ନୂଆଦିଲ୍ଲୀ : ଶିରିଡ଼ି ସାଇବାବାଙ୍କ ମହାସମାଧିର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ଡାକବିଭାଗ ପକ୍ଷରୁ ଏକ ସ୍ମାରକୀ ଡାକଟିକେଟ ପ୍ରକାଶ ପାଇଛି। ବିଜ୍ଞାନ ଭବନରେ ଆୟୋଜିତ ଏକ ଉତ୍ସବରେ କେନ୍ଦ୍ର ସଞ୍ଚାର ମନ୍ତ୍ରୀ ମନୋଜ ସିହ୍ନା ଏହାକୁ ଉନ୍ମୋଚନ କରିଛନ୍ତି। ଉତ୍ସବରେ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ ଉପସ୍ଥିତ ଥିଲେ। ଶିରିଡ଼ି ସାଇବାବାଙ୍କ ଉପରେ ଡାକଟିକେଟ ଜାରି ଡାକ ବିଭାଗ ପାଇଁ ଏକ ଗୌରବମୟ ମୁହୂର୍ତ୍ତ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ସୀମା ସୁରକ୍ଷା ବାହିନୀର ଅତିରିକ୍ତ ମହାନିର୍ଦ୍ଦେଶକ ଅରୁଣକୁମାର, ଡାକ ବିଭାଗ ସଚିବ ଏ.ଏନ. ନନ୍ଦ, ୟୁପିଏସିର ଅତିରିକ୍ତ ସଚିବ ରାଜୀବ ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ।
ଶିରିଡ଼ି ସାଇବାବାଙ୍କ ଉପରେ ଡାକଟିକେଟ ଉନ୍ମୋଚିତ
Advertisment
Follow Us