ଦିଲ୍ଲୀରେ ପୋଷ୍ଟର୍‌ ଲଢ଼େଇ: ବି‌ଜେପିର ‘ସ୍କାମ୍‌ ୨୦୨୪’ ବନାମ ଆପ୍‌ର ‘ଗୋଟ୍‌’

Advertisment

ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଏବେ ଭୋଟର୍‌ ଜାଲିଆତିକୁ ନେଇ ରାଜନୀତି ସରଗରମ ରହିଛି।  ବିଜେପି ଓ  ଆପ୍‌ ମଧ୍ୟରେ ରାଜନୈତିକ ତିକ୍ତତା ତୀବ୍ର ହୋଇଛି। ଉଭୟ ଦଳ ଏବେ ପୋଷ୍ଟର୍‌ ଲଢ଼େଇରେ ମାତିଛନ୍ତି ଏବଂ ନିର୍ବାଚନ ପୂର୍ବରୁ ପରସ୍ପରର ଦୋଷ ଦେଖାଇବାରେ ଲାଗି ପଡ଼ିଛନ୍ତି।

ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଏବେ ଭୋଟର୍‌ ଜାଲିଆତିକୁ ନେଇ ରାଜନୀତି ସରଗରମ ରହିଛି।  ବିଜେପି ଓ  ଆପ୍‌ ମଧ୍ୟରେ ରାଜନୈତିକ ତିକ୍ତତା ତୀବ୍ର ହୋଇଛି। ଉଭୟ ଦଳ ଏବେ ପୋଷ୍ଟର୍‌ ଲଢ଼େଇରେ ମାତିଛନ୍ତି ଏବଂ ନିର୍ବାଚନ ପୂର୍ବରୁ ପରସ୍ପରର ଦୋଷ ଦେଖାଇବାରେ ଲାଗି ପଡ଼ିଛନ୍ତି।

scssddzxx

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଏବେ ଭୋଟର୍‌ ଜାଲିଆତିକୁ ନେଇ ରାଜନୀତି ସରଗରମ ରହିଛି।  ବିଜେପି ଓ  ଆପ୍‌ ମଧ୍ୟରେ ରାଜନୈତିକ ତିକ୍ତତା ତୀବ୍ର ହୋଇଛି। ଉଭୟ ଦଳ ଏବେ ପୋଷ୍ଟର୍‌ ଲଢ଼େଇରେ ମାତିଛନ୍ତି ଏବଂ ନିର୍ବାଚନ ପୂର୍ବରୁ ପରସ୍ପରର ଦୋଷ ଦେଖାଇବାରେ ଲାଗି ପଡ଼ିଛନ୍ତି।  ବିଜେପି  ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ୍‌ କରି ଏକ ପୋଷ୍ଟର୍‌ ଜାରି କରିଛି। ଏହି ପୋଷ୍ଟର୍‌ର ଟାଇଟଲ୍‌ ରହିଛି ‘ଫର୍ଜି ଭୋଟର ସେ ଇସ୍କ ହୈ’।  ଲୋକପ୍ରିୟ ୱେବ୍‌ ସିରିଜ୍‌ ‘ସ୍କାମ୍‌ ୧୯୯୨: ଦ ହର୍ଷଦ ମେହଟା ଷ୍ଟୋରି’ର ଡିଜାଇନ୍‌ ଦ୍ବାରା ଅନୁପ୍ରାଣିତ ହୋଇ ଏହି ପୋଷ୍ଟର ପ୍ରସ୍ତୁତ ହୋଇଛି।  ସିରିଜ୍‌ ଟାଇଟଲ୍‌ ସ୍ଥାନରେ କ୍ୟାପସନ୍‌ ରଖାଯାଇଛି ‘ଭୋଟର ଲିଷ୍ଟ୍‌ ମେଁ ସ୍କାମ୍‌ ୨୦୨୪’ ଅର୍ଥାତ ୨୦୨୪ ଭୋଟର୍‌ ତାଲିକାରେ ଜାଲିଆତି । ପୋଷ୍ଟର୍‌ ସହ ଏକ ବିବୃତି ଦେଇ ବିଜେପି ଅଭିଯୋଗ କରିଛି ଯେ କେଜ୍ରିୱାଲ୍‌ ଭୋଟର୍‌ ଜାଲିଆତି କରିଛନ୍ତି।  ଭୋଟ୍‌ ଜାଲିଆତି କରି ଦିଲ୍ଲୀରେ କ୍ଷମତା ବଜାୟ ରଖିବାପାଇଁ ଉଦ୍ୟମ କରିବା କେଜ୍ରିୱାଲଙ୍କର ଏକ ନୂଆ ଗେମ୍‌ ବୋଲି ବିଜେପି କହିଛି।  

ବିଜେପି ପୋଷ୍ଟର୍‌ ଉପରେ ପ୍ରତିକ୍ରିୟା ରଖି ଆପ୍‌ ମଧ୍ୟ ଏକ ପୋଷ୍ଟର୍‌ ଜାରି କରିଛି। ଏହି ପୋଷ୍ଟରରେ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଫଟୋ ରଖି ଆପ୍‌ ଅଭିଯୋଗ କରିଛି ଯେ ବିଜେପି ଗଣତନ୍ତ୍ର ଏବଂ ଡକ୍ଟର ବି.ଆର‌୍. ଆମ୍ବେଦକରଙ୍କୁ ଅପମାନିତ କରିଛି। ପୋଷ୍ଟର୍‌ରେ ଲେଖାଯାଇଛି ‘ଦିଲ୍ଲୀ ବାସିନ୍ଦା ସାବଧାନ। ନୂଆବର୍ଷରେ ଆପଣମାନେ ଆପଣଙ୍କ କ୍ୟାଲେଣ୍ଡର ବଦଳାଇଦେବେ,, କିନ୍ତୁ ବିଜେପି ଏହାର ଚରିତ୍ର ବଦଳାଇ ପାରିବନି।’  ଆପ୍‌ ମଧ୍ୟ ଏହାର ପୋଷ୍ଟର୍‌ରେ ଅଭିଯୋଗ କରିଛି ଯେ ଦିଲ୍ଲୀରେ ଆଇନ ଶୃଙ୍ଖଳା ସ୍ଥିତି ବିପଜ୍ଜନକ ହେବାର କାରଣ ବିଜେପି।  ଆପ୍‌ ଆଜି ପୋଷ୍ଟ୍‌ କରିଥିବା ଏକ ପୋଷ୍ଟର୍‌ରେ କେଜ୍ରିୱାଲଙ୍କୁ ‘ଗୋଟ୍‌’ ତଥା ‘ଗ୍ରେଟେଷ୍ଟ ଅଫ୍‌ ଅଲ୍‌ ଟାଇମ୍‌’ ଦର୍ଶାଇଛି। 

ବିଜେପି  ‘ଅପରେସନ୍‌ ଲୋଟସ୍‌’ ଅଧୀନରେ ଦିଲ୍ଲୀ ଭୋଟର ତାଲିକାରେ ଜାଲିଆତି କରିଛି ବୋଲି ଆପ୍‌ ଅଭିଯୋଗ କରିଛି।  ନୂଆଦିଲ୍ଲୀ ନିର୍ବାଚନମଣ୍ଡଳୀରେ କିଛି ଭୋଟରଙ୍କ ନାମ କଟାଯିବା ସହ କିଛି ଭୋଟରଙ୍କୁ ଯୋଡ଼ାଯାଇଛି ବୋଲି କେଜ୍ରିୱାଲ କହିଛନ୍ତି। ଅନ୍ୟପକ୍ଷେ ବିଜେପିର ଦିଲ୍ଲୀ ମୁଖ୍ୟ ବୀରେନ୍ଦ୍ର ସଚଦେବ କହିଛନ୍ତି ଯେ ଆପ୍‌ ଏହାର ସମର୍ଥନକୁ ସୁଦୃଢ଼ କରିବାପାଇଁ ଏହାର ଇଲେକ୍ଟୋରାଲ୍‌ ରୋଲ୍‌ରେ ନକଲି ଭୋଟରଙ୍କୁ ଯୋଡ଼ିଛି ଏବଂ କେଜ୍ରିୱାଲି  କେବଳ ଜାଲିଆତି ଦ୍ବାରା ସଫଳତା ଚାହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe