ଶିଖ ପୁଲିସକର୍ମୀଙ୍କ ନାମରେ ଆମେରିକାରେ ନାମିତ ହେବ ଡାକଘର

Advertisment
ଶିଖ ପୁଲିସକର୍ମୀଙ୍କ ନାମରେ ଆମେରିକାରେ ନାମିତ ହେବ ଡାକଘର

photo-sikh24

ନ୍ୟୁୟର୍କ: ଆମେରିକାର ହ୍ୟୁଷ୍ଟନରେ ଥିବା ଡାକଘର ଦିବଂଗତ ଭାରତୀୟ-ଆମେରିକୀୟ ଶିଖ୍ ପୋଲିସ୍ ସନ୍ଦୀପ ସିଂ ଧାଲିବାଲଙ୍କ ନାମରେ ନାମିତ ହେବ। ଆମେରିକାର ପ୍ରତିନିଧି ସଭାରେ ଏହା ସହ ଜଡିତ ବିଲ୍ ସର୍ବସମ୍ମତି କ୍ରମେ ଅନୁମୋଦନ ହୋଇଛି। ଏହି ବିଧେୟକରେ ୩୧୫ ଆଡିକ୍ସ ହାଭର ରୋଡରେ ଅବସ୍ଥିତ ଡାକ କାର୍ଯ୍ୟାଳୟକୁ 'ଡେପୁଟି ସନ୍ଦୀପ ସିଂ ଧାଲିବାଲ ଡାକଘର' ନାମରେ ନାମିତ କରିବାକୁ ବିଲ୍ ରେ ପ୍ରସ୍ତାବ ଦିଆଯାଇଥିଲା।

ସୂଚନା ଥାଉ କି ୨୦୧୯ ମସିହା ସେପ୍ଟେମ୍ବର ୨୭ରେ ସନ୍ଦୀପ ସିଂ ଡ୍ୟୁଟିରେ ଥିବାବେଳେ ଯାଞ୍ଚ ପାଇଁ ଏକ ଗାଡି ଅଟକାଇ ଥିଲେ। ଯେଉଁଥିରେ ଜଣେ ମହିଳା ଏବଂ ଜଣେ ପୁରୁଷ ଗାଡିରୁ ଓହ୍ଲାଇବା ପରେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା |

ସେହିପରି ସନ୍ଦୀପ କେବଳ ଟେକ୍ସାସ ନୁହେଁ, ବରଂ ଆମେରିକାର ପ୍ରଥମ ପୁଲିସ ଅଧିକାରୀ ଭାବେ ପଗଡ଼ି ପିନ୍ଧିବା ପାଇଁ ଅନୁମତି ପାଇଥିଲେ । ସନ୍ଦୀପଙ୍କ ପୂର୍ବରୁ ୨୦୦୬ ରେ, ଭାରତୀୟ ଆମେରିକୀୟ ଦଲିପ ସିଂ ସୋନ୍ଦଙ୍କ ସମ୍ମାନାର୍ଥେ ଦକ୍ଷିଣ କାଲିଫର୍ଣ୍ଣିଆରେ ଏକ ଡାକଘରର ନାମ ପରିବର୍ତ୍ତନ କରାଯାଇଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe