ଜାତିସଂଘ କାର୍ଯ୍ୟାଳୟ ବାହାରେ ପୋଷ୍ଟର୍‌: ‘ବିଶ୍ୱ ଆତଙ୍କବାଦର କେନ୍ଦ୍ରସ୍ଥଳ ପାକିସ୍ତାନ ସେନା’

ଜାତିସଂଘ କାର୍ଯ୍ୟାଳୟ ବାହାରେ ପୋଷ୍ଟର୍‌: ‘ବିଶ୍ୱ ଆତଙ୍କବାଦର କେନ୍ଦ୍ରସ୍ଥଳ ପାକିସ୍ତାନ ସେନା’

Image Source: Zee News

ନୂଆଦିଲ୍ଲୀ: ‘ବିଶ୍ୱ ଆତଙ୍କବାଦର କେନ୍ଦ୍ରସ୍ଥଳ ପାକିସ୍ତାନ ସେନା’ ବୋଲି ଲେଖାଥିବା ଏକ ପୋଷ୍ଟର୍‌ ଜେନେଭାସ୍ଥିତ ‘ବ୍ରୋକେନ୍‌ ଚେୟାର୍‌’ ସ୍ମାରକୀ ଠାରେ ପ୍ରଦର୍ଶୀତ ହୋଇଛି। ସମ୍ପ୍ରତି ଜେନେଭାରେ ଜାତିସଂଘ ମାନବ ଅଧିକାର ପରିଷଦ୍‌ର ୪୩ତମ ଅଧିବେଶନ ଚାଲିଥିବା ବେଳେ ପାକିସ୍ତାନର ସଂଖ୍ୟଲଘୁ ସମ୍ପ୍ରଦାୟ ତରଫରୁ ଏହି ପୋଷ୍ଟର୍‌ ଲଗାଯାଇଛି। ଆତଙ୍କବାଦୀ ସଙ୍ଗଠନକୁ ସହୟତା ଓ ପାଣ୍ଠି ଯୋଗାଉଥିବା କାରଣରୁ ଇସ୍‌ଲାମାବାଦ ବିପକ୍ଷରେ କଠୋର ପଦକ୍ଷେପ ଗ୍ରହଣ କରାଯାଉ ବୋଲି ସେମାନେ ଜାତିସଂଘରେ ଦାବି କରିଛନ୍ତି।

ଏଠାରେ ସୂଚାଇ ଦିଆଯାଇ ପାରେ ଯେ ଆଫଗାନିସ୍ତାନକୁ ଲାଗିଥିବା ପାକିସ୍ତାନର ଉତ୍ତର ଓ୍ଵାଜିରିସ୍ତାନ ଅଞ୍ଚଳ ସ୍ଥାନୀୟ ଏବଂ ଅନ୍ତର୍ଜାତୀୟ ଆତଙ୍କବାଦୀ ସଙ୍ଗଠନଗୁଡ଼ିକର ଯୋଗସୂତ୍ରର ପେଣ୍ଠସ୍ଥଳ। ଅଲ୍‌-କାଏଦା ଓ ତାଲିବାନ ଆତଙ୍କବାଦୀଙ୍କ ନେଟ୍‌ଓ୍ଵାର୍କ ମଧ୍ୟ ସେଠାରେ ସକ୍ରିୟ ରହିଛି। ସେ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ସହ ପାକିସ୍ତାନ ସରକାର ଓତପ୍ରୋତ ଭାବେ ଜଡ଼ିତ ରହିଥିବା କୁହାଯାଉଛି।

publive-image Image Source: Zee News

ଜାତିସଂଘ କାର୍ଯ୍ୟାଳୟ ବାହାରେ ଥିବା ‘ବ୍ରୋକେନ୍‌ ଚେୟାର୍‌’ ସ୍ମାରକୀ ଠାରେ ପୋଷ୍ଟର୍‌ ପ୍ରଦର୍ଶନ କରି ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟମାନେ ପାକିସ୍ତାନ ସେନା ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ପାକିସ୍ତନା ସେନାର ଏହା ଅନୈତିକ କାର୍ଯ୍ୟ ବୋଲି ସେମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe