୂତନ ଲସ୍କର-ଏ-ତୈବା (ଏଲଇଟି) ତାଲିମ କେନ୍ଦ୍ର ନିର୍ମାଣ କରାଯାଉଛି। ଏହି ଖବର ସମଗ୍ର ଅଞ୍ଚଳର ସୁରକ୍ଷା ଦୃଷ୍ଟିରୁ ଚିନ୍ତାର ବିଷୟ ପାଲଟିଛି। ଏହି କେନ୍ଦ୍ର ସଂପୃକ୍ତ ଅଞ୍ଚଳରେ ଆତଙ୍କବାଦକୁ ପ୍ରୋତ୍ସାହିତ କରିପାରେ ବୋଲି ଅନୁମାନ କରାଯାଉଛି।

ଏହି କେନ୍ଦ୍ରଟି ଲୋୟର ଡିର ଜିଲ୍ଲାର କୁମ୍ବନ ମୈଦାନ ଅଞ୍ଚଳରେ ନିର୍ମାଣ କରାଯାଉଛି। ‌ତେବେ ଏହି କେନ୍ଦ୍ରଟି ଆଫଗାନ୍‌ ସୀମାରୁ ପ୍ରାୟ ୪୭ କିଲୋମିଟର୍‌ ଦୂରରେ ରହିଛି। ୪୬୪୩ ବର୍ଗଫୁଟ୍‌ ଅଞ୍ଚଳରେ ଏହି କେନ୍ଦ୍ର ନିର୍ମାଣ କରାଯାଉଛି। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି କେନ୍ଦ୍ରଟି ଭାରତ ପକ୍ଷରୁ ହୋଇଥିବା ‘ଅପରେସନ୍‌ ସିନ୍ଦୂର’ର ୨ ମାସ ପରେ ଜୁଲାଇ ମାସରେ ନିର୍ମାଣ ହୋଇଛି। ଏହି କାରଣରୁ ଚର୍ଚ୍ଚା ହେଉଛି ଯେ ଭାରତର ‘ଅପରେସନ୍‌ ସିନ୍ଦୂର’କୁ ଭୟ କରି ପାକିସ୍ତାନ ଏଲଇଟିର ତାଲିମ କେନ୍ଦ୍ରକୁ ସ୍ଥାନାନ୍ତର କରିଦେଇଛି। ତେବେ ଡିସେମ୍ବର ମାସ ସୁଦ୍ଧା ଏହା ପୂରା ହୋଇଯିବ ବୋଲି ସୂଚନା ରହିଛି। 

ଭାରତ ପକ୍ଷରୁ ହୋଇଥିବା ‘ଅପରେସନ୍‌ ସିନ୍ଦୂର’ରେ ଏଲ୍‌ଇଟିର ଅନେକ ଠିକଣା ଧ୍ବଂଶବିଧ୍ବସ୍ତ ହୋଇଯାଇଥିଲା। ସେହି କାରଣରୁ ବୋଧହୁଏ ପାକିସ୍ତାନ ସ୍ଥାନାନ୍ତର କରୁଛି ବୋଲି ଚର୍ଚ୍ଚା ହେଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe