ରାଜସ୍ଥାନର ରାଜରାସ୍ତାରେ କରାଗଲା ଦୁଇ ମହିଳାଙ୍କ ଶବ ବ୍ୟବଚ୍ଛେଦ,ଏହା ଥିଲା କାରଣ

Advertisment
ରାଜସ୍ଥାନର ରାଜରାସ୍ତାରେ କରାଗଲା ଦୁଇ ମହିଳାଙ୍କ ଶବ ବ୍ୟବଚ୍ଛେଦ,ଏହା ଥିଲା କାରଣ

oneindia.com

ବାଡ଼୍‍ାମେର : ରାଜସ୍ଥାନର ବାଡ଼୍‍ମେର ଜିଲ୍ଲାରେ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ସେଠାରେ ଡ଼ାକ୍ତର ରାସ୍ତା ଉପରେ ଜଣେ ମହିଳାଙ୍କ ଶବ ବ୍ୟବଚ୍ଛଦ କରିବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଏ ନେଇ ଡ଼ାକ୍ତରଙ୍କୁ ପଚରାଯିବା ପରେ ସେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ଅନେକ ଥର ଏପରି ହୋଇଛି ବୋଲି କହିଥିଲେ । ଡ଼ାକ୍ତରଖାନାରେ ବ୍ୟବଚ୍ଛଦ ଗୃହ ନ ଥିବାରୁ ଆମେ ଏପରି କରିବା ପାଇଁ ବାଧ୍ୟ ହେଉଛୁ ବୋଲି ଡ଼ାକ୍ତର ନିଜର ମତ ରଖିଥିଲେ । ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସାଧାରଣ ଲୋକମାନଙ୍କୁ ସୁବିଧା ଦେବା ପାଇଁ ବଡ଼ ବଡ଼ କଥା କହୁଥିବା ବେଳେ ଏହି ଘଟଣା ତାଙ୍କ ଅସଲ ମୁଖାକୁ ସାମ୍ନାକୁ ଆଣିଛି ।

publive-image UCL

ସୂଚନା ମୁତାବକ, ତମଲୋର ଗ୍ରାମରେ ଦୁଇ ଜଣ ମହିଳାଙ୍କୁ କରେଣ୍ଟ ଲାଗିବାରୁ ସେମାନଙ୍କ ମୃତ୍ୟୁ ଘଟିଥିଲା। ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ତୁରନ୍ତ ସରକାରୀ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । କିନ୍ତୁ ବ୍ୟବଚ୍ଛେଦ ପାଇଁ କୌଣସି ଘର ନଥିବାରୁ ଡ଼ାକ୍ତରଖାନା ଭିତରେ ଥିବା ରାସ୍ତାରେ ଦୁଇ ମହିଳାଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe