ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା : ଆଜି ‌ହେବନି ଫାଶୀ, ଡେଥ୍‌ ୱାରେଣ୍ଟ୍‌ ଉପରେ ପୁଣି ରହିତାଦେଶ

Advertisment
ନିର୍ଭୟା ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି

Latest Laws

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀ ଆସନ୍ତାକାଲି (ଶନିବାର) ଫାଶୀ ପାଇବେନି। ଆଇନର ଫାନ୍ଦରେ ଏହା ପୁଣି ଛନ୍ଦି ହୋଇଯିବାରୁ ଫେବ୍ରୁଆରି ପହିଲା ପାଇଁ ଜାରି ହୋଇଥିବା ୪ ଜଣଙ୍କ ଡେଥ୍‌ ୱାରେଣ୍ଟ ଉପରେ ଅଦାଲତ ରହିତାଦେଶ ଲଗାଇଛନ୍ତି। ତେବେ ପରବର୍ତ୍ତୀ କେଉଁ ତାରିଖରେ ଫାଶୀ ଦିଆଯିବ ତାହା ସ୍ପଷ୍ଟ କରିନାହାନ୍ତି।

୨୦୧୨ରେ ଦିଲ୍ଲୀରେ ଘଟିଥିବା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଫେବ୍ରୁଆରି ୧ ତାରିଖରେ ଫାଶୀରେ ଝୁଲାଇବା ପାଇଁ ଡେଥ୍‌ ୱାରେଣ୍ଟ ଜାରି ହୋଇଥିଲା। ତେବେ ଆଜି ପଟିଆଲା ହାଉସ୍‌ କୋର୍ଟ ୪ ଦୋଷୀଙ୍କୁ ଆସନ୍ତାକାଲି ଫାଶୀ ଦିଆଯିବ ନାହିଁ ଏବଂ ଏହି ମାମଲାରେ ପରବର୍ତ୍ତୀ ଆଦେଶ ଜାରି ହେବା ପର୍ଯ୍ୟନ୍ତ ଏଥିରେ ରହିତାଦେଶ ଲାଗିବ ବୋଲି କହିଛନ୍ତି। ଦୋଷୀଙ୍କ ପାଖରେ ଏବେ ବି ନ୍ୟାୟିକ ବିକଳ୍ପ ରହିଥିବାରୁ ସେମାନଙ୍କ ଆବେଦନର ଶୁଣାଣି କରି ଅଦାଲତ ଏହି ରହିତାଦେଶ ଶୁଣାଇଛନ୍ତି।

ଆଜିର ଶୁଣାଣିରେ ବିନୟ ଶର୍ମାର ଏକ ଆବେଦନ ହାଇକୋର୍ଟରେ ବିଚାର ପାଇଁ ରହିଛି ବୋଲି ଦର୍ଶାଇ ଦୋଷୀଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଏପି ସିଂହ ଫାଶୀ ରୋକିବାକୁ କହିଥିଲେ। ତେବେ କୋର୍ଟରେ ତିହାର ଜେଲ୍‌ ପକ୍ଷରୁ ଇର୍‌ଫାନ ଅହମ୍ମଦ ଦଲିଲ୍‌ ଉପସ୍ଥାପନ କରି କହିଥିଲେ ଯେ ‌ଏବେ ରାଷ୍ଟ୍ରପତିଙ୍କ ପାଖରେ କେବଳ ବିନୟ ଶର୍ମାର କ୍ଷମା ଆବେଦନ ବିଚାର ପାଇଁ ରହିଛି। ଅନ୍ୟ ୩ ଜଣଙ୍କୁ ଫାଶୀ ଦେବା କ୍ଷେତ୍ରରେ ଆଉ କୌଣସି କାର୍ଯ୍ୟ ବାକି ନାହିଁ। ତେଣୁ ସେମାନଙ୍କୁ ଫାଶୀ ଦେବାକୁ ଅନୁମତି ‌ପ୍ରଦାନ କରିବାକୁ କହିଥିଲେ। ମାତ୍ର ସମସ୍ତ ପକ୍ଷର ଦଲିଲ୍‌ ଶୁଣିବା ପରେ ପଟିଆଲା ହାଉସ୍‌ କୋର୍ଟ ଡେଥ୍‌ ୱାରେଣ୍ଟ ଉପରେ ରହିତାଦେଶ ଘୋଷଣା କରିଥିଲେ। ଅଦାଲତର ଏହି ଫଇସଲା ପରେ ନିର୍ଭୟାଙ୍କ ମା’ଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରିଥିବା ଓକିଲ କହିଥିଲେ ଯେ ଫାଶୀକୁ ଟାଳିବା ପାଇଁ ଦୋଷୀଙ୍କ ପକ୍ଷରୁ ବିଭିନ୍ନ କୂଟକୌଶଳ ଅବଲମ୍ବନ କରାଯାଉଛି। ‌େସହିପରି ନିର୍ଭୟାଙ୍କ ମା’ ଫାଶୀ ବିଳମ୍ବିତ ହେଉଥିବା ନେଇ ତାଙ୍କର ନିରାଶା ବ୍ୟକ୍ତ କରିଥିଲେ ହେଁ ଆଇନ ଉପରେ ତାଙ୍କର ଭରସା ରହିଛି ବୋଲି ଗଣମାଧ୍ୟମକୁ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe